ଜେରୁଜେଲମ୍ ଜଳୁଛି : ଇସ୍ରାଏଲ ପୋଲିସ ସହ ପାଲେଷ୍ଟାଇନ୍ ବାସିନ୍ଦାଙ୍କ ଘମାଘୋଟ ମାରପିଟ୍ ଓ ପୋଡାଜଳା, ଶତାଧିକ ଆହତ

ଜେରୁଜେଲମ,୨୩/୦୪: ପୂର୍ବ ଜେରୁଲେଜମରେ ଗୁରୁବାର ବିଳମ୍ବିତ ରାତ୍ରରେ ପୋଲିସ ସହ ସଙ୍ଘର୍ଷ ଘଟି ୧୦୦ରୁ ଅଧିକ ପାଲେଷ୍ଟିନିଆନ୍ ଆହତ ହୋଇଛନ୍ତି । ପାଲେଷ୍ଟିନିଆନ ମାନେ ଆନ୍ଦୋଳନ କରୁଥିବା ବେଳେ ଇସ୍ରାଏଲ୍ ପୋଲିସ ସହ ସେମାନେ ମୁହାଁମୁହିଁ ହୋଇଥିଲେ । ଫଳରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା । ଏହା ରମଜାନମାସ ଚାଲିଥିବା ବେଳେ ସବୁଠାରୁ ବଡ ବିଦ୍ରୋହ ବୋଲି କୁହାଯାଉଛି । ପାଲେଷ୍ଟିଆନ୍ ରେଡ୍ କ୍ରିସେଣ୍ଟଙ୍କ କହିବାନୁସାରେ, ସେ ୧୦୫ ଲୋକଙ୍କ ଚିକିତ୍ସା କରିଛନ୍ତି । ସେମାନଙ୍କୁ ମଧ୍ୟରୁ ୨୦ ଜଣହ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ୨୦ ଅଧିକାରୀ ଆହତ ହୋଇଥିବା ଇସ୍ରାଏଲ୍ ପୋଲିସ କହିଛି । ପୋଲିସର କହିବାନୁସାରେ, ଆନ୍ଦୋଳନକାରୀମାନେ ଓଲ୍ଡ ସିଟିରେ ଆନ୍ଦୋଳନ କରୁଥିଲେ । ପୋଲିସର ବାରଣ ସତ୍ତ୍ୱେ ସେମାନେ ବହୁ ମାତ୍ରାରେ ଉପସ୍ଥିତ ହୋଇଥିଲେ । ସୂଚନାଯୋଗ୍ୟ, ରମଜାନ ମାସର ସନ୍ଧ୍ୟାରେ ପାଲେଷ୍ଟିଆନ୍ ମାନେ ଓଲ୍ଡ ସିଟିରେ ରାତି ହେଲା ମାତ୍ରେ ବହୁ ସଂଖ୍ୟାରେ ଉପସ୍ଥିତ ହୋଇଥାନ୍ତି । ତେବେ ହିଂସାକାଣ୍ଡର କାରଣ ହେଉଛି ଏକ ଭାଇରାଲ ଭିଡିଓ । ଏହି ଭିଡିଓରେ କିଛି ପାଲେଷ୍ଟିଆନଙ୍କୁ ଜିଓ୍ୱିସ୍ ଯୁବକ ଆକ୍ରମଣ କରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ସେମାନେ ଓଲ୍ଡ ସିଟିରେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଚଳିତ ସପ୍ତାହର ଆରମ୍ଭରେ ମଧ୍ୟ ସମାନ ଘଟଣା ପାଇଁ ୪ ପାଲେଷ୍ଟାଇନ୍ ଇସ୍ରାଏଲ ପୋଲିସ ଦ୍ୱାରା ଆହତ ହୋଇଥିଲେ । ସେହିପରି ଗୁରୁବାର ରାତିରେ ମଧ୍ୟ ଇସ୍ରାଏଲର ଦକ୍ଷିଣପନ୍ଥୀ ସଙ୍ଗଠନ ଲେହାଭାରେ ଏକାଠି ହୋଇଥିଲେ । ଏହାସହ ସେମାନେ ଆଣ୍ଟି ଜିଓ୍ୱିସ୍ ହିଂସାକୁ ବିରୋଧ କରି ନାରାବାଜି କରିଥିଲେ ।