ଟ୍ରକକୁ ପଛରୁ ପିଟିଲା ବସ୍ : ଜଣେ ମୃତ, ୫ ଗୁରୁତର

ନୟାଗଡ଼ ୨୯।୧୧ :  ଟ୍ରକକୁ ପଛରୁ ପିଟିଲା ବସ୍ । ଦୁର୍ଘଟଣାରେ ଜଣେ ମୃତ, ୫ ଗୁରୁତର। ୪ଜଣଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଆଜି ଭୋରରୁ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ଇଟାମାଟି ନିକଟରେ ଏହି ଦୁର୍ଘଟଣା ଘଟିଛି। ଖବର ଅନୁଯାୟୀ,  ଭବାନୀପାଟଣାରୁ ଭୁବନେଶ୍ବର ଆସୁଥିବା ମାଣିକେଶ୍ଵରୀ ବସ୍ ଭୋରରୁ ରାସ୍ତାକଡରେ ରହିଥିବା ଏକ ମାର୍ବଲ ବୋଝେଇ ଟ୍ରକକୁ ପଛପଟେ ପିଟିଥିଲା । ଦୁର୍ଘଟଣାର କାରଣ ଜଣାପଡିନଥିଲେ ମଧ୍ୟ ବସ୍ ର ଅବସ୍ଥା ଦେଖିଲେ ବସ୍ ଟି ଦ୍ରୁତଗତିରେ ଆସୁଥିବା ବାରିହୋଇପଡୁଛି। ଇଟାମାଟି ପୋଲିସ, ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତାହାତଙ୍କୁ ଉଦ୍ଧାର କରି ନୟାଗଡ଼ ଡାକ୍ତରଖାନାକୁ ଆଣିଥିଲେ। ମୃତକ ହେଲେ ଜୁନାଗଡ ଅଞ୍ଚଳର ଅମର ଚାନ୍ଦ । ସେହିପରି ଦୁର୍ଘଟଣାରେ ୫ଜଣ ଗୁରୁତର ହୋଇଥିବା ବେଳେ ଜଣେ ଆହତ ନୟାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେ ହେଲେ ଭବାନିପାଟଣାର ମୁସ୍ତାକ ସଲିମ୍ । ୪ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ପଠାଯାଇଛି । ଭୁବନେଶ୍ବର ସ୍ଥାନାନ୍ତର ହୋଇଥିବା ଗୁରୁତରଙ୍କ ମଧ୍ଯରେ ଜଣେ କଟକ, ଜଣେ ଯାଜପୁରର ହୋଇଥିବାବେଳେ ଅନ୍ଯ ଦୁଇଜଣ ଜୁନାଗଡ ଅଞ୍ଚଳର ବୋଲି ଜଣାପଡିଛି।

ଟ୍ରକକୁ ପଛରୁ ପିଟିଲା ବସ୍ : ଜଣେ ମୃତ, ୫ ଗୁରୁତର

ନୟାଗଡ଼ ୨୯।୧୧ :  ଟ୍ରକକୁ ପଛରୁ ପିଟିଲା ବସ୍ । ଦୁର୍ଘଟଣାରେ ଜଣେ ମୃତ, ୫ ଗୁରୁତର। ୪ଜଣଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଆଜି ଭୋରରୁ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ଇଟାମାଟି ନିକଟରେ ଏହି ଦୁର୍ଘଟଣା ଘଟିଛି। ଖବର ଅନୁଯାୟୀ,  ଭବାନୀପାଟଣାରୁ ଭୁବନେଶ୍ବର ଆସୁଥିବା ମାଣିକେଶ୍ଵରୀ ବସ୍ ଭୋରରୁ ରାସ୍ତାକଡରେ ରହିଥିବା ଏକ ମାର୍ବଲ ବୋଝେଇ ଟ୍ରକକୁ ପଛପଟେ ପିଟିଥିଲା । ଦୁର୍ଘଟଣାର କାରଣ ଜଣାପଡିନଥିଲେ ମଧ୍ୟ ବସ୍ ର ଅବସ୍ଥା ଦେଖିଲେ ବସ୍ ଟି ଦ୍ରୁତଗତିରେ ଆସୁଥିବା ବାରିହୋଇପଡୁଛି। ଇଟାମାଟି ପୋଲିସ, ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତାହାତଙ୍କୁ ଉଦ୍ଧାର କରି ନୟାଗଡ଼ ଡାକ୍ତରଖାନାକୁ ଆଣିଥିଲେ। ମୃତକ ହେଲେ ଜୁନାଗଡ ଅଞ୍ଚଳର ଅମର ଚାନ୍ଦ । ସେହିପରି ଦୁର୍ଘଟଣାରେ ୫ଜଣ ଗୁରୁତର ହୋଇଥିବା ବେଳେ ଜଣେ ଆହତ ନୟାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେ ହେଲେ ଭବାନିପାଟଣାର ମୁସ୍ତାକ ସଲିମ୍ । ୪ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ପଠାଯାଇଛି । ଭୁବନେଶ୍ବର ସ୍ଥାନାନ୍ତର ହୋଇଥିବା ଗୁରୁତରଙ୍କ ମଧ୍ଯରେ ଜଣେ କଟକ, ଜଣେ ଯାଜପୁରର ହୋଇଥିବାବେଳେ ଅନ୍ଯ ଦୁଇଜଣ ଜୁନାଗଡ ଅଞ୍ଚଳର ବୋଲି ଜଣାପଡିଛି। The post ଟ୍ରକକୁ ପଛରୁ ପିଟିଲା ବସ୍ : ଜଣେ ମୃତ, ୫ ଗୁରୁତର appeared first on Prameya News7.