ଚନ୍ଦ୍ରରେ ମନୁଷ୍ୟ ଜଗତର ଉତ୍ପତି ଆଉ ବେଶୀ ଦିନ ନୁହେଁ ! ଚନ୍ଦ୍ରରୁ ଆସିଥିବା ମାଟିରେ ଉଦ୍ଭିଦ ବିକଶିତ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ ୧୩।୫: ଚନ୍ଦ୍ରକୁ ନେଇ ସାରା ବିଶ୍ବର ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ଅନେକ ଅନୁସନ୍ଧାନ ଚଳାଇଛନ୍ତି । ଚନ୍ଦ୍ରରେ ମାନବ ଜୀବନ ସମ୍ଭବ କି ନୁହେଁ ତାହା ଏହାକୁ ନେଇ ମଧ୍ୟ ଅନୁସନ୍ଧାନ ଜାରି ରହିଛି । ଏସବୁ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ସୂଚନା ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ଚନ୍ଦ୍ର ମାଟିରେ ଉଦ୍ଭିଦ ଉତ୍ପନ୍ନ କରାଯାଇପାରିବ । ପ୍ରଥମ ଥର ଏଠାରେ ଉଦ୍ଭିଦ ମଧ୍ୟ ଉତ୍ପନ୍ନ କରାଯାଇଛି । ଫ୍ଲୋରିଡା ବିଶ୍ବବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ଥେଲ କ୍ରେସ, ଅରେବିଡୋସ୍ପିସ୍ ଥାଲିୟାନା ଭଳି ଉଦ୍ଭିଦ ଚନ୍ଦ୍ରରୁ ଅଣାଯାଇଥିବା ମାଟିରେ ସଫଳତାର ସହିତ ଅଙ୍କୁରିତ ଏବଂ ବିକଶିତ ହୋଇପାରିବ । ଏହି ରିସର୍ଚ୍ଚ ପରେ ଏହା ସ୍ପଷ୍ଟ ସେଠାରେ ଏହି ଉଦ୍ଭିଦଗୁଡିକୁ ବିକଶିତ କରାଯାଇପାରିବ । ଯାହା ଚନ୍ଦ୍ରରେ ଖାଦ୍ୟ ଏବଂ ଅମ୍ଳଜାନ ଉତ୍ପନ୍ନ କରିପାରିବ । ଅଧ୍ୟୟନର ସହ-ଲେଖକ ରବ୍ ଫେରଲ କହିଛନ୍ତି ଯେ, ଏହା ସାମ୍ନାକୁ ଆସିଛି ଯେ ଚନ୍ଦ୍ର ମାଟିରେ ଉଦ୍ଭିଦ ବିକଶିତ ହୋଇଛି । ପ୍ରକୃତରେ ଚନ୍ଦ୍ର ଉପନିବେଶରେ ନିଜକୁ ସ୍ଥାପିତ କରିବାରେ ସକ୍ଷମ ହେବା ଦିଗରେ ଏକ ବଡ ପଦକ୍ଷେପ । ସେ କହିଛନ୍ତି ଯେ, ଅରେବିଡୋସ୍ପିସ ସ୍ବାଦିଷ୍ଟ ନୁହେଁ କିନ୍ତୁ ଏହା ଖାଇବା ଉପଯୋଗୀ । ଏହା ସୋରିଷ, ଫୁଲକୋବି ଏବଂ ବ୍ରୋକୋଲିର ସମାନ ପରିବାରର ଅଟେ ।ଏହି ଅଧ୍ୟୟନରେ ଜଡିତ ଥିବା ଅନ୍ୟ ଜଣେ ରିସର୍ଚ୍ଚର ଅନ୍ନା-ଲିସା ପଲ୍ କହିଛନ୍ତି ଯେ, ଯେଉଁ ଉଦ୍ଭିଦ ଅକ୍ସିଡେଟିଭ୍ ଚାପ ପ୍ରତିକ୍ରିୟାରେ ସବୁଠୁ ଅଧିକ ଏବଂ ଶୀଘ୍ର ପ୍ରତିକ୍ରିୟା ଦେଉଥିଲେ ତାହା ବିଶେଷ ଭାବେ ଅପୋଲୋ ୧୧ର ନମୁନାରୁ ଆସିଥିଲେ ଏବଂ ସେଗୁଡିକ ବାଇଗଣୀ ରଙ୍ଗର ହୋଇଗଲେ । ଏହି ଆବିଷ୍କାର ସେତେବେଳେ ହୋଇଛି ଯେତେବେଳେ ନାସା ଏହି ଦଶନ୍ଧି ଶେଷରେ ଆର୍ଟେମିସ୍ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ମନୁଷ୍ୟକୁ ଚନ୍ଦ୍ରକୁ ପଠାଇବାର ଯୋଜନା କରିଛି । ଅନୁସନ୍ଧାନକାରୀ ଚନ୍ଦ୍ରରେ ବିକାଶକୁ ବିଶ୍ଳେଷଣ କରି ୧୨ ଗ୍ରାମ ଚନ୍ଦ୍ର ମାଟିରେ ଜଳ, ଆଲୋକ ଏବଂ ପୋଷକ ତତ୍ବ ଦେଇଥିଲେ । ଏହି ଟିମ୍ ନମୁନା ସହ କାମ କରିବାର ସୁଯୋଗ ପାଇଁ ୧୧ ବର୍ଷରେ ୩ ଥର ନାସାରେ ଆବେଦନ କରିଥିଲେ । ମାତ୍ର ୧୮ ମାସ ପୂର୍ବରୁ ହିଁ ଏମାନଙ୍କୁ ମଞ୍ଜୁରୀ ମିଳିଛି । ସବୁଠୁ ଭଲ କଥାଟି ହେଲା ସମସ୍ତ ଉଦ୍ଭିଦ ଅଙ୍କୁରିତ ହୋଇଥିଲା । ଯଦିଓ କେତେକ ବିଭିନ୍ନ ରଙ୍ଗ, ଆକାରର ଥିବାବେଳେ ଅନ୍ୟ ତୁଳନାରେ ଧିମା ଗତିରେ ବଢୁଥିଲେ । ଟିମ୍ ଏଗୁଡିକର ତୁଳନା କରିବା ପାଇଁ କିଛି ଉଦ୍ଭିଦକୁ ପୃଥିବୀ ମାଟିରେ ମଧ୍ୟ ଲଗାଇଥିଲେ । ତେବେ ସମ୍ପୂର୍ଣ୍ଣ ଅଧ୍ୟୟନ ରିପୋର୍ଟ କମ୍ୟୁନିକକେସନ୍ସ ବାୟୋଲଜି ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି ।