ଚଳିତ ମାସରେ ଆସିପାରେ ୩ ଡୋଜ୍‌ ଥିବା ଭ୍ୟାକ୍‌ସିନ୍‌, ଇଞ୍ଜେକ୍‌ସନ ଫ୍ରି ସହିତ ସ୍ୱଦେଶରେ ହେବ ପ୍ରସ୍ତୁତ

ନୂଆଦିଲ୍ଲୀ, ୦୯/୦୭: ଖୁବ୍‌ଶିଘ୍ର ଭାରତକୁ ଆଉ ଏକ ଭ୍ୟାକ୍‌ସିନ୍‌ର ବିକଳ୍ପ ମିଳିବାକୁ ଯାଉଛି । ଚଳିତ ମାସ ଶେଷ ସୁଦ୍ଧା କିମ୍ୱା ଆଗାମୀ ମାସର ଆରମ୍ଭରେ ଡିଏନ୍‌ଏ ଟେକ୍‌ନିକ୍‌ ପ୍ରଣାଳୀରେ ପ୍ରସ୍ତୁତ ହୋଇଥିବା ଏହି ଭ୍ୟାକ୍‌ସିନ୍‌କୁ ଲଞ୍ଚ୍ କରାଯାଇପାରେ । ବର୍ତ୍ତମାନ ଭାରତରେ ବ୍ୟବହାର ହେଉଥିବା ତିନୋଟି ଯାକ ଭ୍ୟାକ୍‌ସିନ୍‌କୁ ଦେଖିଲେ ଆସୁଥିବା ଏହି ଭ୍ୟାକ୍‌ସିନ୍ କିଛି ଭିନ୍ନ ହେବ । ଏହି ଭ୍ୟାକ୍‌ସିନ୍‌ର ବିଶେଷତ୍ୱ ହେଉଛି କି ଏହା ଡିଏନ୍‌ଏ ଟେକ୍‌ନିକ୍‌ ପ୍ରଣାଳୀରେ ପ୍ରସ୍ତୁତ ହୋଇଛି । ଏହାର ତିନୋଟି ଡୋଜ୍‌ ରହିଛି । ଏହାକୁ ଘର ତାପମାତ୍ରାରେ ମଧ୍ୟ ରଖାଯାଇପାରିବ । ସାଧାରଣତଃ ଅନ୍ୟ ଭ୍ୟାକ୍‌ସିନ୍‌ଗୁଡ଼ିକୁ ଇଞ୍ଜେକ୍‌ସନ ସାହାଯ୍ୟରେ ଦିଆଯାଉଥିବା ବେଳେ ଏହି ଭ୍ୟାକ୍‌ସିନ୍‌କୁ ଜେଟ୍‌ ଇଞ୍ଜେକ୍ଟର ସାହାଯ୍ୟରେ ଦିଆଯିବ । ଏହାକୁ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଜାୟଡସ୍‌ କାଡିଲା ବିକଶିତ କରିଛି ଏବଂ ଏହା ଦୁନିଆର ପ୍ରଥମ ଡିଏନ୍‌ଏ ପ୍ଲାଜାମିଡ୍ ଭ୍ୟାକ୍‌ସିନ୍‌ । ଭାରତରେ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ କମ୍ପାନୀ ଡିଜିସିଆଇକୁ ମଞ୍ଜୁରୀ ଦେବା ପାଇଁ ନିବେଦନ କରିଛି । ନାଶନାଲ୍‌ ଟେକ୍ନିକାଲ ଆଡ୍‌ଭାଇଜାରୀ ଗ୍ରୁପ୍‌ ଅଫ୍‌ ଇମ୍ୟୁନାଇଜେସନ୍‌ (NTAGI) ର ଅଧ୍ୟକ୍ଷ ଏନ୍‌ କେ ଆରୋଡ଼ା କହିଛନ୍ତି ଯେ, ଏହା ପ୍ରଥମ ଡିଏନ୍‌ଏ ଭ୍ୟାକ୍‌ସିନ୍‌ । ଏହି ମାସର ଶେଷ ସପ୍ତାହ କିମ୍ୱା ଆଗାମୀ ମାସର ପ୍ରଥମ ସପ୍ତାହ ପୂର୍ବରୁ ଲଞ୍ଚ୍‌ ହୋଇପାରେ । ଏଥିରେ ଭାଇରସ୍‌ର ଜେନେଟିକ୍‌ କୋଡ୍‌ର ଏକ ଛୋଟ ଅଂଶକୁ ନେଇ ଶରୀରରେ କରୋନା ବିରୋଧରେ ଏହା ଲଢ଼ିବ ।  