ଛେଳି ଖାଇଗଲେ ଧାନ, ଲାପ୍‌ସ ଟୋକନ ପାଇଁ ମଣ୍ଡିରୁ ଧାନ ନେଇଗଲେ ଚାଷୀ

ଭଦ୍ରକ ୩୧/୩ : ଧାନ ବିକ୍ରି ପାଇଁ ମଣ୍ଡୀ ରେ ଧାନ ରଖିଥିଲେ ଚାଷୀ । ଦିନ ଗଲା ଟୋକନ ଥାଇ ମଧ୍ୟ ଧାନ ନେଲେନି ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟ । ଟୋକନ ଲାପ୍ସ ହେବା ପରେ ମଧ୍ୟ ଅପେକ୍ଷାରେ ଥିଲେ ଚାଷୀ କିନ୍ତୁ ଟୋକନ ପୁନଃ ନିୟମିତ ହୋଇନଥିଲା । ତେବେ ମଣ୍ଡିରେ ଥିବା ଧାନ ଖାଇଯାଇଛନ୍ତି ଛେଳି ଓ ଗାଈଗୋରୁ । ଶେଷରେ ବାଧ୍ୟ ହୋଇ ବାହାର ବେପାରୀଙ୍କୁ ଧାନ ଦେବା ପାଇଁ ମଣ୍ଡିରୁ ଧାନ ନେଇଗଲେ ଚାଷୀ । ଏମିତି ସ୍ଥିତି ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକରେ । ବାବା ମହିଳା ଗୋଷ୍ଠୀ ଧାନ ସଂଗ୍ରହ ଦାୟିତ୍ଵରେ ଥିଲେ । କିନ୍ତୁ ଅନେକ ଚାଷୀଙ୍କର ଟୋକନ ଲାପ୍ସ ହୋଇଥିବାରୁ ଧାନ ନେଇନଥିଲେ । ଫଳରେ ମଣ୍ଡିରେ ସେମିତି ଧାନସବୁ ପଡିରହିଥିଲା । ପରେ ଚାଷୀ ମାନେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ଯୋଗାଣ ବିଭାଗ ମଧ୍ୟ ଟୋକନକୁ ପୁନଃ କାର୍ଯ୍ୟକ୍ଷମ ନେଇ ପ୍ରତିଶ୍ରୁତି ଦେଇଥିଲା । ହେଲେ ଦୀର୍ଘ ଦିନର ଅପେକ୍ଷା ସତ୍ତ୍ୱେ ଧାନ ଉଠିନଥିଲା । ମଣ୍ଡିରେ ଛେଳି ଓ ଗାଈ ଗୋରୁ ପଶି ଧାନ ଖାଇଥିଲେ । ଶେଷରେ ବଜାରର ବେପାରୀଙ୍କୁ ଧାନ ବିକ୍ରି କରିବା ପାଇଁ ମଣ୍ଡୀ ରୁ ଧାନ ଉଠାଇ ଆଣିଥିଲେ ଲେ ଚାଷୀ