ଜୟଲଳିତାଙ୍କ ପୋସ୍ ଗାର୍ଡନ ବାସଭବନ ହେବ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ଅଧିକାରୀକ ନିବାସ !

ଚେନ୍ନାଇ ୧୫।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟ ଲଳିତାଙ୍କ ପୋସ୍ ଗାର୍ଡନ ବାସଭବନକୁ ସ୍ମାରକରେ ପରିବର୍ତ୍ତନ କରିବା ବଦଳେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ଅଧିକାରୀକ ଆବାସରେ ରୂପାନ୍ତରିତ କରିବାକୁ ବିଚାର କରାଯାଉଛି। ବୁଧବାର ମାଡ୍ରାସ୍ ହାଇକୋର୍ଟଙ୍କୁ ତାମିଲନାଡୁ ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି। ଆଡଭୋକେଟ୍ ଜେନେରାଲ ବିଜୟ ନାରାୟଣ ମୌଖିକ ଭାବେ କୋର୍ଟଙ୍କୁ ଏହା କହିଛନ୍ତି। ପୋସ ଗାର୍ଡନ କସ୍ତୁରୀ ଇଷ୍ଟେଟ୍‌ ଘର ମାଲିକ ସଂଘ ପକ୍ଷରୁ ଆଗତ ପିଟିସନର ଶୁଣାଣି ବେଳେ ବିଜୟ ନାରାୟାଣ ଏହା […]

ଜୟଲଳିତାଙ୍କ ପୋସ୍ ଗାର୍ଡନ ବାସଭବନ ହେବ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ଅଧିକାରୀକ ନିବାସ !
ଚେନ୍ନାଇ ୧୫।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟ ଲଳିତାଙ୍କ ପୋସ୍ ଗାର୍ଡନ ବାସଭବନକୁ ସ୍ମାରକରେ ପରିବର୍ତ୍ତନ କରିବା ବଦଳେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ଅଧିକାରୀକ ଆବାସରେ ରୂପାନ୍ତରିତ କରିବାକୁ ବିଚାର କରାଯାଉଛି। ବୁଧବାର ମାଡ୍ରାସ୍ ହାଇକୋର୍ଟଙ୍କୁ ତାମିଲନାଡୁ ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି। ଆଡଭୋକେଟ୍ ଜେନେରାଲ ବିଜୟ ନାରାୟଣ ମୌଖିକ ଭାବେ କୋର୍ଟଙ୍କୁ ଏହା କହିଛନ୍ତି। ପୋସ ଗାର୍ଡନ କସ୍ତୁରୀ ଇଷ୍ଟେଟ୍‌ ଘର ମାଲିକ ସଂଘ ପକ୍ଷରୁ ଆଗତ ପିଟିସନର ଶୁଣାଣି ବେଳେ ବିଜୟ ନାରାୟାଣ ଏହା କହିଛନ୍ତି। ପୋସ୍ ଗାର୍ଡ ଅଞ୍ଚଳରେ ଥିବା ଜେ. ଜୟଲଳିତାଙ୍କ ବାସଭବନ ‘ବେଦ ନିଲୟମ’ କୁ ଏକ ସ୍ମାରକରେ ପରିଣତ କରିବା ଲାଗି ରାଜ୍ୟ ସରକାର ପୂର୍ବରୁ ପ୍ରସ୍ତାବ ଦେଇଥିଲେ। ତେବେ ସରକାରଙ୍କ ଏହି ପ୍ରସ୍ତାବକୁ ଜୟଲଳିତାଙ୍କ ପଡୋଶୀମାନେ ବିରୋଧ କରିବା ସହ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଯଦି ଜୟଲଳିତାଙ୍କ ବାସ ଭବନକୁ ସରକାରୀ ସ୍ମାରକରେ ପରିଣତ କରାଯାଏ ତେବେ ଆଖପାଖ ଅଞ୍ଚଳର ଲୋକଙ୍କ ଶାନ୍ତି କ୍ଷୁର୍ଣ୍ଣ ହେବ ବୋଲି ଏହି ଆବେଦନରା ଦର୍ଶାଯାଇଛି। ସରକାର ଏହାକୁ ସ୍ମାରକରେ ପରିଣତ କରିବା ଲାଗି ଯେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା କଥା ସେଥିପ୍ରତି ଧ୍ୟାନ ଦେଇ ନଥିବାର ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଥିଲେ।  ଏପରିକି ସରକାରଙ୍କ ସମ୍ପତ୍ତି ଅଧିଗ୍ରହଣ ଉପାୟକୁ ନେଇ ମଧ୍ୟ ବାସିନ୍ଦାମାନେ ଆପତ୍ତି କରିଛନ୍ତି। ଏହା ସ୍ମାରକରେ ପରିଣତ ହେଲେ ଏଠାରୁ ଦୈନିକ ଶହଶହ ଲୋକଙ୍କ ଆଗମନ ହେବ। ତେବେ ଏଥିପ୍ରତି ସରକାର ଟ୍ରାଫିକ ଓ ଅନ୍ୟ ସୁରକ୍ଷା ଆକଳନ ମଧ୍ୟ କରିନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ତେବେ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗକୁ କଳ୍ପନାଶୀଳ କହି କୋର୍ଟ ଅତୀତରେ ଅଗ୍ରାହ୍ୟ କରିଦେଇଥିଲେ। ହେଲେ ୨୮ ମେ ଆଦେଶରେ କୋର୍ଟ ଦୀପା ଜୟରମଣ ଓ ଦୀପକ ଜୟରମଣଙ୍କୁ ଜୟଲଳିତାଙ୍କ ଉତ୍ତରାଧିକାରୀ ଘୋଷଣା କରିବା ପରେ ମାମଲା ନୂଆ ମୋଡ ନେଇଛି। ଏଥିରେ ସରକାରୀ ଧନ ଅପଚୟ କରି ଜୟଲଳିତାଙ୍କ ବାସଭବନକୁ ସ୍ମାରକରେ ପରିଣତ କରିବା ବଦଳେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ଅଧିକାରୀକ ଆବାସରେ ରୂପାନ୍ତରିତ କରୁ ନାହାନ୍ତି ବୋଲି କୋର୍ଟ ପଚାରି ଥିଲେ। ତେବେ କୋର୍ଟ ଦୀପା ଓ ଦୀପକଙ୍କୁ ଉତ୍ତରାଧିକାରୀ ଘୋଷଣା କରିଥିବାରୁ ସେମାନେ ସରକାରଙ୍କ ଅଧ୍ୟାଦେଶକୁ ଚାଲେଞ୍ଜ କରିଥିବା ଜଣାପଡିଛି।