ଜି-୨୦ର ଭର୍ଚୁଆଲ ସମ୍ମିଳନୀକୁ ସମ୍ବୋଧିତ କଲେ ନରେନ୍ଦ୍ର ମୋଦି: କହିଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କରୋନା ମୁକାବିଲା ବିଶ୍ୱ ପାଇଁ ବଡ ଆହ୍ୱାନ

କନକ ବ୍ୟୁରୋ: ଜି-୨୦ର ଭର୍ଚୁଆଲ ସମ୍ମିଳନୀରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଉଦି ଆରବ ଅଧ୍ୟକ୍ଷତାରେ ଆୟୋଜିତ ୧୫ତମ ଜି-୨୦ ସମ୍ମିଳନୀକୁ ସମ୍ବୋଧିତ କରି ମୋଦି କହିଛନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କରୋନା ମହାମାରୀ ବିଶ୍ୱର ସବୁଠୁ ବଡ ଆହ୍ୱାନ । ଇତିହାସର ଏହି ଗୁରୁତ୍ୱପୂର୍ଣ୍ଣ ମୋଡରେ ଜି-୨୦ ପକ୍ଷରୁ ଏକ ନିର୍ଣ୍ଣାୟକ ପଦକ୍ଷେପ ନେବା ପାଇଁ ଅପିଲ କରିଛନ୍ତି ପ୍ରଧାନମନନ୍ତ୍ରୀ । ଯାହା କେବଳ ଅର୍ଥବ୍ୟବସ୍ଥାରେ ସୁଧାର, ଚାକିରୀ, ରୋଜଗାର ଓ ବ୍ୟବସାୟ […]

ଜି-୨୦ର ଭର୍ଚୁଆଲ ସମ୍ମିଳନୀକୁ ସମ୍ବୋଧିତ କଲେ ନରେନ୍ଦ୍ର ମୋଦି: କହିଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କରୋନା ମୁକାବିଲା ବିଶ୍ୱ ପାଇଁ ବଡ ଆହ୍ୱାନ
କନକ ବ୍ୟୁରୋ: ଜି-୨୦ର ଭର୍ଚୁଆଲ ସମ୍ମିଳନୀରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଉଦି ଆରବ ଅଧ୍ୟକ୍ଷତାରେ ଆୟୋଜିତ ୧୫ତମ ଜି-୨୦ ସମ୍ମିଳନୀକୁ ସମ୍ବୋଧିତ କରି ମୋଦି କହିଛନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କରୋନା ମହାମାରୀ ବିଶ୍ୱର ସବୁଠୁ ବଡ ଆହ୍ୱାନ । ଇତିହାସର ଏହି ଗୁରୁତ୍ୱପୂର୍ଣ୍ଣ ମୋଡରେ ଜି-୨୦ ପକ୍ଷରୁ ଏକ ନିର୍ଣ୍ଣାୟକ ପଦକ୍ଷେପ ନେବା ପାଇଁ ଅପିଲ କରିଛନ୍ତି ପ୍ରଧାନମନନ୍ତ୍ରୀ । ଯାହା କେବଳ ଅର୍ଥବ୍ୟବସ୍ଥାରେ ସୁଧାର, ଚାକିରୀ, ରୋଜଗାର ଓ ବ୍ୟବସାୟ ଭିତରେ ସୀମିତ ନରହୁ । ବରଂ ସାରା ବିଶ୍ୱର ସଂରକ୍ଷଣ ପାଇଁ ରଣନୀତି କରାଯାଉ, କାରଣ ଏହା ମାନବ ସମାଜର ଭବିଷ୍ୟତ ନିର୍ଦ୍ଧାରଣ କରିବ । ସେହିପରି କରୋନା କାଳ ପରେ ଦୁନିଆ ପାଇଁ ଏକ ବିଶ୍ୱ ସୂଚକାଙ୍କ ବିକାଶ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଯେଉଁଥିରେ ୪ଟି ପ୍ରମୁଖ ତତ୍ୱ ସାମିଲ ରହିଛି । ସେଗୁଡିକ ହେଲା ପ୍ରତିଭାଶାଳୀ ବ୍ୟକ୍ତିଙ୍କ ଏକ ବଡ ସମୂହ ବା ଟାଲେଂଟ ପୁଲ ପ୍ରସ୍ତୁତ କରିବା । ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ପ୍ରାଦ୍ୟୋଗିକ ସୁବିଧା ପହଂଚାଇବା । ଶାସନ ପ୍ରଣାଳୀରେ ପାରଦର୍ଶିତା ବା ସ୍ୱଚ୍ଛତା ଆଣିବା ଏବଂ ପୃଥିବୀକୁ ସଂରକ୍ଷଣ ଭାବନାରେ ଦେଖିବା । ଏହାକୁ ଆଧାର କରି ଜି-୨୦ ଏକ ନୂଆ ଦୁନିଆର ମୂଳଦୁଆ ପକାଇ ପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।