ଘନ କୁହୁଡ଼ି ଯୋଗୁଁ ସଡ଼କ ଦୁର୍ଘଟଣା, ୧୩ ମୃତ

କୋଲକାତା – ଘନ କୁହୁଡ଼ି ଯୋଗୁଁ ପଶ୍ଚିମବଙ୍ଗ ଜଲପାଇଗୁଡି ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁଘଟଣା ଘଟିଛି । ଜଲପାଇଗୁଡ଼ିର ଧୁପଗିଡିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଡମ୍ପର ଧକ୍କାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜଲପାଇଗୁଡିର ଧୂପଗୁଡିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଡମ୍ପର ମୟନାତଲି ରାସ୍ତାରେ ଯାଉଥିଲା ବେଳେ ଅନେକ ଗାଡ଼ିକୁ ଧକ୍କା ଦେଇଥିଲା ଓ […] The post ଘନ କୁହୁଡ଼ି ଯୋଗୁଁ ସଡ଼କ ଦୁର୍ଘଟଣା, ୧୩ ମୃତ appeared first on The News Room.

ଘନ କୁହୁଡ଼ି ଯୋଗୁଁ ସଡ଼କ ଦୁର୍ଘଟଣା, ୧୩ ମୃତ
କୋଲକାତା – ଘନ କୁହୁଡ଼ି ଯୋଗୁଁ ପଶ୍ଚିମବଙ୍ଗ ଜଲପାଇଗୁଡି ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁଘଟଣା ଘଟିଛି । ଜଲପାଇଗୁଡ଼ିର ଧୁପଗିଡିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଡମ୍ପର ଧକ୍କାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜଲପାଇଗୁଡିର ଧୂପଗୁଡିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଡମ୍ପର ମୟନାତଲି ରାସ୍ତାରେ ଯାଉଥିଲା ବେଳେ ଅନେକ ଗାଡ଼ିକୁ ଧକ୍କା ଦେଇଥିଲା ଓ ପରେ ଓଲଟି ପଡ଼ିଥିଲା ।ଘଟଣାସ୍ଥଳରେ ୧୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ସୂଚନା ମୁତାବକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ଏକ ବିବାହ ଉତ୍ସବରେ ଯୋଗଦେବା ପରେ ଘରକୁ ଫେରୁଥିଲେ । ଘନକୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି । ସୂଚନା ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ôଚ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । The post ଘନ କୁହୁଡ଼ି ଯୋଗୁଁ ସଡ଼କ ଦୁର୍ଘଟଣା, ୧୩ ମୃତ appeared first on The News Room.