ଜଳନ୍ତା ଅବସ୍ଥାରେ ରାସ୍ତାରେ ଦୌଡୁଥିଲେ ଯୁବକ, ଉଦ୍ଧାର କଲେ ସ୍ଥାନୀୟ ଲୋକେ

ଚୌଦ୍ୱାର ୧୮।୦୪: ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବକ ଉଦ୍ଧାର l କଟକ ଜିଲ୍ଲା ଟାଙ୍ଗୀ ଥାନା ସଫା ଗାଁ ନିକଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।  ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକଙ୍କ କଣ ପାଇଁ ଦେହରେ ନିଆଁ ଲଗାଇଲେ ତାହା ଏପର୍ଯ୍ୟନ୍ତ  ଜଣାପଡିନାହିଁ । ଖବର ଅନୁଯାୟୀ, ଯୁବକ ଜଣଙ୍କ ଜଳନ୍ତା ଅବସ୍ଥାରେ ରାସ୍ତାରେ ଦୌଡୁଥିବା ବେଳେ ସ୍ଥାନୀୟ ଲୋକେ ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ଅବସ୍ଥା ଖରାପ ଥିବାରୁ ସେଠାରୁ କଟକ ବଡ ମେଡିକାଲକୁ ପଠାଯାଇଛି । ତେବେ ଯୁବକ ଜଣଙ୍କ ପରିଚୟ ମିଳିନଥିବା ବେଳେ ଯୁବକ ଜଣଙ୍କ ଦେହରେ ନିଆଁ ଲାଗିଥିବା ସଫା ଗାଁର କିଛି ଯୁବକ ଦେଖିବାକୁ ପାଇଥିଲେ । ଯୁବକ ଜଣଙ୍କ ଏପରି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଖଵର ଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯୁବକ ଜଣଙ୍କ ଦେହରେ ନିଆଁ ଲାଗି ୪୦ ପ୍ରତିଶତ ଫୋଡିଯାଇଥିଲେ ମଧ୍ୟ ନିଜେ ରାସ୍ତାରେ ଚାଲି ଚାଲି ଯାଇ ଆମ୍ବୁଲାନ୍ସ ରେ ଚଢ଼ିଥିଲେ । ତେବେ ଯୁବକଙ୍କ କଣ ପାଇଁ ଦେହରେ ନିଆଁ ଲଗାଇଲେ ତାହା ଏପର୍ଯ୍ୟନ୍ତ  ଜଣାପଡିନାହିଁ ।