ଛତ୍ରପୁର ସହରକୁ ବାହାର ଲୋକ ଆସିବା ମନା: ପ୍ରବେଶ ପଥ ସିଲ୍‌

ଛତ୍ରପୁର,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରିଦିଆଯାଇଛି। କେବଳ ଡିଆର୍‌ଡିଏ ଛକରେ ପୋଲିସ, ପ୍ରଶାସନିକ ଅଧିକାରୀଙ୍କ ଗାଡି ଓ ଆମ୍ବୁଲାନ୍ସକୁ ସହର ମଧ୍ୟକୁ ଯିବାକୁ ଅନୁମତି ରହିଛି। ବାହାର ଅଞ୍ଚଳର ଲୋକଙ୍କୁ ଛତ୍ରପୁର ସହରକୁ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ ରହିଛି। ବୁଧବାର ଡିଆର୍‌ଡିଏ ଛକରେ ପୋଲିସ ପକ୍ଷରୁ ଯାଞ୍ଚ କରାଯିବା ବ୍ୟବସ୍ଥା ହୋଇଛି। ଏଥିସହ ଜାତୀୟ ରାଜପଥରେ ଟ୍ରକ, ବସ୍‌ ଓ ମାଲ ପରିବହନ ଗାଡ଼ି ବ୍ୟତୀତ ବାଇକ୍‌, କାର ଓ […] The post ଛତ୍ରପୁର ସହରକୁ ବାହାର ଲୋକ ଆସିବା ମନା: ପ୍ରବେଶ ପଥ ସିଲ୍‌ appeared first on Dharitri Odia News.

ଛତ୍ରପୁର ସହରକୁ ବାହାର ଲୋକ ଆସିବା ମନା: ପ୍ରବେଶ ପଥ ସିଲ୍‌
ଛତ୍ରପୁର,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରିଦିଆଯାଇଛି। କେବଳ ଡିଆର୍‌ଡିଏ ଛକରେ ପୋଲିସ, ପ୍ରଶାସନିକ ଅଧିକାରୀଙ୍କ ଗାଡି ଓ ଆମ୍ବୁଲାନ୍ସକୁ ସହର ମଧ୍ୟକୁ ଯିବାକୁ ଅନୁମତି ରହିଛି। ବାହାର ଅଞ୍ଚଳର ଲୋକଙ୍କୁ ଛତ୍ରପୁର ସହରକୁ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ ରହିଛି। ବୁଧବାର ଡିଆର୍‌ଡିଏ ଛକରେ ପୋଲିସ ପକ୍ଷରୁ ଯାଞ୍ଚ କରାଯିବା ବ୍ୟବସ୍ଥା ହୋଇଛି। ଏଥିସହ ଜାତୀୟ ରାଜପଥରେ ଟ୍ରକ, ବସ୍‌ ଓ ମାଲ ପରିବହନ ଗାଡ଼ି ବ୍ୟତୀତ ବାଇକ୍‌, କାର ଓ ଅନ୍ୟ ଗାଡି ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରହିଛି। ବୁଧବାର ପୋଲିସ ପକ୍ଷରୁ ଜାତୀୟ ରାଜପଥରେ କଡାକଡ଼ି ଯାଞ୍ଚ କରାଯାଇଛି। ଛତ୍ରପୁର ସହର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ କରଯାଇଛି। ଲୋକେ ଚାଲିକି ଯାଇ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ କୁହାଯାଇଛି। ଅପରାହ୍ନ ୪ଟାରୁ ଆସନ୍ତା ମଙ୍ଗଳବାର ସକାଳ ୭ ଟା ପର୍ଯ୍ୟନ୍ତ ୫ ଦିନ ଛତ୍ରପୁର ଏନ୍‌ଏସି ସମ୍ପୂର୍ଣ୍ଣ ଶଟଡାଉନ ରହିବ ବୋଲି ଜ଼ିଲାପାଳ ଘୋଷଣା କରିସାରିଛନ୍ତି। ଏଥିପାଇଁ ପନିପରିବା ଓ ରାସନ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଛତ୍ରପୁରର ବିଭିନ୍ନ ସାହିରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅଧିକାଂଶ ସାହିକୁ ସିଲ କରିଦିଆଯାଇଛି। The post ଛତ୍ରପୁର ସହରକୁ ବାହାର ଲୋକ ଆସିବା ମନା: ପ୍ରବେଶ ପଥ ସିଲ୍‌ appeared first on Dharitri Odia News.