ଟିକା ନେଇ ୨ ମାସର ଶିଶୁ ମୃତ

ଭଦ୍ରକ ଅଫିସ,୧୪।୭- ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ବାଣିତିଆ ମୁକ୍ତିପଦା ଶାସନ ଗ୍ରାମର ଅରୁଣ ଦାସଙ୍କ ଦୁଇମାସର ପୁଅର ବୁଧବାର ସନ୍ଧ୍ୟାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଟିକା ନେବା ପରେ ପୁଅର ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟାଉନ ପୋଲିସ ମେଡିକାଲରେ ମୁତୟନ ରହିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, ମଧ୍ୟାହ୍ନରେ ଗଁା ସ୍କୁଲ ଟିକାକରଣ କେନ୍ଦ୍ରରେ ଶିଶୁପୁତ୍ରକୁ […] The post ଟିକା ନେଇ ୨ ମାସର ଶିଶୁ ମୃତ appeared first on Dharitri Odia News.

ଟିକା ନେଇ ୨ ମାସର ଶିଶୁ ମୃତ
ଭଦ୍ରକ ଅଫିସ,୧୪।୭- ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ବାଣିତିଆ ମୁକ୍ତିପଦା ଶାସନ ଗ୍ରାମର ଅରୁଣ ଦାସଙ୍କ ଦୁଇମାସର ପୁଅର ବୁଧବାର ସନ୍ଧ୍ୟାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଟିକା ନେବା ପରେ ପୁଅର ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟାଉନ ପୋଲିସ ମେଡିକାଲରେ ମୁତୟନ ରହିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, ମଧ୍ୟାହ୍ନରେ ଗଁା ସ୍କୁଲ ଟିକାକରଣ କେନ୍ଦ୍ରରେ ଶିଶୁପୁତ୍ରକୁ ହେପାଟାଇଟିସ୍‌-ବି ଟିକା ଦିଆଯାଇଥିଲା। ଅପରାହ୍ନରେ ତାକୁ ଜ୍ୱର ହେବାରୁ ସେମାନେ ଜିଲା ଚିକିତ୍ସାଳୟକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସାରେ ଶିଶୁର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ପରିବାର ଲୋକେ ଶିଶୁର ମୃତଦେହକୁ ଧରି ଡାକ୍ତରଖାନା ପରିସରରେ ଧାରଣା ଦେଇଥିଲେ। ରିପୋର୍ଟ ଲେଖା ହେବା ବେଳକୁ ଧାରଣା ଜାରି ରହିଥିଲା। ଏ ସମ୍ପର୍କରେ ଭାରପ୍ରାପ୍ତ ଜିଲା ଚିକିତ୍ସାଧିକାରୀ ଶିବାଶିଷ ମହାରଣାଙ୍କୁ ପଚାରିବାରୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। The post ଟିକା ନେଇ ୨ ମାସର ଶିଶୁ ମୃତ appeared first on Dharitri Odia News.