ଟ୍ୟାନ୍ ଦୁର କରିବାରେ ସହାୟକ ହୋଇଥାଏ ଟମାଟୋ, ବ୍ଲିଚିଂ କରିବା ସହିତ ଦେଇଥାଏ ଅନ୍ୟ ଫାଇଦା

ନୂଆଦିଲ୍ଲୀ ୧୬/୦୫: ଗ୍ରୀଷ୍ମ ଋୃତୁରେ, ପ୍ରାୟତଃ ଆମ ସ୍କିନ୍ ସୂର୍ଯ୍ୟକିରଣ, ଯୋଗୁଁ ଡ୍ରାଏ ଏବଂ ଟ୍ୟାନ୍ ହୋଇଯାଇଥାଏ । ଯଦି ଥରେ ସ୍କିନ୍ ରେ ଟ୍ୟାନ୍ ପଡିଯାଏ ତାହା ଛାଡିବା କଷ୍ଟକର ହୋଇଯାଏ । ତେବେ ଏଥିଲାଗି ଆପଣ ଘରେ ବସି ମଧ୍ୟ ଟମାଟୋରୁ ଆପଣଙ୍କ ସ୍କିନର ଟ୍ୟାନକୁ ହଟାଇ ପାରିବେ । ତେବେ ଚାଲନ୍ତୁ ଜାଣିବା ସ୍କିନରେ କିପରି ବ୍ୟବହାର କରିବା ଟମାଟୋ… ସମସ୍ତେ ଜାଣନ୍ତି ଟମାଟୋ ସ୍କିନ୍ ପାଇଁ କେତେ ଲାଭଦାୟକ, ଯଦି ଆପଣ ଏହାକୁ ଟ୍ୟାନିଂ କମାଇବା ପାଇଁ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଆପଣ ଘରେ ଏହାର ଜେଲ୍ ପ୍ରସ୍ତୁତ କରିପାରିବେ । ଏହି ଜେଲ୍ ଆପଣଙ୍କ ଟ୍ୟାନିଂ ଦୁର କରିବାରେ ସହାୟକ ହେବ । ଘରେ ପ୍ରସ୍ତୁତ କରନ୍ତୁ ଟମାଟୋ ଜେଲ୍ : ସାମଗ୍ରୀ : ୨ ଚାମଚ ଟମାଟୋ ପାଉଡର ୪ ଚାମଚ ଏଲୋଭେରା ଜେଲ୍ ୪-୫ ଡ୍ରପ୍ ଲେମନ୍ ଏସେନସିଆଲ୍ ଅଏଲ୍ ୩-୪ ଡ୍ରପ୍ ଟୀ-ଟ୍ରୀ ଅଏଲ୍ ୧ ଭିଟାମିନ୍-ଇ କ୍ୟାପସୁଲ୍ ପ୍ରସ୍ତୁତ ପ୍ରଣାଳୀ : ସର୍ବପ୍ରଥମେ ଏଲୋଭେରା ଜେଲରେ ଟମାଟୋ ପାଉଡର ମିଶାନ୍ତୁ । ଏହାପରେ ଟୀ-ଟ୍ରୀ ଅଏଲ୍, ଲେମନ୍ ଏସେନସିଆଲ୍ ଅଏଲ୍ ଏବଂ ଭିଟାମିନ୍-ଇ କ୍ୟାପସୁଲ୍ ମିଶାଇ ଭଲଭାବରେ ଗୋଳାନ୍ତୁ । ଆପଣଙ୍କ ଟମାଟୋ ଜେଲ ପ୍ରସ୍ତୁତ ।  ମୁହଁରେ ଏପରି ଲଗାନ୍ତୁ ଜେଲ୍ : ସର୍ବପ୍ରଥମେ, ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ । ବର୍ତ୍ତମାନ ଆଙ୍ଗୁଠିରେ ଟମାଟୋ ଜେଲ ନେଇ ମୁହଁରେ ସର୍କୁଲାର ମୋଶନରେ ପ୍ରୟୋଗ କରନ୍ତୁ । ଏହାପରେ ମୁହଁକୁ ୨ ମିନିଟ୍ ପାଇଁ ମସାଜ୍ କରନ୍ତୁ । ଏହା କରିବା ଦ୍ୱାରା ତ୍ୱଚାରେ ରକ୍ତ ସଞ୍ଚାଳନ ମଧ୍ୟ ଭଲ ହୋଇଯାଏ । ବର୍ତ୍ତମାନ ଜେଲକୁ ମୁହଁରେ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଛାଡିଦିଅନ୍ତୁ । ଏହା ପରେ ସାଧାରଣ ପାଣିରେ ମୁହଁକୁ ସଫା କରନ୍ତୁ । ଏହି ଜେଲକୁ ସପ୍ତାହରେ ୩ ଥର ମୁହଁରେ ଲଗାନ୍ତୁ । ଟମାଟୋ ଜେଲର ଫାଇଦା : -ତ୍ୱଚାର ଡେଡ୍ ସ୍କିନ୍ ରିମୁଭ ହୋଇଥାଏ । -ସ୍କିନ୍ ପୋର୍ସର ସାଇଜ୍ କମ୍ ହୋଇଥାଏ । -ତ୍ୱଚାକୁ ଗ୍ଲୋଇଂ କରିଥାଏ । -ତ୍ୱଚାକୁ ସପ୍ଟ ଏବଂ ସ୍ମୁଥ୍ କରିଥାଏ । -ଟମାଟୋରେ ବ୍ଲିଚିଂ ପ୍ରପୋଟିଜ୍ ରହିଥାଏ । ଯାହା ଟ୍ୟାନିଂ ଦୁର କରି ଡାର୍କ ସ୍ପଟ ମଧ୍ୟ ଦୁର କରିଥାଏ ।