ଗର୍ଲଫ୍ରେଣ୍ଡଙ୍କୁ ଖୁସି କରିବା ପାଇଁ କଷ୍ଟରେ ଗୁପ୍‌ଚୁପ୍‌ ଖାଇ ବଞ୍ଚୁଥିଲେ ଏହି ଅଭିନେତା, ଶେଷରେ ଏହି କାରଣ ପାଇଁ ଛାଡ଼ି ଦେଲେ ହାତ

ପଲ୍‌ ଭି ପୁରୀ ଛୋଟ ପରଦାର ଜଣେ ଜଣାଶୁଣା ଚେହେରା। ସେ ସିରିୟଲ ‘ଫିର୍‌ ଭି ନା ମନେ ବତ୍‌ମିଜ ଦିଲ’ ରୁ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ଏକ୍‌ତା କପୁରଙ୍କ ସିରିୟଲ ‘ନାଗିନ’ରୁ ତାଙ୍କୁ ପରିଚୟ ମିଳିଥିଲା। ଏଥିରେ ସେ ମାହୀର ଭୂମିକାରେ ଅଭିନୟ କରି ଘରେ ଘରେ ଲୋକପ୍ରିୟ ହୋଇଥିଲେ। ସୋସିଆଲ ମିଡିଆରେ ତାଙ୍କର ବଡ଼ ପ୍ରଶଂସକ ତାଲିକା ମଧ୍ୟ ଅଛି। ପଲ୍‌ ଏକ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କ ଗର୍ଲଫ୍ରେଣ୍ଡ ଚାହୁଁଥିଲେ […] The post ଗର୍ଲଫ୍ରେଣ୍ଡଙ୍କୁ ଖୁସି କରିବା ପାଇଁ କଷ୍ଟରେ ଗୁପ୍‌ଚୁପ୍‌ ଖାଇ ବଞ୍ଚୁଥିଲେ ଏହି ଅଭିନେତା, ଶେଷରେ ଏହି କାରଣ ପାଇଁ ଛାଡ଼ି ଦେଲେ ହାତ appeared first on Dharitri Odia News.

ଗର୍ଲଫ୍ରେଣ୍ଡଙ୍କୁ ଖୁସି କରିବା ପାଇଁ କଷ୍ଟରେ ଗୁପ୍‌ଚୁପ୍‌ ଖାଇ ବଞ୍ଚୁଥିଲେ ଏହି ଅଭିନେତା, ଶେଷରେ ଏହି କାରଣ ପାଇଁ ଛାଡ଼ି ଦେଲେ ହାତ
ପଲ୍‌ ଭି ପୁରୀ ଛୋଟ ପରଦାର ଜଣେ ଜଣାଶୁଣା ଚେହେରା। ସେ ସିରିୟଲ ‘ଫିର୍‌ ଭି ନା ମନେ ବତ୍‌ମିଜ ଦିଲ’ ରୁ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ଏକ୍‌ତା କପୁରଙ୍କ ସିରିୟଲ ‘ନାଗିନ’ରୁ ତାଙ୍କୁ ପରିଚୟ ମିଳିଥିଲା। ଏଥିରେ ସେ ମାହୀର ଭୂମିକାରେ ଅଭିନୟ କରି ଘରେ ଘରେ ଲୋକପ୍ରିୟ ହୋଇଥିଲେ। ସୋସିଆଲ ମିଡିଆରେ ତାଙ୍କର ବଡ଼ ପ୍ରଶଂସକ ତାଲିକା ମଧ୍ୟ ଅଛି। ପଲ୍‌ ଏକ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କ ଗର୍ଲଫ୍ରେଣ୍ଡ ଚାହୁଁଥିଲେ ସେ ଜଣେ ଭଲ ଅଭିନେତା ହୁଅନ୍ତୁ। ଏହା ସହ ସେ କହିଛନ୍ତି, ‘ମୋ ଗର୍ଲଫ୍ରେଣ୍ଡ ଶାହରୁଖ ଖାନଙ୍କର ଜଣେ ବଡ଼ ପ୍ରଶଂସକ । ସେଥିପାଇଁ ସେ ମୋତେ ମଧ୍ୟ ଅଭିନୟ କରିବାକୁ ବାଧ୍ୟ କରିଥିଲେ। ସେ ମୋତେ ମୁମ୍ବାଇ ଆସିବାକୁ ଉତ୍ସାହିତ କରିଥିଲେ। ଏ ନେଇ ସେ ତାଙ୍କ ବାପାଙ୍କ ସହ ଝଗଡ଼ା କରିଥିଲେ। କାରଣ ତାଙ୍କ ବାପା ଚାହୁଁଥିଲେ ଯେ, ସେ ତାଙ୍କ ବ୍ୟବସାୟକୁ ସମ୍ଭାଳନ୍ତୁ। ହେଲେ ସେ ତାଙ୍କ ଗର୍ଲଫ୍ରେଣ୍ଡକୁ ଏତେ ଭଲ ପାଉଥିଲେ ଯେ, ସେ ତାଙ୍କ ସ୍ବପ୍ନ ପାଇଁ ମୁମ୍ବାଇ ଆସିଥିଲେ। ମୁମ୍ବାଇରେ ତାଙ୍କର ଯାତ୍ରା ସଂଘର୍ଷରେ ପରିପୂର୍ଣ୍ଣ ଥିଲା। ସେ ଦୁଇଟି ଫିଲ୍ମରେ ଅଭିନୟ କରିଥିଲେ କିନ୍ତୁ ଉଭୟ ଫିଲ୍ମ ରିଲିଜ ହୋଇ ନ ଥିଲା। ସେତେବେଳେ ତାଙ୍କ ବାପାଙ୍କ ସହ ଝଗଡ଼ା କରିବା ପରେ ମୁମ୍ବାଇ ଏପରି ଆସିଥିଲେ ଯେ, ଟଙ୍କା ଅଭାବରୁ ତାଙ୍କୁ ଗୁପ୍‌ଚୁପ୍‌ ଖାଇ ବଞ୍ଚିବାକୁ ପଡ଼ୁଥିଲା। ଯେତେବେଳେ ପଲ୍‌ ଚଳଚ୍ଚିତ୍ର ଜଗତରେ ସଫଳ ହୋଇ ନ ଥିଲେ, ସେତେବେଳେ ସେ ଟିଭି ଜଗତକୁ ଯାଇଥିଲେ। ଯେଉଁଠାରେ ସେ ଉଭୟ ଧନ ଏବଂ ଖ୍ୟାତି ପାଇଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ଗର୍ଲଫ୍ରେଣ୍ଡ ତାଙ୍କ ସହିତ ଥିବା ସମ୍ପର୍କକୁ ସମାପ୍ତ କରିଥିଲେ । ଯଦିଓ ସେ ତାଙ୍କ ଗର୍ଲଫ୍ରେଣ୍ଡକୁ ବୁଝାଇଥିଲେ ଯେ, ସେ କେବଳ ତାଙ୍କ ସ୍ବପ୍ନ ପାଇଁ ମୁମ୍ବାଇ ଆସିଥିଲେ, କିନ୍ତୁ ଏହା ସତ୍ତ୍ୱେ ସେ ରାଜି ହୋଇ ନ ଥିଲେ ଏବଂ ସମ୍ପର୍କକୁ ଷେଶ କରିଥିଲେ। ପଲ୍‌ ବ୍ରେକଅପର କାରଣ ମଧ୍ୟ ପଚାରିଥିଲେ, ସେତେବେଳେ ତାଙ୍କ ଗର୍ଲଫ୍ରେଣ୍ଡ ଉତ୍ତର ଦେଇ କହିଥିଲେ ଯେ ମୁଁ ସେତେବେଳେ ପିଲା ଥିଲି, ବର୍ତ୍ତମାନ ମୁଁ ବଡ ହୋଇଗଲି। ତୁମେ ଅଭିନୟ ଛାଡିଦିଅ। ଏହା ପରେ ସେ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହିତ ସମ୍ପର୍କ କାଟିଦେଲେ। The post ଗର୍ଲଫ୍ରେଣ୍ଡଙ୍କୁ ଖୁସି କରିବା ପାଇଁ କଷ୍ଟରେ ଗୁପ୍‌ଚୁପ୍‌ ଖାଇ ବଞ୍ଚୁଥିଲେ ଏହି ଅଭିନେତା, ଶେଷରେ ଏହି କାରଣ ପାଇଁ ଛାଡ଼ି ଦେଲେ ହାତ appeared first on Dharitri Odia News.