ଚୀନରେ ମାତିଛି ଆଉ ଏକ ଭୟଙ୍କର ଭାଇରସ : ଜୈବଔଷଧ ପ୍ରସ୍ତୁତି କାରଖାନାରୁ ବାହାରିଛି ଭୂତାଣୁ ବ୍ରସେଲୋସିସ୍, ୬୦୦୦ରୁ ଅଧିକ ଆକ୍ରାନ୍ତ

ବେଜିଂ, ୦୫।୧୧:    ସାରା ବିଶ୍ୱରେ ଏବେ  ବି ମାରାତ୍ମକ କରୋନା ଭାଇରସର ଆତଙ୍କ ଜାରି ରହିଛି । ଅନେକ ସ୍ଥାନରେ ଭାଇରସର ଦ୍ୱିତୀୟ ଲହର ଆରମ୍ଭ ହୋଇଗଲାଣି । ଏପରିକି ଅନେକ ଦେଶରେ ପୁଣି ଥରେ ଲାଗୁ ହେଲାଣି କକଡାଉନ୍ । ଏବେ କରୋନା ଭାଇରସ ପରେ ଚୀନରେ ଜୁନୋଟିକ୍ ବାକ୍ଲେରିଆଲ୍ ଇନଫେକ୍ସନ ବ୍ରସେଲୋସିସର ଆତଙ୍କ ଆରମ୍ଭ ହୋଇଯାଇଛି । ଏହି ବ୍ୟାକ୍ଟେରିଆ ଗତ ବର୍ଷ ଚୀନର ହାଭୋକରେ ଥିବା ଏକ ବାୟୋ ଫାର୍ମାସିଟିକାଲ୍ସର ଲାବୋରାଟେରୀରୁ ବ୍ୟାପିଥିବା କୁହାଯାଉଛି । ଲାନଝୋଉ ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଗାନସୁରେ ପ୍ରାୟ ୬୦୦୦ରୁ ଅଧିକ ବ୍ୟକ୍ତି ବ୍ରସେଲୋସିସରେ ଆକ୍ରାନ୍ତ ହୋଇଛନ୍ତି । ଏହା ଧିରେଧିରେ ଭୟଙ୍କର ହେବାରେ ଲାଗିଛି । ସରକାର ପ୍ରାୟ ୫୫୭୨୫ଜଣଙ୍କର ବ୍ରସେଲୋସିସ୍ ଟେଷ୍ଟ୍ କରି ସାରିଲେଣି । ଏହାମଧ୍ୟରୁ ୬୬୨୦ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବାନୁସାରେ, ଯେଉଁମାନେ ବ୍ରସେଲୋସିସରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କଠାରେ ଥଣ୍ଡା, କାଶ ଓ ଜ୍ୱର ଭଳି ଲକ୍ଷଣ ଦେଖିବାକୁ ମିଳୁଛି । ବିଭିନ୍ନ ପ୍ରାଣୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିବା ଫଳରେ ଏହି ରୋଗ ବ୍ୟାପୁଛି । ଏପରିକି କିଛି ଗୃହପାଳିତ ପଶୁଙ୍କ କ୍ଷୀର ତଥା ଅନ୍ୟ ଉତ୍ପାଦ ଖାଇବା ଓ ପିଇବା ଦ୍ୱାରା ମଧ୍ୟ  ସଂକ୍ରମଣର ଭୟ ରହିଛି । ସୂଚନାଯୋଗ୍ୟ, ଏହି ବ୍ୟାକ୍ଟେରିଆ ଗତ ବର୍ଷ ସେପ୍ଟେମ୍ବରରେ ଚାଇନା ଆନିମଲ ହଜବେଣ୍ଡାରୀ ଇଣ୍ଡଷ୍ଟ୍ରୀର ଲ୍ୟାବ୍‌ରୁ ବ୍ୟାପିଥିଲା । ଏହି ଶିଳ୍ପାନୁଷ୍ଠାନର ଦୂଷିତ ଗ୍ୟାସ ସହ ମିଶି ବ୍ୟାକ୍ଟେରିଆ ବାହାରକୁ ଲିକ୍ ହେବା ସହ ବ୍ୟାପିଥିଲା । ଏହାପରେ ବାୟୁ ଦ୍ୱାରା ଏହି ବ୍ୟାକ୍ଟେରିଆ ସଂକ୍ରମଣ ହୋଇଥିଲା ।