ଜାମ୍ମୁ-କାଶ୍ମୀର ପାଇଁ କ’ଣ ରହିଛି ପିଏମ ମୋଦୀଙ୍କ ଭବିଷ୍ୟତ ଯୋଜନା ? ଘାଟି ଗସ୍ତ କରିବେ ୭୦ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ ୦୩।୦୯: କଣ ଜାମ୍ମୁ-କାଶ୍ମୀରରେ ନିର୍ବାଚନ ହେବ ? କଣ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବ ? ଜାମ୍ମୁ-କାଶ୍ମୀର ଉପରେ ଅନେକ ପ୍ରସଙ୍ଗକୁ ନେଇ ଖୋଲାଖୋଲି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଘାଟିକୁ ନେଇ ମୋଦୀ ସରକାରଙ୍କ ରଣନୀତି କଣ ରହିବ ରାଜନୈତିକ ମହଲରେ ଖୁବ୍ ଚର୍ଚ୍ଚା। ଏହା ମଧ୍ୟରେ ଜାମ୍ମୁ-କାଶ୍ମୀରରେ କେନ୍ଦ୍ରୀୟ ମନ୍ତ୍ରୀଙ୍କ ଗସ୍ତକୁ ନେଇ ଆଲୋଚନା ଆରମ୍ଭ ହୋଇ ଯାଇଛି। ଜାମ୍ମୁ-କାଶ୍ମୀରକୁ ନେଇ ମୋଦୀଙ୍କ ଯୋଜନା ଖବର ଅନୁଯାୟୀ, ୭୦ କେନ୍ଦ୍ର ମନ୍ତ୍ରୀ ସେପ୍ଟେମ୍ବର ୧୦ରୁ ଜାମ୍ମୁ-କାଶ୍ମୀର ଗସ୍ତ କରି ପାରନ୍ତି। ସମସ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ସ୍ପଷ୍ଟ ସନ୍ଦେଶ ଦିଆଯାଇଛି ଯେ, ସେମାନଙ୍କୁ ଦୂରଦୂରାନ୍ତ ସ୍ଥାନକୁ ଯିବାକୁ ପଡିବ। ସେଠାକାର ଲୋକଙ୍କ ସହ ସଂପର୍କ ସ୍ଥାପନ କରିବାକୁ ପଡିବ। ସେମାନଙ୍କର ସମସ୍ୟା ବୁଝିବା ସହ ସମାଧାନ କରିବାକୁ ପଡିବ। ଏହା ବ୍ୟତୀତ ଜାମ୍ମୁ-କାଶ୍ମୀରରେ କେନ୍ଦ୍ରର ବିକାଶ କାର୍ଯ୍ୟ କେତେ ପୂରା  ହୋଇଛି, ତାର ସମୀକ୍ଷା କରିବାକୁ ପଡିବ। ଏବେ ଏହାର ସମସ୍ତ ଦାୟିତ୍ଵ ୭୦ କେନ୍ଦ୍ର ମନ୍ତ୍ରୀଙ୍କୁ ଦିଆଯାଇଛି। ଯାହାଙ୍କୁ ୯ ସପ୍ତାହ ଭିତରେ ଏହି ମିଶନକୁ ସଫଳ କରିବାକୁ ପଡିବ। ଏହି ବିଷୟରେ ବିଜେପିର ନେତା ରବୀନ୍ଦ୍ର ରୈନା କହିଛନ୍ତି, ୭୦ କେନ୍ଦ୍ର ମନ୍ତ୍ରୀ ଦୂର ଦୂରାନ୍ତ ଅଞ୍ଚଳ ଗସ୍ତ କରିବେ। ପ୍ରତି ସ୍ଥାନରେ ଜନତା ଦରବାର ଆୟୋଜନ କରାଯିବ। ସେଠାରେ ବିକାଶ କାର୍ଯ୍ୟର ସମୀକ୍ଷା କରାଯିବ। ହୋଇପାରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ  ଘାଟି ଗସ୍ତ କରି ପାରନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ।