ଜୁମ ମିଟିଙ୍ଗରେ ସେକ୍ରେଟେରୀ ସହ ରୋମାନ୍ସ କରୁଥିବା ବେଳେ ଧରାପଡିଲେ ସରକାରୀ ଅଧିକାରୀ, ଚାକିରିରୁ ବହିଷ୍କାର

କରୋନା ଭାଇରସ୍ ଯୋଗୁଁ ଅନେକ ଅଫିସିଆଲ କାମ ଅନଲାଇନରେ କରାଯାଉଛି । ପିଲାଙ୍କଠାରୁ ଆରମ୍ଭ କରି ଅଫିସ ମିଟିଙ୍ଗ ପର୍ଯ୍ୟନ୍ତ, ସବୁ କାମ ଅନଲାଇନ୍ ମାଧ୍ୟମରେ ହେଉଛି । କିନ୍ତୁ ଟେକ୍ନୋଲୋଜୀର ସଠିକ୍ ଜ୍ଞାନ ନଥିଲେ ଲୋକଙ୍କ ଅନ୍ୟାନ୍ୟ କାର୍ଯ୍ୟକଳାପ ମଧ୍ୟ କ୍ୟାମେରାରେ କଏଦ ହେଉଛି । ସେହିପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ସରକାରୀ ଅଧିକାରୀ ନିଜ ସେକ୍ରେଟେରୀ ସହ ସମ୍ପନ୍ଧ ବନାଉଥିବା ବେଳେ କ୍ୟାମେରାରେ ଧରାପଡିଛନ୍ତି । ତେବେ କ୍ୟାବିଟେ ପ୍ରଦେଶର […] The post ଜୁମ ମିଟିଙ୍ଗରେ ସେକ୍ରେଟେରୀ ସହ ରୋମାନ୍ସ କରୁଥିବା ବେଳେ ଧରାପଡିଲେ ସରକାରୀ ଅଧିକାରୀ, ଚାକିରିରୁ ବହିଷ୍କାର appeared first on Odisha Bhaskar.

ଜୁମ ମିଟିଙ୍ଗରେ ସେକ୍ରେଟେରୀ ସହ ରୋମାନ୍ସ କରୁଥିବା ବେଳେ ଧରାପଡିଲେ ସରକାରୀ ଅଧିକାରୀ, ଚାକିରିରୁ ବହିଷ୍କାର
କରୋନା ଭାଇରସ୍ ଯୋଗୁଁ ଅନେକ ଅଫିସିଆଲ କାମ ଅନଲାଇନରେ କରାଯାଉଛି । ପିଲାଙ୍କଠାରୁ ଆରମ୍ଭ କରି ଅଫିସ ମିଟିଙ୍ଗ ପର୍ଯ୍ୟନ୍ତ, ସବୁ କାମ ଅନଲାଇନ୍ ମାଧ୍ୟମରେ ହେଉଛି । କିନ୍ତୁ ଟେକ୍ନୋଲୋଜୀର ସଠିକ୍ ଜ୍ଞାନ ନଥିଲେ ଲୋକଙ୍କ ଅନ୍ୟାନ୍ୟ କାର୍ଯ୍ୟକଳାପ ମଧ୍ୟ କ୍ୟାମେରାରେ କଏଦ ହେଉଛି । ସେହିପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ସରକାରୀ ଅଧିକାରୀ ନିଜ ସେକ୍ରେଟେରୀ ସହ ସମ୍ପନ୍ଧ ବନାଉଥିବା ବେଳେ କ୍ୟାମେରାରେ ଧରାପଡିଛନ୍ତି । ତେବେ କ୍ୟାବିଟେ ପ୍ରଦେଶର ଫତିମା ଦାସ ଗ୍ରାମ ପରିଷଦର ସଦସ୍ୟମାନଙ୍କ ସହ ଜୁମ୍ ଆପରେ ମିଟିଙ୍ଗ କରୁଥିଲେ । କାମ ସମ୍ପର୍କରେ ପ୍ରତିଦିନ ମିଟିଙ୍ଗ ହେଉଥିଲା, କିନ୍ତୁ ଅଗଷ୍ଟ ୨୬ ତାରିଖରେ ମିଟିଙ୍ଗ ଚାଲିଥିବା ବେଳେ କ୍ୟାପ୍ଟେନ ଜାସନ୍ ଏଷ୍ଟିଲଙ୍କ ଦ୍ୱାରା ଏକ ବଡ ଭୁଲ ହୋଇଗଲା । ଏଷ୍ଟିଲଙ୍କୁ ଲାଗିଲା ଯେ ମିଟିଙ୍ଗ ଶେଷ ହୋଇସାରିଛି, କିନ୍ତୁ ମିଟିଙ୍ଗ ଜାରି ରହିଥିଲା । ଏଷ୍ଟିଲ କ୍ୟାମେରା ଅନ୍ କରି ଛାଡିଦେଇ ସେହି ରୁମରେ ଥିବା ସେକ୍ରେଟେରୀ ସହ ରୋମାନ୍ସ କରିବାରେ ଲାଗିଲେ । ଏହି ସମୟରେ ସମସ୍ତ କର୍ମଚାରୀ କନଫରେନ୍ସ କଲରେ ଲାଇଭ୍ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନିଜ ଫୋନରେ ଏଷ୍ଟିଲଙ୍କ ଏହି କାର୍ଯ୍ୟର ଭିଡିଓ କରିଥିଲେ । ଯେତେବେଳ ଏଷ୍ଟିଲ ପୁନଃ ମିଟିଙ୍ଗରେ ଜଏନ କରିବାକୁ ଚିନ୍ତା କଲେ, ସେବେ ଜାଣଶିବାକୁ ପାଇଲେ କି ତାଙ୍କ କ୍ୟାମେରା ଅନ୍ ହିଁ ଅଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି କାର୍ଯ୍ୟ ପରେ ଲୋକମାନେ ଏଷ୍ଟିଲଙ୍କ ଉପରେ କ୍ରୋଧ ପ୍ରକାଶ କରିବା ସହ ତାଙ୍କୁ ଶୀଘ୍ର ଚାକିରିରୁ ବହିଷ୍କାର କରିଛନ୍ତି । The post ଜୁମ ମିଟିଙ୍ଗରେ ସେକ୍ରେଟେରୀ ସହ ରୋମାନ୍ସ କରୁଥିବା ବେଳେ ଧରାପଡିଲେ ସରକାରୀ ଅଧିକାରୀ, ଚାକିରିରୁ ବହିଷ୍କାର appeared first on Odisha Bhaskar.