ଜମି ଜମା ବିବାଦକୁ ନେଇ ବୁଲିଲା ଖଣ୍ଡା-ଭୁଜାଲି, ଉଭୟ ପକ୍ଷରୁ ୧୦ ଗୁରୁତର

ସୋର,୧୭/୧୦: ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ୬ନଂ ୱାର୍ଡର ପାରମହଲାରେ ଜମି ଜମା ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଉଭୟ ପକ୍ଷରୁ ୧୦ ଜଣ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି । ଆହାତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଆହାତମାନେ ହେଲେ ମିର୍ କେଶର, ମିର ଛୋଟୁ, ଜାହିଦ୍ ହୋସେନ୍, ମିର୍ ରୋଶନ, ତାକିମୁନ୍ ବିବି, ମିର୍ ମହିରାଜ୍, ମିର୍ ସମସାର, ମିର୍ ରିଆଜ୍, ମିର୍ ଆଜାଦ୍ । ମିର୍ ଆଜାଦ୍ ସେନାରେ ଜଣେ କାର୍ଯ୍ୟରତ କର୍ମଚାରୀ । ଖବର ପାଇ ଘଟଣାସ୍ଥଳରେ ସୋର ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।