ଟଙ୍କା କେଇଟା ପାଇଁ ଜନ୍ମ କଲା ମା’କୁ ପିଟି ପିଟି ମାରିଦେଲା ପୁଅ

ଛେଣ୍ଡିପଦା/ ଅନୁଗୁଳ: ସାମାନ୍ୟ ଟଙ୍କା କେଇଟା ପାଇଁ ଜନ୍ମ କଲା ମା’ କୁ ହତ୍ୟା କଲା ପୁଅ। ଏଭଳି ଛାତିଥରା ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ଛେଣ୍ଡିପଦା ବ୍ଲକ ବାଗଡିଆ ଗାଁରେ। ଏଠାରେ ମା’କୁ ପିଟି ପିଟି ହତ୍ୟା କରିଛି ରାକ୍ଷସ ପୁଅ। ମୃତ ମହିଳା ହେଲେ ଅବସରପ୍ରାପ୍ତ ଏଏନଏମ ବୀଣାପାଣି ଦାଶ। ରିପୋର୍ଟ ମୁତାବକ, ସ୍ଥାନୀୟ ଦେହୁରୀସାହିରେ ପରିବାର ସହ ବୀଣାପାଣି ଦାଶ ରହି ଆସୁଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ସେ ସାନପୁଅ ତୁଷାରକାନ୍ତ ଦେହୁରୀ […]

ଟଙ୍କା କେଇଟା ପାଇଁ ଜନ୍ମ କଲା ମା’କୁ ପିଟି ପିଟି ମାରିଦେଲା ପୁଅ
ଛେଣ୍ଡିପଦା/ ଅନୁଗୁଳ: ସାମାନ୍ୟ ଟଙ୍କା କେଇଟା ପାଇଁ ଜନ୍ମ କଲା ମା’ କୁ ହତ୍ୟା କଲା ପୁଅ। ଏଭଳି ଛାତିଥରା ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ଛେଣ୍ଡିପଦା ବ୍ଲକ ବାଗଡିଆ ଗାଁରେ। ଏଠାରେ ମା’କୁ ପିଟି ପିଟି ହତ୍ୟା କରିଛି ରାକ୍ଷସ ପୁଅ। ମୃତ ମହିଳା ହେଲେ ଅବସରପ୍ରାପ୍ତ ଏଏନଏମ ବୀଣାପାଣି ଦାଶ। ରିପୋର୍ଟ ମୁତାବକ, ସ୍ଥାନୀୟ ଦେହୁରୀସାହିରେ ପରିବାର ସହ ବୀଣାପାଣି ଦାଶ ରହି ଆସୁଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ସେ ସାନପୁଅ ତୁଷାରକାନ୍ତ ଦେହୁରୀ ସହିତ ରହୁଥିଲେ। ଟଙ୍କା ପାଇଁ ସବୁବେଳେ ମା ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଗତ କାଲି ମଧ୍ୟ ତୁଷାର ମା’ଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ବୀଣାପାଣି ଟଙ୍କା ଦେବାକୁ ମନା କରି ଦେଇଥିଲେ। ଫଳରେ ରାଗରେ ଘର କବାଟ ଦେଇ ମା’କୁ ମାଡ ମାରିଥିଲେ ତୁଷାରକାନ୍ତି। ପଡ଼ୋଶୀ ମାନେ ତାଙ୍କ ପାଟି ଶୁଣିଥିଲେ ବି ଭୟରେ କେହି ଉଦ୍ଧାର କରିବାକୁ ଆସିନଥିଲେ। ସକାଳେ ଘରର ମୁଖ୍ୟ କବାଟରେ ତାଲା ପଡିଥିବା ଦେଖି ପଡ଼ୋଶୀ ମାନେ ସନ୍ଦେହରେ କବାଟ ଫାଙ୍କରେ ଦେଖିବାରୁ ଅଗଣାରେ ବୀଣାପାଣିଙ୍କ ମୃତଦେହ ପଡ଼ିଥିଲା। ଏ ନେଇ ସେମାନେ ଛେଣ୍ଡିପଦା ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପଟେ ପୋଲିସ ହତ୍ୟାକାରୀ ପୁଅକୁ ଦେବଗଡ ଛକରୁ ଗିରଫ କରିଥିବା ଜଣାପଡିଛି।