ଟ୍ରମ୍ପ୍ ସମର୍ଥକଙ୍କ ହଙ୍ଗାମା, ଆମେରିକା ସଂସଦ କୋଠା ଭିତରକୁ ଧଶେଇ ପସିଲେ; ପୋଲିସ ଗୁଳିରେ ଜଣେ ମୃତ, ୱାଶିଂଟନରେ କର୍ଫ୍ୟୁ

ୱାଶିଂଟନ – ରାଷ୍ଟ୍ରପତି ନିର୍ବାଚନରେ ଜୋ ବିଡେନଙ୍କ ବିଜୟରେ ମୋହର ଲଗାଇବା ପାଇଁ ଆମେରିକା ସଂସଦର ଏକ ସ୍ୱତନ୍ତ୍ର ବୈଠକ ବେଳେ ହାଇଡ୍ରାମା ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ହଠାତ୍ ଆମେରିକୀୟ ସଂସଦ କୋଠା (କ୍ୟାପିଟାଲ୍ସ ହିଲ୍‌) ଭିତରକୁ ଧଶେଇ ପସି ହଙ୍ଗାମା କରିଛନ୍ତି । ସମର୍ଥକମାନେ କ୍ୟାପିଟଲ ହଲ ପରିସରରେ ଭଙ୍ଗାରୁଜା କରିଛନ୍ତି । ସୁରକ୍ଷାକର୍ମୀଙ୍କ ସହ ଟ୍ରମ୍ପ ସମର୍ଥକଙ୍କ ମଧ୍ୟରେ ହିଂସାକାଣ୍ଡ ଘଟିଛି । ପୋଲିସ୍ ଫାୟାରିଂରେ ଜଣେ ମହିଳାଙ୍କ […] The post ଟ୍ରମ୍ପ୍ ସମର୍ଥକଙ୍କ ହଙ୍ଗାମା, ଆମେରିକା ସଂସଦ କୋଠା ଭିତରକୁ ଧଶେଇ ପସିଲେ; ପୋଲିସ ଗୁଳିରେ ଜଣେ ମୃତ, ୱାଶିଂଟନରେ କର୍ଫ୍ୟୁ appeared first on The News Room.

ଟ୍ରମ୍ପ୍ ସମର୍ଥକଙ୍କ ହଙ୍ଗାମା, ଆମେରିକା ସଂସଦ କୋଠା ଭିତରକୁ ଧଶେଇ ପସିଲେ; ପୋଲିସ ଗୁଳିରେ ଜଣେ ମୃତ, ୱାଶିଂଟନରେ କର୍ଫ୍ୟୁ
ୱାଶିଂଟନ – ରାଷ୍ଟ୍ରପତି ନିର୍ବାଚନରେ ଜୋ ବିଡେନଙ୍କ ବିଜୟରେ ମୋହର ଲଗାଇବା ପାଇଁ ଆମେରିକା ସଂସଦର ଏକ ସ୍ୱତନ୍ତ୍ର ବୈଠକ ବେଳେ ହାଇଡ୍ରାମା ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ହଠାତ୍ ଆମେରିକୀୟ ସଂସଦ କୋଠା (କ୍ୟାପିଟାଲ୍ସ ହିଲ୍‌) ଭିତରକୁ ଧଶେଇ ପସି ହଙ୍ଗାମା କରିଛନ୍ତି । ସମର୍ଥକମାନେ କ୍ୟାପିଟଲ ହଲ ପରିସରରେ ଭଙ୍ଗାରୁଜା କରିଛନ୍ତି । ସୁରକ୍ଷାକର୍ମୀଙ୍କ ସହ ଟ୍ରମ୍ପ ସମର୍ଥକଙ୍କ ମଧ୍ୟରେ ହିଂସାକାଣ୍ଡ ଘଟିଛି । ପୋଲିସ୍ ଫାୟାରିଂରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ କ୍ୟାପିଟାଲ ହିଲ୍‌କୁ ବନ୍ଦ ରଖାଯାଇଛି । ୱାଶିଂଟନରେ ମଧ୍ୟ କର୍ଫ୍ୟୁ ଜାରି କରାଯାଇଛି । ସେପଟେ ଟ୍ରମ୍ପ୍ ନିଜ ସମର୍ଥକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । ଏହି ଘଟଣା ପରେ ଟ୍ୱିଟର, ଫେସବୁକ୍ ଓ ଇନଷ୍ଟାଗ୍ରାମ ଟ୍ରମ୍ପଙ୍କ ଆକାଉଣ୍ଟକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବ୍ଲକ୍ କରିଦେଇଛନ୍ତି । ବୁଧବାର ଇଲେକ୍ଟ୍ରୋରାଲ କଲେଜ୍ ଭୋଟ ଗଣନା ଓ ବିଡେନଙ୍କ ବିଜୟକୁ ଅନୁମୋଦନ କରିବା ଲାଗି ଆମେରିକୀୟ ସଂସଦର ଦୁଇ ସଦନ ‘ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍‌’ ଓ ‘ସିନେଟ’ର ମିଳିତ ବୈଠକ ଆରମ୍ଭ ହୋଇଥିଲା । ଏହି ସମୟରେ ଟ୍ରମ୍ପଙ୍କ ହଜାର ହଜାର ସମର୍ଥକ ସଂସଦ ବାହାରେ ରୁଣ୍ଡ ହୋଇଥିଲେ । ସୁରକ୍ଷାକର୍ମୀ କିଛି ବୁଝିପାରିବା ପୂର୍ବରୁ ଟ୍ରମ୍ପ ସମର୍ଥକମାନେ ସଂସଦ କୋଠା ଭିତରକୁ ପଶିଯାଇ ଭଙ୍ଗାରୁଜା କରିଥିଲେ । ସ୍ଥିତି ଏପରି ହୋଇଥିଲା ଯେ, ପୋଲିସ୍ ସେମାନଙ୍କୁ ରୋକିବା ପାଇଁ ଗୁଳି ଚଳାଇଥିଲା । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ନଭେମ୍ବର ୩ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ବିଡେନ୍‌ଙ୍କୁ ୩୦୬ ଓ ଟ୍ରମ୍ପଙ୍କୁ ୨୩୨ ଭୋଟ୍ ମିଳିଥିଲା । ନିର୍ବାଚନ ଫଳାଫଳ ସ୍ପଷ୍ଟ ଭାବେ ବିଡେନଙ୍କ ସପକ୍ଷରେ ଯାଇଥିଲା । ତଥାପି ନିଜ ପରାଜୟ ସ୍ୱୀକାର କରିବାକୁ ଟ୍ରମ୍ପ୍ ନାରାଜ୍ । ଭୋଟ୍ ଗଣନା ଓ ଫଳାଫଳ ଘୋଷଣାରେ ଜାଲିଆତି ହୋଇଥିବା ଟ୍ରମ୍ପ୍ ଅଭିଯୋଗ କରିଆସିଛନ୍ତି । ଭୋଟ ଫଳାଫଳକୁ ଚ୍ୟାଲେଞ୍ଜ କରି ଟ୍ରମ୍ପ୍ ଏକାଧିକ ପିଟିସନ୍ କୋର୍ଟରେ ଦାୟର କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ଆମେରିକା ସୁପ୍ରିମକୋର୍ଟ ମଧ୍ୟ ଟ୍ରମ୍ପଙ୍କ ଦାବିକୁ ଖାରଜ କରିଥିଲା । ନିର୍ବାଚନ ପୂର୍ବରୁ ଓ ପରେ ଟ୍ରମ୍ପ୍ ହିଂସା ନେଇ ଧମକ ଦେଇ ଆସୁଥିଲେ । The post ଟ୍ରମ୍ପ୍ ସମର୍ଥକଙ୍କ ହଙ୍ଗାମା, ଆମେରିକା ସଂସଦ କୋଠା ଭିତରକୁ ଧଶେଇ ପସିଲେ; ପୋଲିସ ଗୁଳିରେ ଜଣେ ମୃତ, ୱାଶିଂଟନରେ କର୍ଫ୍ୟୁ appeared first on The News Room.