ଗୟଳ ଛକରେ ଦୁର୍ଘଟଣା : ବିଲକୁ ଓଲଟିଲା ବସ୍, ୧୫ ଆହତ

କୋଣାର୍କ, ୨୮/୧୦: କୋଣାର୍କ-କାକଟପୁର ମୁଖ୍ୟ ରାସ୍ତାର ଗୟଳ ଛକ ନିକଟରେ ବୁଧବାର ସନ୍ଧ୍ୟା ୬ଟାରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ ବିଲକୁ ଓଲଟି ପଡ଼ିଥିଲା । ଏଥିରେ ଥିବା ୧୫ଯାତ୍ରୀ ଆହତ ହୋଇଥିବାବେଳେ ୫ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରୁ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି । ସୂଚନା ମୁତାବିକ,କାକଟପୁରରୁ ୩୫ଜଣ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିବା (ଓଆର୧୩ଏ-୪୩୦୫) ଷୋଳପୁଅ ମା’ ବସ୍‌ ବାଲିଦୋକାନ ଗୟଳ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ର ଥିବା ଧାନ ବିଲକୁ ଓଲଟି ପଡ଼ିଥିଲା । ଖବର ପାଇ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଚମ୍ପାହର ଅଗ୍ନିଶମ ବିଭାଗ ସହାୟତାରେ ଆହତ ଓ ଗୁରୁତର ଆହତଙ୍କୁ ଉଦ୍ଧାର କରିଥିଲେ । କୋଣାର୍କ ପୁଲିସ ଦୁର୍ଘଟଣା ଗ୍ରସ୍ତ ବସ୍‌କୁ ଜବତ କରିଛି ।