ଗାଡ଼ି ଚାଳକ ସାବଧାନ: ଏହି ନିୟମ ନମାନିଲେ ବାତିଲ ହେବ ଡ଼ିଏଲ, ଜାଣି ରଖନ୍ତୁ ନିୟମ ସମ୍ପର୍କରେ

ଭୁବନେଶ୍ୱର, ୨୧ା୮(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଛି । ସଡ଼କ ଦୁର୍ଘଟଣାରେ ଜୀବନହାନି କୁ ରୋକିବା ପାଇଁ ସରକାର ନୂଆ ନୂଆ ନିୟମ ଲାଗୁ କରୁଛନ୍ତି । କିନ୍ତୁ କେତେ ଜଣ ଅମାନିଆ ରହିଛନ୍ତି ଯେଉଁମାନେ ଟ୍ରାଫିକ ନିୟମକୁ ବେଖାତିର କରୁଛନ୍ତି । କିନ୍ତୁ ଏପରି ଏବେ ଚଳିବ ନାହିଁ । ଏହାରି ମଧ୍ୟରେ ଆଜି ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଣିକି ନିୟମ ଭାଙ୍ଗିଲେ ୩ମାସ […] The post ଗାଡ଼ି ଚାଳକ ସାବଧାନ: ଏହି ନିୟମ ନମାନିଲେ ବାତିଲ ହେବ ଡ଼ିଏଲ, ଜାଣି ରଖନ୍ତୁ ନିୟମ ସମ୍ପର୍କରେ appeared first on Odisha Bhaskar.

ଗାଡ଼ି ଚାଳକ ସାବଧାନ: ଏହି ନିୟମ ନମାନିଲେ ବାତିଲ ହେବ ଡ଼ିଏଲ, ଜାଣି ରଖନ୍ତୁ ନିୟମ ସମ୍ପର୍କରେ
ଭୁବନେଶ୍ୱର, ୨୧ା୮(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଛି । ସଡ଼କ ଦୁର୍ଘଟଣାରେ ଜୀବନହାନି କୁ ରୋକିବା ପାଇଁ ସରକାର ନୂଆ ନୂଆ ନିୟମ ଲାଗୁ କରୁଛନ୍ତି । କିନ୍ତୁ କେତେ ଜଣ ଅମାନିଆ ରହିଛନ୍ତି ଯେଉଁମାନେ ଟ୍ରାଫିକ ନିୟମକୁ ବେଖାତିର କରୁଛନ୍ତି । କିନ୍ତୁ ଏପରି ଏବେ ଚଳିବ ନାହିଁ । ଏହାରି ମଧ୍ୟରେ ଆଜି ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଣିକି ନିୟମ ଭାଙ୍ଗିଲେ ୩ମାସ ପାଇଁ ଡ଼ିଏଲକୁ ବାତିଲ କରି ଦିଆଯିବ । ଯେମିତିକି ଦ୍ରୁତ ଗତି ଓ ମଦ ପିଇ ଗାଡ଼ି ଚଳାଇଲେ ଡିଏଲ ବାତିଲ କରାଯିବ । ସେହିପରି ଟ୍ରାଫିକ ରେଡ଼ ସିଗନାଲ ନମାନିଲେ ଓ ଗାଡ଼ି ଚଲାଇଲା ବେଳେ ମୋବାଇଲରେ ଗପିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ସହ ଜୋରିମାନା ଆଦାୟ କରାଯିବ । ମାଲଗାଡ଼ିରେ ଓଭରଲୋଡ ଼ଓ ଲୋକ ବୋହିଲେ ଡିଏଲ ବାତିଲ କରାଯିବା ନେଇ ସୂଚନା ରହିଛି । ତିନି ମାସ ପାଇଁ ଡିଏଲ ବାତିଲ କରିବେ ଏନଫୋର୍ସମେଣ୍ଟ ଅଧିକାରୀ । The post ଗାଡ଼ି ଚାଳକ ସାବଧାନ: ଏହି ନିୟମ ନମାନିଲେ ବାତିଲ ହେବ ଡ଼ିଏଲ, ଜାଣି ରଖନ୍ତୁ ନିୟମ ସମ୍ପର୍କରେ appeared first on Odisha Bhaskar.