ଚେସ୍ ଖେଳ ମାଧ୍ୟମରେ ନିଶାଗ୍ରସ୍ତ ଯୁବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି

ଭୁବନେଶ୍ୱର ୧୭।୦୩ : ନିଶାଗ୍ରସ୍ତ ହୋଇ ପଥଭ୍ରଷ୍ଟ ହେଉଥିବା ଯୁବକଙ୍କୁ ଚେସ୍‌ ଖେଳ ମାଧ୍ୟମରେ ଠିକ୍‌ ପଥକୁ ଆଣିବାର ଲକ୍ଷ୍ୟ ନେଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗ ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ଯୋଗଦେଇ ଯୁବଗୋଷ୍ଠୀ ନିଶାଠାରୁ ନିଜକୁ କିଭଳି ଦୂରରେ ରଖି ଏକ ସୁସ୍ଥ ଓ ଗଠନ ମୂଳକ ଜୀବନ ଜିଇଁପାରିବେ ସେ ସମ୍ପର୍କରେ ବୁଝାଇଥିଲେ । ଡ୍ରିମ୍‌ସ ମିଶନ୍‌ର ଏହି ଅଭିନବ ପଦକ୍ଷେପ ଦ୍ୱାରା କମିଶନରେଟ ପୁଲିସ, ଓଡ଼ିଶା ମାଇନିଂ କର୍ପୋରେସନ୍‌ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଜୁକେଶନ ଆଣ୍ଡ କେୟାର (ଆଇଆଇଇସି)ର ମିଳିତ ସହଯୋଗରେ ନିଶାଜନିତ ସାମାଜିକ ବ୍ୟାଧିକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏକ ଚେସ୍‌ ପ୍ରତିଯୋଗିତା କରାଯାଇଥିଲା । ଡ୍ରିମସ୍‌ ମିଶନ୍‌ ପ୍ରଥମ ପର୍ଯ୍ୟାୟରେ ନିଶାଗ୍ରସ୍ତ ପଥଭ୍ରଷ୍ଟ ଯୁବକମାନଙ୍କୁ ସଜାଡିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି । ନିଶା ଯୋଗୁ ଅପରାଧ ଘଟାଇଥିବା ୫୦ ଜଣ ଯୁବକଙ୍କୁ ରିଭୋଲ୍ୟୁସନ ଥଇଥାନ କେନ୍ଦ୍ରରେ ଅବସ୍ଥାପିତ କରାଯାଇଛି । ସେମାନଙ୍କୁ କାଉନ୍‌ସେଲିଂ, ଯୋଗ, ବ୍ୟାୟାମ ଏବଂ ଉପଯୁକ୍ତ ଶିକ୍ଷା ଦ୍ୱାରା ସୁଧାରିବା ପାଇଁ ଚେଷ୍ଟା କରାଯାଉଛି । ଚେସ୍‌ ଖେଳ ଦ୍ୱାରା ସେମାନଙ୍କ ମାନସିକ ସ୍ଥିରତା ବଜାୟ ରଖିବାକୁ ପ୍ରୟାସ କରଯାଉଛି । ଅନ୍ତର୍ଜାତୀୟ ପ୍ରଶିକ୍ଷକ ସତ୍ୟରଞ୍ଜନ ପଟ୍ଟନାୟକ, ତାଙ୍କ ସହଯୋଗୀ ସତ୍ୟଜିତ୍‌ ପଟ୍ଟନାୟକ, ସୁନାୟମିତ୍ର ସେନ୍‌ ୫୦ ଯୁବକଙ୍କୁ ପ୍ରତି ରବିବାର ପ୍ରଶିକ୍ଷଣ ଦେବେ । ଅତିରିକ୍ତ ପୁଲିସ୍‌ କମିଶନର ନିତି ଶେଖର ଏହି ଖେଳକୁ ଉଦ୍‌ଘାଟନ କରିଥିଲେ । ଡ୍ରିମ୍‌ସର ନିର୍ଦ୍ଦେଶକ ଡ. ଶିଶିର କୁମାର ଦାସ ପରିଚାଳନା କରିଥିଲେ ।