ଝିଅ ସିଭିଲ୍ ସର୍ଭିସ୍ ପରୀକ୍ଷା ପାସ୍ କରିଛି ବୋଲି ଗାଁ-ଗଣ୍ଡା ଖବର ବ୍ୟାପିଲା, ପ୍ରଶାସନ ସମ୍ମାନିତ କଲା, ସତ ଜାଣିଲା ପରେ…

ରାମଗଡ଼: ଝିଅ ସିଭିଲ୍‌ ସର୍ଭିସ ପରୀକ୍ଷାରେ ଭଲ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛି ବୋଲି କହିଲେ ପରିବାର ଲୋକେ। ଖବର ଗାଁ-ଗଣ୍ଡା ବ୍ୟାପିଗଲା। ଜିଲ୍ଲା ପ୍ରଶାସନ ଝିଅକୁ ସମ୍ମାନିତ କଲେ। ସେଣ୍ଟ୍ରାଲ କୋଲ୍‌ଫିଲ୍ଡ ଲିମିଟେଡ୍ କମ୍ପାନୀ ବି ଝିଅକୁ ସମ୍ବର୍ଦ୍ଧିତ କଲା। ଖୁସି କହିଲେ ନ ସରେ। ହେଲେ ସତ ଜାଣିବା ପରେ ସବୁ ଫସର ଫାଟିଲା। ଜିଲ୍ଲା ପ୍ରଶାସନ ଓ ସମ୍ବର୍ଦ୍ଧିତ କରିଥିବା କମ୍ପାନୀକୁ କ୍ଷମା ମାଗିଲେ ପରିବାର ଲୋକେ। କାହିଁକି ଜାଣନ୍ତୁ... ଝାଡ଼ଖଣ୍ଡ ୨୪ ବର୍ଷୀୟା ଦିବ୍ୟା ପାଣ୍ଡେ, ପ୍ରଥମ ପ୍ରୟାଶରେ ସିଭିଲ୍ ସର୍ଭିସ ପରୀକ୍ଷାରେ ପାସ୍ କରିଛନ୍ତି ବୋଲି ତାଙ୍କ ପରିବାର ଲୋକେ ଦାବି କରିଥିଲେ। ହେଲେ ପରେ ଜଣାପଡ଼ିଥିଲା ଯେ ପ୍ରକୃତରେ ଦକ୍ଷିଣ ଭାରତରେ ଦିବ୍ୟା ପି ନାମକ ଜଣଏ ଯୁବତୀ ପରୀକ୍ଷାରେ ୩୨୩ ରାଙ୍କ ରଖି ପାସ୍ କରିଛନ୍ତି। ସେ ଝାଡ଼ଖଣ୍ଡର ଦିବ୍ୟା ପାଣ୍ଡେ ନୁହଁନ୍ତି। ଏହା ଜଣାପଡ଼ିବା ପରେ ଦିବ୍ୟାଙ୍କ ପାଇଁ ତାଙ୍କ ପରିବାର ଲୋକେ ଓ ତାଙ୍କ ଗାଁ ଲୋକେ ପ୍ରଶାସନକୁ କ୍ଷମା ମାଗିଛନ୍ତି। ଘଟଣା ସମ୍ପର୍କରେ ଦିବ୍ୟାଙ୍କ ବଡ଼ ଭଉଣୀ ପ୍ରିୟଦର୍ଶିନୀ ପାଣ୍ଡେ କହିଛନ୍ତି ଯେ ଦିବ୍ୟା ୟୁପିଏସ୍‌ସି ପରୀକ୍ଷାରେ ୩୨୩ ରାଙ୍କ ରଖି ପାସ୍ କରିଥିବା ତାଙ୍କ ସାଙ୍ଗମାନେ ସୂଚନା ଦେଇଥିଲେ। ଏହାପରେ ପରିବାର ଲୋକେ ଇଣ୍ଟରନେଟରେ ରେଜଲ୍ଟ ଚେକ୍ କରିବାକୁ ଚେଷ୍ଟା କରିଥିଲୁ। ହେଲେ ଇଣ୍ଟରନେଟ୍ ଫେଲୁଅର ଯୋଗୁ ଚେକ୍ କରିପାରି ନଥିଲୁ। ତେବେ ଏପରି ଭୁଲ ଅଜାଣତରେ ହୋଇଛି ବୋଲି ପ୍ରିୟଦର୍ଶିନୀ କହିଛନ୍ତି। ଦିବ୍ୟା କୌଣସି କୋଚିଂ ନ ନେଇ ସ୍ମାର୍ଟଫୋନ୍ ଓ ଇଣ୍ଟରନେଟ୍‌ ସାହାଯ୍ୟରେ ୟୁପିଏସସି କ୍ରାକ୍ କରିଛି ବୋଲି ପରିବାର ଲୋକେ କହିଥିଲେ। ଏହି ଖବର ତୁରନ୍ତ ବିଜୁଳି ବେଗରେ ମିଡିଆରେ ବ୍ୟାପିଗଲା। ଫଳରେ ସେଣ୍ଟ୍ରାଲ୍ କୋଲଫିଲ୍ଡ ଏଲ୍‌ଟିଡି ଚେୟାର୍‌ମ୍ୟନ ତଥା ମ୍ୟାନେଜିଂ ଡାଇରେକ୍ଟର ପିଏମ୍‌ ପ୍ରସାଦ ଏବଂ ଅନ୍ୟ ବରିଷ୍ଠ ଅଫିସର ଦିବ୍ୟାଙ୍କୁ ସମ୍ମାନିତ କରିଥିଲେ। ରାମଗଡ଼ର ଡେପୁଟି କମିଶନର ମାଧବ ମିଶ୍ର ମଧ୍ୟ ତାଙ୍କ ଅଫିସରେ ଦିବ୍ୟାଙ୍କୁ ସମ୍ମାନିତ କରିଥିଲେ। ତେବେ ଏହା ଏକ ତ୍ରୁଟି। ଜାଣି ଜାଣି ମିଛ ଖବର ପ୍ରଚାର କରିବା ଉଦ୍ଦେଶ୍ୟ ନଥଲା ବୋଲି ପରିବାର ଲୋକେ କହିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି। ପ୍ରଶାସନ ଦିବ୍ୟାଙ୍କ ପରିବାର ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ ବୋଲି ସୂଚନା ମିଳିଛି।  