ଟମ୍‌ କ୍ରୁଜଙ୍କ ସହ ନଜର ଆସିପାରନ୍ତି ପ୍ରଭାସ: ଟୁଇଟ୍‌ କଲେ ମିଶନ ଇମ୍‌ପସିବଲ ୭’ ଡିରେକ୍ଟର

ନୂଆଦିଲ୍ଲୀ, ୨୬।୫: ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କୁ ହଲିଉଡ୍‌ ଫିଲ୍ମ ‘ମିଶନ ଇମ୍‌ପସିବଲ ୭’ରେ କାଷ୍ଟ କରାଯାଇପାରେ। ଏ ସମ୍ପର୍କିତ କିଛି ରିପୋର୍ଟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ହଲିଉଡରେ ପ୍ରଭାସଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚ ଜୋର ଧରିଛି। ସାଉଥ୍‌ ଷ୍ଟାରଙ୍କ ଜଣେ ଫ୍ୟାନ ଏ ନେଇ ମିଶନ ଇମ୍‌ପସିବଲ ୭’ର ନିର୍ଦ୍ଦେଶକ ଖ୍ରିଷ୍ଟଫର ମ୍ୟାକକୁରିଙ୍କ ଠାରୁ ସ୍ପଷ୍ଟିକରଣ ମାଗିଥିଲେ। ଏହାର ଉତ୍ତରରେ ଖ୍ରିଷ୍ଟଫର ଟୁଇଟ୍‌ କରି ଲେଖିଛନ୍ତି, ପ୍ରଭାସ ଜଣେ ଦକ୍ଷ ବ୍ୟକ୍ତି। କିନ୍ତୁ ମୁଁ […] The post ଟମ୍‌ କ୍ରୁଜଙ୍କ ସହ ନଜର ଆସିପାରନ୍ତି ପ୍ରଭାସ: ଟୁଇଟ୍‌ କଲେ ମିଶନ ଇମ୍‌ପସିବଲ ୭’ ଡିରେକ୍ଟର appeared first on Dharitri Odia News.

ଟମ୍‌ କ୍ରୁଜଙ୍କ ସହ ନଜର ଆସିପାରନ୍ତି ପ୍ରଭାସ: ଟୁଇଟ୍‌ କଲେ ମିଶନ ଇମ୍‌ପସିବଲ ୭’ ଡିରେକ୍ଟର
ନୂଆଦିଲ୍ଲୀ, ୨୬।୫: ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କୁ ହଲିଉଡ୍‌ ଫିଲ୍ମ ‘ମିଶନ ଇମ୍‌ପସିବଲ ୭’ରେ କାଷ୍ଟ କରାଯାଇପାରେ। ଏ ସମ୍ପର୍କିତ କିଛି ରିପୋର୍ଟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ହଲିଉଡରେ ପ୍ରଭାସଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚ ଜୋର ଧରିଛି। ସାଉଥ୍‌ ଷ୍ଟାରଙ୍କ ଜଣେ ଫ୍ୟାନ ଏ ନେଇ ମିଶନ ଇମ୍‌ପସିବଲ ୭’ର ନିର୍ଦ୍ଦେଶକ ଖ୍ରିଷ୍ଟଫର ମ୍ୟାକକୁରିଙ୍କ ଠାରୁ ସ୍ପଷ୍ଟିକରଣ ମାଗିଥିଲେ। ଏହାର ଉତ୍ତରରେ ଖ୍ରିଷ୍ଟଫର ଟୁଇଟ୍‌ କରି ଲେଖିଛନ୍ତି, ପ୍ରଭାସ ଜଣେ ଦକ୍ଷ ବ୍ୟକ୍ତି। କିନ୍ତୁ ମୁଁ ତାଙ୍କୁ କଦାପି ଭେଟିନାହିଁ। ଇଣ୍ଟରନେଟ୍‌କୁ ସ୍ବାଗତ। ଉଲ୍ଲେଖଯୋଗ୍ୟ, ଅନ୍ତିମ ଥର ୨୦୨୯ରେ ରିଲିଜ ହୋଇଥିବା ଫିଲ୍ମ ‘ସାହୋ’ରେ ନଜର ଆସିଥିବା ପ୍ରଭାସଙ୍କୁ ଅଗାମୀ ଫିଲ୍ମ ରାଧେ ଶ୍ୟାମ ଦେଖିବାକୁ ମିଳିବ। ଏହାବାଦ୍‌ ତାଙ୍କ ହାତରେ ରହିଛି କେଜିଏଫ୍‌ ଡିରେକ୍ଟର ପ୍ରଶାନ୍ତ ନିଲଙ୍କ ଆକଶନ ଫିଲ୍ମ ‘ସାଲାର’ ଓ ମିଥୋଲୋଜିକାଲ ଫିଲ୍ମ ‘ଆଦିପୁରୁଷ’ ଭଳି ବିଗ୍‌ ବଜେଟ ଫିଲ୍ମ। The post ଟମ୍‌ କ୍ରୁଜଙ୍କ ସହ ନଜର ଆସିପାରନ୍ତି ପ୍ରଭାସ: ଟୁଇଟ୍‌ କଲେ ମିଶନ ଇମ୍‌ପସିବଲ ୭’ ଡିରେକ୍ଟର appeared first on Dharitri Odia News.