ଚର୍ମ ଦାନ କରି ଦୁର୍ଘଟଣାଗ୍ରସ୍ତ ଓ ପୋଡି ଯାଇଥିବା ରୋଗୀଙ୍କୁ ଦିଆଯାଇପାରେ ନୂଆ ଜୀବନ, ଏହି ପ୍ରକ୍ରିୟା ହୋଇଥାଏ ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ

ନୂଆଦିଲ୍ଲୀ ୧୬/୦୮ : ଆପଣ ଜାଣିଛନ୍ତି, ସ୍କିନ ଦାନ କରି ମଧ୍ୟ ଲୋକଙ୍କ ଜୀବନ ରକ୍ଷା କରାଯାଇପାରେ | ଅଙ୍ଗଦାନକୁ ମହାଦାନ ବୋଲି କୁହାଯାଏ | ସମସ୍ତ ପ୍ରକାର ଅଙ୍ଗଦାନ ଭଳି ସ୍କିନ ବା ଚର୍ମ ମଧ୍ୟ ଦାନ କରାଯାଇଥାଏ ଏବଂ ଏହା ମଧ୍ୟ ଜୀବନ ରକ୍ଷା କରିବା କାମ କରିଥାଏ | ଚିକିତ୍ସା ସମୟରେ ଠିକ ସମୟରେ ଚର୍ମ ନ ମିଳିବାରୁ ରୋଗୀଙ୍କ ମୃତ୍ୟୁ ସମ୍ଭାବନା ମଧ୍ୟ ଥାଏ | ବିକାଶଶୀଳ ଓ ଗରିବ ଦେଶରେ […]

ଚର୍ମ ଦାନ କରି ଦୁର୍ଘଟଣାଗ୍ରସ୍ତ ଓ ପୋଡି ଯାଇଥିବା ରୋଗୀଙ୍କୁ ଦିଆଯାଇପାରେ ନୂଆ ଜୀବନ, ଏହି ପ୍ରକ୍ରିୟା ହୋଇଥାଏ ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ
ନୂଆଦିଲ୍ଲୀ ୧୬/୦୮ : ଆପଣ ଜାଣିଛନ୍ତି, ସ୍କିନ ଦାନ କରି ମଧ୍ୟ ଲୋକଙ୍କ ଜୀବନ ରକ୍ଷା କରାଯାଇପାରେ | ଅଙ୍ଗଦାନକୁ ମହାଦାନ ବୋଲି କୁହାଯାଏ | ସମସ୍ତ ପ୍ରକାର ଅଙ୍ଗଦାନ ଭଳି ସ୍କିନ ବା ଚର୍ମ ମଧ୍ୟ ଦାନ କରାଯାଇଥାଏ ଏବଂ ଏହା ମଧ୍ୟ ଜୀବନ ରକ୍ଷା କରିବା କାମ କରିଥାଏ | ଚିକିତ୍ସା ସମୟରେ ଠିକ ସମୟରେ ଚର୍ମ ନ ମିଳିବାରୁ ରୋଗୀଙ୍କ ମୃତ୍ୟୁ ସମ୍ଭାବନା ମଧ୍ୟ ଥାଏ | ବିକାଶଶୀଳ ଓ ଗରିବ ଦେଶରେ ଆର୍ଟିଫିସିଆଲ ସ୍କିନ ଟ୍ରାନ୍ସପ୍ଲାଣ୍ଟ କରାଇବା ମହଙ୍ଗା ସାବ୍ୟସ୍ତ ହୋଇଥାଏ | କିନ୍ତୁ ଚର୍ମ ଦାନ ଜରିଆରେ ଦୁର୍ଘଟଣାଗ୍ରସ୍ତ ଓ ପୋଡି ଯାଇଥିବା ରୋଗୀଙ୍କୁ ନୂଆ ଜୀବନ ଦିଆଯାଇପାରେ |  ଚର୍ମ ଶରୀରର ମହତ୍ଵପୁର୍ଣ ଅଙ୍ଗ | ଏହା ଆମ ଶରୀରର ସୁରକ୍ଷା କବଚ ଭଳି କାମ କରେ | ଚର୍ମ ଶରୀରକୁ ସଂକ୍ରମଣରୁ ରକ୍ଷା କରିଥାଏ | ଚିକିତ୍ସା ସମୟରେ ରୋଗୀଙ୍କ ଶରୀରର ଅନ୍ୟ ଜାଗାରୁ ଚର୍ମ ନେବା ସମ୍ଭବ ନ ହେଲେ ଚର୍ମ ଦାନ ଏହି ସମୟରେ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିଥାଏ | ମୃତ ଶରୀରରୁ ଦାନ କରାଯାଇଥିବା ଚର୍ମକୁ ଉପଯୋଗ କରି ଶରୀରର କ୍ଷତ ଠିକ କରାଯାଇପାରେ | ଶରୀରର ଅନ୍ୟ ଅଙ୍ଗ, ଯେପରିକି ହୃଦୟ, କିଡନୀ ଓ ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇଥାଏ ଠିକ ସେହିପରି ସ୍କିନ ମଧ୍ୟ ଟ୍ରାନ୍ସପ୍ଲାଣ୍ଟ ହୋଇଥାଏ | ଦାନ କରାଯାଇଥିବା ଚର୍ମ ରୋଗୀଙ୍କ ଶରୀରରେ ସବୁବେଳେ ରହେନାହିଁ | ଏହାର ବ୍ୟବହାର ଅସ୍ଥାୟୀ ଭାବେ ଡ୍ରେସିଂରେ କରାଯାଇଥାଏ | ୪ ସପ୍ତାହ ପରେ ରୋଗୀଙ୍କ ଶରୀର ଏହି ଅସ୍ଥାୟୀ ଚର୍ମକୁ ଅସ୍ବୀକାର କରିଥାଏ | ଚର୍ମ ଦାନ ପ୍ରକ୍ରିୟା ସମୟରେ ରକ୍ତସ୍ରାବ ହୁଏନାହିଁ | ଚର୍ମ ଦାନ ପ୍ରକ୍ରିୟା ବ୍ଲଡ଼ ଗ୍ରୁପ ଯାଞ୍ଚ କରିବାକୁ ପଡ଼ିନଥାଏ କି SLA ମ୍ୟାଚ କରିବା ମଧ୍ୟ ଆବଶ୍ୟକ ହୋଇନଥାଏ | ଚର୍ମ ଦାନ କାମ ୧୮ ବର୍ଷ ବୟସ ଯୁବକ ଯୁବତୀ ହିଁ କରିପାରିବେ | ମୃତ୍ୟୁର ୧୨ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରାଯାଇପାରେ | ମୃତ ଶରୀରକୁ ଶୀତଳ ଭଣ୍ଡାରରେ ରଖାଯାଇଥାଏ | ଟ୍ରାନ୍ସପ୍ଲାଣ୍ଟ ପାଇଁ ଶରୀରର କିଛି ଅଂଶ ଯେପରିକି ଅଣ୍ଟା, ଜଙ୍ଘ, ଗୋଡ, ପିଚା ଆଦିରୁ ହିଁ ଚର୍ମ ବାହାର କରାଯାଇଥାଏ | ମୃତ ଶରୀରରୁ ଚର୍ମ ବାହାର କରିବା ପରେ ଚର୍ମକୁ ଚର୍ମ ବ୍ୟାଙ୍କକୁ ପଠାଯାଏ | ସେଠାରେ ପ୍ରୋସେସିଂ ପରେ ସ୍କ୍ରିନିଙ୍ଗ କରାଯାଇଥାଏ | ଏହାପରେ ବିଶେଷଜ୍ଞ ରୋଗୀଙ୍କ ଶରୀରରେ ସ୍କିନ ଟ୍ରାନ୍ସପ୍ଲାଣ୍ଟ କରିବାକୁ ନିଷ୍ପତ୍ତି ନିଅନ୍ତି | ଚର୍ମ ସଂକ୍ରମଣ, ଚର୍ମ କ୍ୟାନସର ଥିବା ରୋଗୀ ଚର୍ମ ଦାନ କରିପାରିବେ ନାହିଁ | ଚର୍ମ ଦାନ ପ୍ରତି ସଚେତନତା ସୃଷ୍ଟି କରି ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରାଯାଇପାରେ |