ଜଙ୍ଗଲ ନିଆଁ : ସରିଲା ଗ୍ରାଉଣ୍ଡ ଜିରୋରେ ସମୀକ୍ଷା, ଆଜି ରାଜ୍ୟ ସରକାରଙ୍କୁ ଭେଟିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର, ୧୫|୦୩:   ଜଙ୍ଗଲ ନିଆଁର ସ୍ଥିତି ଅନୁଧ୍ୟାନ ପରେ ସୋମବାର ରାଜ୍ୟ ସରକାରଙ୍କୁ ଭେଟିବ କେନ୍ଦ୍ରୀୟ ଟିମ୍ । ଶିମିଳିପାଳ ବନାଗ୍ନି ଘଟଣାର ଗ୍ରାଉଣ୍ଡ ଜିରୋ ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଟିମ୍। ଜଙ୍ଗଲରେ ନିଆଁ କେଉଁଠି ଲାଗିଛି, କ୍ଷୟକ୍ଷତିର ପରିମାଣ କେତେ, ନିଆଁ କେମିତି ଲାଗୁଛି ଏବଂ ଏହାର ନିରାକରଣ କରିବାରେ କି ପଦକ୍ଷେପ ନିଆଯାଇଛି ସେନେଇ ଅନୁଧ୍ୟାନ କରିଛି ଟିମ୍ । ଶିମିଳିପାଳ ଏବଂ କୁଲଡିହା ଅଭୟାରଣ୍ୟ ଅନୁଧ୍ୟାନ ପରେ ଟିମ୍ ଚନ୍ଦକା ଅଭୟାରଣ୍ୟ ପରିଦର୍ଶନ କରିଥିଲେ । ସୋମବାର ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଟିମ୍ ଆଲୋଚନା କରିବେ । ଏହା ପରେ ଦିଲ୍ଲୀ ଫେରି କେନ୍ଦ୍ରୀୟ ଟିମ୍ ଚୂଡାନ୍ତ ରିପୋର୍ଟ ଦେବେ। ସେପଟେ ବିଜେପିର ୧୫ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଶିମିଳିପାଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ବରେ ଏହି ଟିମ୍ ଅଭୟାରଣ୍ୟରେ ନିଆଁ ଲାଗିଥିବା ସ୍ଥାନ ଦେଖିବା ସହ ନିଆଁ ଲାଗିବା କାରଣ ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଗ୍ରାଉଣ୍ଡଜିରୋରେ ତର୍ଜମା ପରେ ବନବିଭାଗକୁ ମିଳିଥିବା ୬୦୦ କୋଟି ଟଙ୍କାର କାମ୍ପାଫଣ୍ଡ୍ ହିସାବ ମାଗିଛି ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଅନ୍ୟପଟେ ରାଜ୍ୟରେ ବନାଗ୍ନି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ସୂଚନା ଦେଇଛି । ତୁରନ୍ତ ଏବଂ ସକ୍ରିୟ ପଦକ୍ଷେପ ଯୋଗୁ ଏହା ସମ୍ଭବପର ହୋଇପାରିଛି, ତଥାପି ଆଗାମୀ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସତର୍କ ରହିବାକୁ ବନ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ଅଗ୍ନିଶମ ଅଧିକାରୀଙ୍କ ସହ ୨୫ଜଣ ସଦସ୍ୟ ଥିବା ୮ଟି ODRAF ଟିମ୍ ବନ କର୍ମଚାରୀଙ୍କ ସହ ଜଙ୍ଗଲ ନିଆଁ ଲିଭା କାମରେ ନିୟୋଜିତ ହୋଇଛନ୍ତି ।