ଟେଷ୍ଟ କ୍ରିକେଟ୍‌ରେ ଦୁଇଟି ବଡ ଉପଲବ୍ଧି ହାସଲ କଲେ କୋହଲି, ଧୋନୀଙ୍କୁ ପଛରେ ପକାଇଲେ

ସାଉଥମ୍ପଟନ ୧୯।୦୬: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟ୍‌ରେ ଏକ ଖାସ୍ ଉପଲବ୍ଧି ହାସଲ କରିଛନ୍ତି। ସେ ଟେଷ୍ଟ କ୍ରିକେଟ୍‌ରେ ୭୫୦୦ ରନ ପୂରଣ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ  ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲାର ଦ୍ଵିତୀୟ ଦିନରେ କୋହଲି ଏହି ସଫଳତା  ହାସଲ କରିଛନ୍ତି। କୋହଲି ୧୫୪ ଇନିଂସରେ ୭୫୦୦ ରନ ପୂରଣ କରିଛନ୍ତି। ଏହା ତାଙ୍କର ୯୨ତମ ଟେଷ୍ଟ ମୁକାବିଲା। ୭୫୦୦ ରନ କିମ୍ବା ସେଥିରୁ ଅଧିକ ରନ କରିବାରେ କୋହଲି ଷଷ୍ଠ ଭାରତୀୟ ବ୍ୟାଟସମ୍ୟାନ। କୋହଲିଙ୍କ ବ୍ୟତୀତ ଦିଗଜ ବ୍ୟାଟସମ୍ୟାନ ସୁନିଲ ଗାଭାସ୍କର ମଧ୍ୟ ୭୫୦୦ ରନ ଯାଏଁ ପହଞ୍ଚିବା ପାଇଁ ୧୫୪ ଇନିଂସ ଖେଳିଥିଲେ। ୬୧ତମ ଟେଷ୍ଟରେ ଅଧିନାୟକ ଏହି ମହାମୁକାବିଲାରେ ବିରାଟ କୋହଲି ଆଉ ଏକ ବଡ ସଫଳତା ନିଜ ନାମରେ କରିଛନ୍ତି। ସେ ଟେଷ୍ଟ କ୍ରିକେଟ୍‌ରେ ଭାରତ ପକ୍ଷରୁ ସବୁଠୁ ଅଧିକ ମ୍ୟାଚ୍‌ରେ ଅଧିନାୟକତ୍ଵ କରିବାର ବଡ ରେକର୍ଡ କରିଛନ୍ତି। ଏହି ମାମଲାରେ ସେ ଅଧିନାୟକ ମହେନ୍ଦ୍ର ସିଂହଙ୍କୁ ପଛରେ ପକାଇଛନ୍ତି। ଧୋନୀ ଟେଷ୍ଟରେ ୬୦ ଟି ମ୍ୟାଚ୍‌ରେ ଦଳର ଅଧିନାୟକ ଥିଲେ। ସେ ୨୦୦୮ ରୁ ୨୦୧୪ ପର୍ଯ୍ୟନ୍ତ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଦାୟିତ୍ଵ ସମ୍ଭାଳିଥିଲେ। ତାଙ୍କ ନେତୃତ୍ଵରେ ଦଳ ୨୭ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ୧୮ଟି ମ୍ୟାଚ୍‌ରେ ଦଳ ପରାଜିତ ହୋଇଥିବା ବେଳେ ୧୫ଟି ମୁକାବିଲା ଡ୍ର ରହିଛି। ଅନ୍ୟପଟେ ବିରାଟଙ୍କ ନେତୃତ୍ଵରେ ଭାରତ ୩୬ଟି ବିଜୟ, ୧୪ଟି ପରାଜୟ ଓ ୧୦ଟି ମ୍ୟାଚ୍ ଡ୍ର ରହିଛି। କୋହଲି ୨୦୧୪ରୁ ଟେଷ୍ଟ ଦଳର ଅଧିନାୟକ ପଦ ସମ୍ଭାଳିଛନ୍ତି।