ଟିଏମ୍‌ସିରେ ପାଳନ ହେଲା ବାପ-ପୁଅଙ୍କ ଜନ୍ମଦିନ

ଭଦ୍ରକ ୨୬।୦୭: ଟିଏମ୍‌ସି ପରିସରରେ ଏକ ସଙ୍ଗେ ଜନ୍ମଦିନ ପାଳନ କଲେ ବାପା ଓ ପୁଅ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ଟିଏମସିରେ ଏଭଳି ଜନ୍ମଦିନ ପାଳନ ହେଉଥିବାର ଦେଖିବାକୁ ମିଳିଛି । ରାମପୁର ପଞ୍ଚାୟତର ଓହାସପୁର ଗ୍ରାମର ରାଜେଶ କୁମାର ସାହୁ ନିଜ ପରିବାର ସହ ବାଙ୍ଗାଲୋରରେ ରହୁଥିଲେ । ସେ ତାଙ୍କ ୩ ବର୍ଷ ର ପୁଅ ସହ ପୂରା ପରିବାର ୨୦ତାରିଖରେ ବାଙ୍ଗାଲୋରରୁ ଭଦ୍ରକ ଫେରିଥିଲେ । ସେମାନଙ୍କୁ ଓଡ଼ଙ୍ଗ […]

ଟିଏମ୍‌ସିରେ ପାଳନ ହେଲା ବାପ-ପୁଅଙ୍କ ଜନ୍ମଦିନ
ଭଦ୍ରକ ୨୬।୦୭: ଟିଏମ୍‌ସି ପରିସରରେ ଏକ ସଙ୍ଗେ ଜନ୍ମଦିନ ପାଳନ କଲେ ବାପା ଓ ପୁଅ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ଟିଏମସିରେ ଏଭଳି ଜନ୍ମଦିନ ପାଳନ ହେଉଥିବାର ଦେଖିବାକୁ ମିଳିଛି । ରାମପୁର ପଞ୍ଚାୟତର ଓହାସପୁର ଗ୍ରାମର ରାଜେଶ କୁମାର ସାହୁ ନିଜ ପରିବାର ସହ ବାଙ୍ଗାଲୋରରେ ରହୁଥିଲେ । ସେ ତାଙ୍କ ୩ ବର୍ଷ ର ପୁଅ ସହ ପୂରା ପରିବାର ୨୦ତାରିଖରେ ବାଙ୍ଗାଲୋରରୁ ଭଦ୍ରକ ଫେରିଥିଲେ । ସେମାନଙ୍କୁ ଓଡ଼ଙ୍ଗ ସ୍ଥିତ ଟିଏମସିରେ ରଖାଯାଇଥିଲା । ତେବେ ଗତକାଲି ଉଭୟ ବାପା ଓ ତିନି ବର୍ଷ ପୁଅର ଜନ୍ମଦିନ ହୋଇଥିଲା ।  ସେମାନଙ୍କ ପାଇଁ ଦୁଇଟି କେକ ଟିଏମସି ପରିସରରେ କଟାଯିବା ସହ ଜନ୍ମଦିନ ପାଳନ କରାଯାଇଛି । ବାପା ପୁଅ ଏକ ସଙ୍ଗେ କେକ୍‌ କାଟିବା ସହ ଟିଏମସିରେ ରହୁଥିବା ୧୧୩ଜଣ ଅନ୍ତେବାସୀଙ୍କୁ କେକ ଓ ମିଠା ପ୍ରଦାନ କରାଯାଇଥିଲା । ଏଥିରେ ଓଡ଼ଙ୍ଗ ସରପଞ୍ଚଙ୍କ ସମେତ ଟିଏମସିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।