ଚେନ୍ନାଇରୁ ପୁଅର ଶବ ଫେରିପାଇଲେ କ୍ରିଷ୍ଣାଙ୍କ ପରିବାର: ଓଡ଼ିଶା – ମୋ ପରିବାର ’ ର ସହଯୋଗ ପାଇଁ କୃତଜ୍ଞତା

ନବରଙ୍ଗପୁର / ଭୁବନେଶ୍ୱର: ଚେନ୍ନାଇରେ ପୁଅର ମୃତ୍ୟୁ ଖବର ଶୁଣିଲା ପରେ ମୁକ ପାଲଟି ଯାଇଥିଲେ କ୍ରିଷ୍ଣାଙ୍କ ପରିବାର । ସେଠି କାହାରିକୁ ଯୋଗାଯୋଗ କରି ଶବ ଫେରାଇ ଆଣିବା ଏହି ଅଶିକ୍ଷିତ , ଗରିବ ପରିବାର ପକ୍ଷରେ ସମ୍ଭବ ନ ଥିଲା । ଗାଁରେ ସମ୍ପୂର୍ଣ୍ଣ ଅସହାୟ ଅବସ୍ଥାରେ ଭାଗ୍ୟକୁ ଆଦରି ପଡ଼ିଥିଲା ବେଳେ ଭଗବାନ ସେମାନଙ୍କ ଦୁଃଖ ବୁଝିଛନ୍ତି । ଦେବଦୂତ ଭାବେ ଉଭା ହୋଇଥିଲେ “ ଓଡ଼ିଶା – ମୋ ପରିବାର ‘ […] The post ଚେନ୍ନାଇରୁ ପୁଅର ଶବ ଫେରିପାଇଲେ କ୍ରିଷ୍ଣାଙ୍କ ପରିବାର: ଓଡ଼ିଶା – ମୋ ପରିବାର ’ ର ସହଯୋଗ ପାଇଁ କୃତଜ୍ଞତା appeared first on The News Room.

ଚେନ୍ନାଇରୁ ପୁଅର ଶବ ଫେରିପାଇଲେ କ୍ରିଷ୍ଣାଙ୍କ ପରିବାର: ଓଡ଼ିଶା – ମୋ ପରିବାର ’ ର ସହଯୋଗ ପାଇଁ କୃତଜ୍ଞତା
ନବରଙ୍ଗପୁର / ଭୁବନେଶ୍ୱର: ଚେନ୍ନାଇରେ ପୁଅର ମୃତ୍ୟୁ ଖବର ଶୁଣିଲା ପରେ ମୁକ ପାଲଟି ଯାଇଥିଲେ କ୍ରିଷ୍ଣାଙ୍କ ପରିବାର । ସେଠି କାହାରିକୁ ଯୋଗାଯୋଗ କରି ଶବ ଫେରାଇ ଆଣିବା ଏହି ଅଶିକ୍ଷିତ , ଗରିବ ପରିବାର ପକ୍ଷରେ ସମ୍ଭବ ନ ଥିଲା । ଗାଁରେ ସମ୍ପୂର୍ଣ୍ଣ ଅସହାୟ ଅବସ୍ଥାରେ ଭାଗ୍ୟକୁ ଆଦରି ପଡ଼ିଥିଲା ବେଳେ ଭଗବାନ ସେମାନଙ୍କ ଦୁଃଖ ବୁଝିଛନ୍ତି । ଦେବଦୂତ ଭାବେ ଉଭା ହୋଇଥିଲେ “ ଓଡ଼ିଶା – ମୋ ପରିବାର ‘ । ଓଡ଼ିଶା – ମୋ ପରିବାର ’ ସହଯୋଗରେ ଆଜି ସକାଳେ ଚେନ୍ନାଇରୁ ଶବ ଆସିବା ପରେ ନବରଙ୍ଗପୁର ନିଜ ଗାଁରେ ସତ୍କାର କରାଯାଇଛି । ଘଟଣାରୁ ଜଣାପଡ଼ିଛି , ନବରଙ୍ଗପୁର ଜିଲ୍ଲା ତେଲିପଡ଼ା ଗାଁର କ୍ରିଷ୍ଠା ହରିଜନ ( ୨୩ ) ତାମିଲନାଡୁର ଏକ ରାଇସ୍ ମିଲ୍ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ମାତ୍ର ବୁଧବାର ସକାଳୁ କ୍ରିଷ୍ଣାଙ୍କ ମୃତଦେହ ମିଲ୍ ପରିସରରୁ ସନ୍ଦେହଜନକ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ ହୋଇଥିଲା । ତେବେ ମିଲ୍ ମାଲିକ ଶବକୁ ଗାଏବ କରି ଘଟଣାକୁ ଚପାଇଦେବାକୁ ଉଦ୍ୟମ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏହି ଖବର “ ଓଡ଼ିଶା – ମୋ ପରିବାର ’ କାର୍ଯ୍ୟାଳୟର ନଜରକୁ ଆସିଥିଲା । କ୍ରିଷ୍ଣାଙ୍କ ଶବକୁ ଉଦ୍ଧାର କରି ଗାଁକୁ ଫେରାଇ ଆଣିବା ଲାଗି ଓଡ଼ିଶା – ମୋ ପରିବାର ଟିମ୍ ଉଦ୍ୟମ ଆରମ୍ଭ କରିଥିଲେ । ତାମିଲନାଡୁ ଅତିରିକ୍ତ ପୁଲିସ ଡିଜି ଅଶୋକ ଦାସଙ୍କ ସହିତ ଯୋଗାଯୋଗ କରିଥିଲେ । ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଆଇଜି ଅମିତାଭ ଠାକୁର ମଧ୍ୟ ଏଥିରେ ସହଯୋଗ କରିଥିଲେ । ଶ୍ରୀ ଦାସଙ୍କ ନିର୍ଦ୍ଦେଶରେ ତାମିଲନାଡୁ ଅତିରିକ୍ତ ପୁଲିସ କମିଶନର ( ଟ୍ରାଫିକ ) ଏ.ଅରୁଣ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରି ମିଲ ମାଲିକ ହେପାଜତରୁ ଶବ ଉଦ୍ଧାର କରି ଓଡ଼ିଶା ଫେରାଇବାର ବ୍ୟବସ୍ଥା କରିଥିଲେ । ସାଧାରଣତଃ ଏହିଭଳି ମୃତ୍ୟୁରେ , ବ୍ୟବଚ୍ଛେଦ ପରେ ମର ଶରୀର ପଠାଯାଏ ନାହିଁ , କିନ୍ତୁ ଓଡ଼ିଶା ମୋ ପରିବାରର ଅନୁରୋଧ କ୍ରମେ ତାମିଲନଡୁ ପୋଲିସ୍ ମୃତ ଶରୀରକୁ ସସମ୍ମାନେ ଓଡ଼ିଶା ପଠାଇଛନ୍ତି । “ ଓଡ଼ିଶା – ମୋ ପରିବାର ‘ ଟିମ୍ ସଦସ୍ୟମାନେ ସେଠାରୁ ଆମ୍ବୁଲାନସ୍ ଯୋଗେ ଶବକୁ ନବରଙ୍ଗପୁରର କ୍ରିଷ୍ଣାଙ୍କ ଗାଁ ତେଲିପଡ଼ା ଆଣି ଆଜି ଦିନ ୧୧ଟାରେ ପହଞ୍ଚିଥିଲେ । ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ , ଡାବୁଗାଁ ବିଧାୟକ ତଥା ଓଡ଼ିଶା – ମୋ ପରିବାର ସଦସ୍ୟ ଶ୍ରୀ ମନୋହର ରାନ୍ଧାରୀଙ୍କ ସହଯୋଗ ଓ ଉପସ୍ଥିତିରେ କ୍ରିଷ୍ଣାଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି । ଓଡ଼ିଶା ମୋ ପରିବାରର ଏହି ପ୍ରଚେଷ୍ଟାକୁ ସର୍ବତ୍ର ପ୍ରଶଂସା କରାଯାଇଥିଲା । The post ଚେନ୍ନାଇରୁ ପୁଅର ଶବ ଫେରିପାଇଲେ କ୍ରିଷ୍ଣାଙ୍କ ପରିବାର: ଓଡ଼ିଶା – ମୋ ପରିବାର ’ ର ସହଯୋଗ ପାଇଁ କୃତଜ୍ଞତା appeared first on The News Room.