ଜାତୀୟ ଏକାଡେମୀ ମହିଳା ହକି: ତାମିଲନାଡୁକୁ ୪୨-୦ରେ ହରାଇଲା ମଧ୍ୟପ୍ରଦେଶ

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ସବ୍‌ଜୁନିୟର ବିଭାଗର ଏକ ମ୍ୟାଚରେ ମଧ୍ୟପ୍ରଦେଶ ହକି ଏକାଡେମୀ ଗୋଲ ବର୍ଷା କରି ୪୨-୦ରେ ତାମିଲନାଡୁ ହକି ଏକାଡେମୀକୁ ପରାସ୍ତ କରିଛି। ମ୍ୟାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରାଧାନ୍ୟ ବିସ୍ତାର କରି ଗୋଲ ବର୍ଷା କରି ଚାଲିଥିଲା ମଧ୍ୟପ୍ରଦେଶ। ଦଳ ପକ୍ଷରୁ ସ୍ବାତୀ ଏକାକୀ ୧୦ ଗୋଲ ଦେଇଥିବାବେଳେ ଅଧିନାୟିକା ଭୂମିକ୍ଷା ସାହୁ […] The post ଜାତୀୟ ଏକାଡେମୀ ମହିଳା ହକି: ତାମିଲନାଡୁକୁ ୪୨-୦ରେ ହରାଇଲା ମଧ୍ୟପ୍ରଦେଶ appeared first on Dharitri Odia News.

ଜାତୀୟ ଏକାଡେମୀ ମହିଳା ହକି: ତାମିଲନାଡୁକୁ ୪୨-୦ରେ ହରାଇଲା ମଧ୍ୟପ୍ରଦେଶ
ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ସବ୍‌ଜୁନିୟର ବିଭାଗର ଏକ ମ୍ୟାଚରେ ମଧ୍ୟପ୍ରଦେଶ ହକି ଏକାଡେମୀ ଗୋଲ ବର୍ଷା କରି ୪୨-୦ରେ ତାମିଲନାଡୁ ହକି ଏକାଡେମୀକୁ ପରାସ୍ତ କରିଛି। ମ୍ୟାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରାଧାନ୍ୟ ବିସ୍ତାର କରି ଗୋଲ ବର୍ଷା କରି ଚାଲିଥିଲା ମଧ୍ୟପ୍ରଦେଶ। ଦଳ ପକ୍ଷରୁ ସ୍ବାତୀ ଏକାକୀ ୧୦ ଗୋଲ ଦେଇଥିବାବେଳେ ଅଧିନାୟିକା ଭୂମିକ୍ଷା ସାହୁ ୯ଟି, କ୍ରିଷ୍ଣା ଶର୍ମା ୭ଟି, ହୁଦା ଖାଁ ୫ଟି, ସ୍ନେହା ପଟେଲ ୪ଟି, ପଲକ ଗୁପ୍ତା ୩ଟି ଏବଂ ଶିଳେଇମା ଖାଇଦେମ ଚାନୁ ଓ ରିତିକା ଅହିଓର୍‌ବାର ୨ଟି ଲେଖାଏ ଗୋଲ ଦେଇଥିଲେ। ଅନ୍ୟ ଏକ ମ୍ୟାଚରେ ସାଇ ଏକଡେମୀ ୯-୦ ଗୋଲରେ ମାର୍କଣ୍ଡେଶ୍ୱର ହକି ଏକାଡେମୀକୁ ପରାସ୍ତ କରିଛି। ପ୍ରତିଯୋଗିତାର ଜୁନିୟର ବିଭାଗରେ ମୁମ୍ବାଇ ସ୍କୁଲ୍ସ ସ୍ପୋଟର୍‌ସ ଆସୋସିଏଶନ ୧୦-୨ ଗୋଲରେ ଭାଇ ବେହଲୋ ହକି ଏକାଡେମୀ ଭାଗଟାକୁ ଏବଂ ମଧ୍ୟପ୍ରଦେଶ ହକି ଏକାଡେମୀ ୬-୨ ଗୋଲରେ ହର୍‌ ହକି ଏକାଡେମୀକୁ ହରାଇଛି। The post ଜାତୀୟ ଏକାଡେମୀ ମହିଳା ହକି: ତାମିଲନାଡୁକୁ ୪୨-୦ରେ ହରାଇଲା ମଧ୍ୟପ୍ରଦେଶ appeared first on Dharitri Odia News.