ଜୟାଙ୍କୁ ରବି କିଷନଙ୍କ ଜବାବ୍: ‘ଅଳିଆ ଥାଳି ସଫା କରିବି, ଛେଦ ବି କରିବି, ଇଣ୍ଡଷ୍ଟ୍ରିରୁ ଡ୍ରଗ୍ସ ସଫେଇ ନିହାତି ଜରୁରୀ’

ମୁମ୍ବାଇ ୧୭/୦୯ : ବଲିଉଡରେ ଡ୍ରଗ୍ସ ବ୍ୟବହାର ମାମଲା ଓ ତସ୍କରୀ ମାମଲା ଥମିବାର ନାଁ ନେଉନାହିଁ । ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବଲିଉଡ ଓ ଭୋଜପୁରୀ ତଥା ବଲିଉଡ ଅଭିନେତା ଓ ଗୋରଖପୁର ବିଜେପି ସାଂସଦ ରବି କିଷନ ବଲିଉଡରେ ଡ୍ରଗ୍ସ ବ୍ୟବହାର ପ୍ରସଙ୍ଗ ଉଠାଇଥିଲେ । ଏହାପରେ ଏହି ପ୍ରସଙ୍ଗ ସଂସଦ ବାହାରେ ମଧ୍ୟ ତେଜିଥିଲା । ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ଦ୍ୱିତୀୟ ଦିନ ରବି କିଷାନଙ୍କ ନାଁ ନ ନେଇ ତାଙ୍କୁ ଟାର୍ଗେଟ କରି କହିଥିଲେ, 'କିଛି ଲୋକ ଯେଉଁ ଥାଳିରେ ଖାଆନ୍ତି, ସେହି ଥାଳିରେ ଛେଦ କରୁଛନ୍ତି ।' ଜୟାଙ୍କ ଏହି ଆକ୍ଷେପ ପରେ ବାଦବିବାଦ ଲାଗି ରହିଛି । କିଛି ସେଲିବ୍ରିଟି ଜୟାଙ୍କୁ ସମର୍ଥନ କରୁଥିବାବେଳେ କିଛି ସେଲିବ୍ରିଟି ରବି କିଷନଙ୍କୁ ସମର୍ଥନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରବି କିଷନ ମୋଦିଙ୍କୁ ଶୁଭକାମନା ଜଣାଇଛନ୍ତି । ଏହାସହ ବଲିଉଡରୁ ଡ୍ରଗ୍ସ ସଫେଇ କରିଦେବେ ବୋଲି ଏକ ସାକ୍ଷାତକାରରେ କହିଛନ୍ତି । ସେ କହିଛନ୍ତି ଯେ ବଲିଉଡରେ ଡ୍ରଗ୍ସର ସ୍ୱଚ୍ଛତା ଅଭିଯାନ ବହୁତ ଜରୁରୀ । ଏହି ଅଭିଯାନ ଦେଶର ଯୁବପିଢୀ ଓ ବଲିଉଡର ଯୁବପିଢୀଙ୍କୁ ବନ୍ଚିଵାକୁ ହେବ । ପଡୋଶୀ ଦେଶ ବଲିଉଡ ଓ ଦେଶର ଯୁବପିଢୀଙ୍କୁ ଡ୍ରଗ୍ସ ନିଶାରେ ତାଙ୍କୁ ପଥଭ୍ରାନ୍ତ କରୁଛନ୍ତି । ଏହାର ସଫେଇ କରିବାକୁ ହେବ ବୋଲି ରବି କିଷାନ କହିଛନ୍ତି । ସେ କହିଛନ୍ତି କିଛି ଲେଫ୍ଟ ମାଇଣ୍ଡ ଲୋକ, ଅଲଗା ବିଚାରଧାରା ଲୋକ ବଲିଉଡରେ ପସିଯାଇଛନ୍ତି । ସରକାର ବଲିଉଡ ବିରୋଧରେ ଅଛନ୍ତି ବୋଲି ସେମାନେ ମିଥ୍ୟା ପ୍ରଚାର କରୁଛନ୍ତି । କିନ୍ତୁ ବର୍ଷେ ଭିତରେ ପ୍ରଧାନମନ୍ତ୍ରୀ ବଲିଉଡ ସେଲିବ୍ରିଟିଙ୍କୁ ଆମନ୍ତ୍ରିତ କରିଥିଲେ, ବହୁତ ସମ୍ମାନ ଦେଇଥିଲେ, ତାକୁ ମନେ ପକାନ୍ତୁ । ବଲିଉଡକୁ ପ୍ରଧାନମନ୍ତ୍ରୀ ବହୁତ ଭଲ ପାଆନ୍ତି । କିନ୍ତୁ କିଛି ଲୋକଙ୍କ ବିଚାରଧାରା ପାଇଁ ଅନ୍ୟମାନେ ମଧ୍ୟ ଭଡକୀ ଯାଉଛନ୍ତି ବୋଲି ରବି କିଷାନ ସାକ୍ଷାତକାରରେ କହିଛନ୍ତି । ଆଗକୁ ସେ କହିଛନ୍ତି ଯେ, ବଲିଉଡରେ କିଛି ଲୋକ ଖରାପ, ନଚେତ ଇଣ୍ଡଷ୍ଟ୍ରି ବହୁତ ସୁନ୍ଦର । କୌଣସି ବାପା-ମା ଚାହନ୍ତିନି ଯେ ତାଙ୍କ ପୁଅଝିଅ ନିଶାସକ୍ତ ହେଉ, ମାନସିକ ଅବସାଦର ଶିକାର ହୁଅନ୍ତୁ । ଜୟାଙ୍କ ଥାଳି ବୟାନକୁ ନେଇ ରବି କିଷାନ କହିଥିଲେ, ଯେଉଁ ଥାଳିରେ ଡ୍ରଗ୍ସ ଭଳି ଅଳିଆ ଅଛି, ସେ ତାକୁ ସଫା ମଧ୍ୟ କରିବେ, ଛେଦ ମଧ୍ୟ କରିବେ ।