ଜଳୁଛି ଶିମିଳିପାଳ ଅଭୟାରଣ୍ୟ, ଗୁରୁଗୁଡ଼ିଆ ଓ ତାଳବନ୍ଧ ରେଞ୍ଜର ୪ଟି ଜାଗାରେ ଲାଗିଛି ନିଆଁ

କରଞ୍ଜିଆ ୨୮/୦୩ : ଶିମିଳିପାଳ ଅଭୟାରଣ୍ୟରେ ପ୍ରଥମ ନିଆଁ । ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟର ଗୁରୁଗୁଡ଼ିଆ ଏବଂ ତାଳବନ୍ଧ ରେଞ୍ଜର ଚାରିଟି ଜାଗାରେ ଲାଗିଛି ନିଆଁ । ଗତ ବର୍ଷ ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ଜାଗାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହଇଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଓଡ୍ରାଫ ଟିମ ସହିତ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଥିଲେ । ତେବେ ଚଳିତ ବର୍ଷ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ବିଭିନ୍ନ ସମୟରେ ୬୦୦ ଟି ସଚେତନତା ରାଲି ଏବଂ ୬୦ ଟି ମିଳିତ ମକଡ୍ରିଲ କରିଥିଲା ବିଭାଗ । ସେହିପରି ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭା କାର୍ଯ୍ୟ ରେ ୭୦୦ ବନକର୍ମଚାରୀ ନିୟୋଜିତ ଥିବାବେଳେ ୫୦୦ଟି ନିଆଁଲିଭା ମେସିନ ନିୟୋଜିତ ହୋଇଥିଲା । ତଥାପି ପୁଣି କେମିତି କିଭଳି ଅଭୟାରଣ୍ୟ ମଧ୍ୟରେ ନିଆଁ ଲାଗିଛି ତାହା ବର୍ତ୍ତମାନ ତଦନ୍ତ ସାପେକ୍ଷ ।