ଟାଇଗର ଶ୍ରଫଙ୍କ ଏହି ଗୋଲାପୀ ସ୍ଲିଭଲେସ ହୁଡିର ଦାମ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଟାଇଗର ଶ୍ରଫ ଅଭିନୟ ସାଙ୍ଗକୁ ତାଙ୍କର ନୃତ୍ୟ ଦକ୍ଷତା ପାଇଁ ପ୍ରଶଂସକଙ୍କ ପ୍ରିୟ। ତାଙ୍କ ନୃତ୍ୟ ମଧ୍ୟ ଆଶ୍ଚର୍ଯ୍ୟଜନକ। ଲକ୍‌ଡାଉନ୍‌ର ଦୀର୍ଘ ଦିନ ବ୍ୟବଧାନ ପରେ ପ୍ରାୟ ସମସ୍ତ କଳାକାର କାର୍ଯ୍ୟ ପାଇଁ ଘରୁ ବାହାରକୁ ଯାଉଛନ୍ତି। ବର୍ତ୍ତମାନ ଟାଇଗର ମଧ୍ୟ ବାହାରକୁ ବାହାରିଥିବା ଦେଖିବାକୁ ମିଳିଛି। ହେଲେ ଏହି ସମୟରେ ସେ ପିନ୍ଧିଥିବା ହୁଡି ମୂଲ୍ୟ ସମ୍ପର୍କରେ କହିବୁ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। କାରଣ ଏହାର ମୂଲ୍ୟ ବହୁତ କମ୍‌ ଅଟେ। ଅନଲକ ୧ […] The post ଟାଇଗର ଶ୍ରଫଙ୍କ ଏହି ଗୋଲାପୀ ସ୍ଲିଭଲେସ ହୁଡିର ଦାମ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ appeared first on Dharitri Odia News.

ଟାଇଗର ଶ୍ରଫଙ୍କ ଏହି ଗୋଲାପୀ ସ୍ଲିଭଲେସ ହୁଡିର ଦାମ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ
ଟାଇଗର ଶ୍ରଫ ଅଭିନୟ ସାଙ୍ଗକୁ ତାଙ୍କର ନୃତ୍ୟ ଦକ୍ଷତା ପାଇଁ ପ୍ରଶଂସକଙ୍କ ପ୍ରିୟ। ତାଙ୍କ ନୃତ୍ୟ ମଧ୍ୟ ଆଶ୍ଚର୍ଯ୍ୟଜନକ। ଲକ୍‌ଡାଉନ୍‌ର ଦୀର୍ଘ ଦିନ ବ୍ୟବଧାନ ପରେ ପ୍ରାୟ ସମସ୍ତ କଳାକାର କାର୍ଯ୍ୟ ପାଇଁ ଘରୁ ବାହାରକୁ ଯାଉଛନ୍ତି। ବର୍ତ୍ତମାନ ଟାଇଗର ମଧ୍ୟ ବାହାରକୁ ବାହାରିଥିବା ଦେଖିବାକୁ ମିଳିଛି। ହେଲେ ଏହି ସମୟରେ ସେ ପିନ୍ଧିଥିବା ହୁଡି ମୂଲ୍ୟ ସମ୍ପର୍କରେ କହିବୁ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। କାରଣ ଏହାର ମୂଲ୍ୟ ବହୁତ କମ୍‌ ଅଟେ। ଅନଲକ ୧ ସମୟରେ ଟାଇଗର କୌଣସି କାମ ପାଇଁ ମୁମ୍ବାଇ ଯାଇଥିଲେ। ଏହି ସମୟରେ ସେ ଗୋଲାପୀ ସ୍ଲିଭଲେସ ହୁଡି ଏବଂ ଅଣ୍ଟାରେ ଏକ ଡେନିମ ଫ୍ୟାନି ପ୍ୟାକ ସହିତ କଳା ରଙ୍ଗର ଟ୍ରାକ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଥିଲେ। ଏହି ସମୟ ମଧ୍ୟରେ ସେ ଧଳା ରଙ୍ଗର ଏକ ମାସ୍କ ମଧ୍ୟ ପିନ୍ଧିଥିଲେ। ଏହି ହୁଡି ଆର୍ମୋରର ମେନସ ପ୍ରୋଜେକ୍ଟ ଅନ୍ତର୍ଗତ ଡୱେନ ଜନସନ ‘ଦି ରକ’ ସହଭାଗିତାରେ ପ୍ରସ୍ତୁତ। ସବୁଠାରୁ ଦାମୀ ଅଭିନେତାମାନଙ୍କ ମଧ୍ୟରେ, ଡୱେନ ଜନସନଙ୍କ ବ୍ରାଣ୍ଡ ନାମରେ ଏହି ସ୍ଲିଭଲେସ ହୁଡି ର ମୂଲ୍ୟ ମାତ୍ର ୩ ହଜାର ୫୦୦ ଟଙ୍କା। ଯେକେହି ଶୁଣି ଅଶ୍ଚର୍ଯ୍ୟ ହୋଇଯିବ। ଟାଇଗର ଶ୍ରଫଙ୍କ ଏହି ସୁନ୍ଦର ଲୁକ ପ୍ରଶଂସକଙ୍କୁ ପସନ୍ଦ ଆସିଥିଲା। The post ଟାଇଗର ଶ୍ରଫଙ୍କ ଏହି ଗୋଲାପୀ ସ୍ଲିଭଲେସ ହୁଡିର ଦାମ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ appeared first on Dharitri Odia News.