ଟି୨୦ ବିଶ୍ୱକପ୍‌: ୨୮ ସୁଦ୍ଧା ନିଷ୍ପତ୍ତି

ନୂଆଦିଲ୍ଲୀ, ୧।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଟି୨୦ ବିଶ୍ୱକପ୍‌ ଆୟୋଜନ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ୨୮ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି)। ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା ଆଇସିସି ବୋର୍ଡ ମିଟିଂ। ବିସିସିଆଇ ପକ୍ଷରୁ ସଭାପତି ସୌରଭ ଗାଙ୍ଗୁଲି ଓ ସାଧାରଣ ସମ୍ପାଦକ ଜୟ ଶାହ ପ୍ରତିନିଧିତ୍ୱ କରିଥିଲେ। ଟି୨୦ ବିଶ୍ୱକପ୍‌ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାର ଅଛି। ଦେଶର କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ […] The post ଟି୨୦ ବିଶ୍ୱକପ୍‌: ୨୮ ସୁଦ୍ଧା ନିଷ୍ପତ୍ତି appeared first on Dharitri Odia News.

ଟି୨୦ ବିଶ୍ୱକପ୍‌: ୨୮ ସୁଦ୍ଧା ନିଷ୍ପତ୍ତି
ନୂଆଦିଲ୍ଲୀ, ୧।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଟି୨୦ ବିଶ୍ୱକପ୍‌ ଆୟୋଜନ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ୨୮ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି)। ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା ଆଇସିସି ବୋର୍ଡ ମିଟିଂ। ବିସିସିଆଇ ପକ୍ଷରୁ ସଭାପତି ସୌରଭ ଗାଙ୍ଗୁଲି ଓ ସାଧାରଣ ସମ୍ପାଦକ ଜୟ ଶାହ ପ୍ରତିନିଧିତ୍ୱ କରିଥିଲେ। ଟି୨୦ ବିଶ୍ୱକପ୍‌ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାର ଅଛି। ଦେଶର କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଟି୨୦ ବିଶ୍ୱକପ୍‌ ଆୟୋଜନ ସମ୍ପର୍କରେ ଅନ୍ତିମ ନିଷ୍ପତ୍ତି ପାଇଁ ଏକ ମାସ ସମୟ ମାଗିଥିଲା ବିସିସିଆଇ। ଏଥିରେ ଆଇସିସିର ବୋର୍ଡ ସଦସ୍ୟମାନେ ସର୍ବସମ୍ମତି କ୍ରମେ ରାଜି ହୋଇଥିଲେ। ଆସନ୍ତା ମାସରେ ହେବାକୁ ଥିବା ବୈଠକକୁ ସମ୍ପୂର୍ଣ୍ଣ ପ୍ଲାନ ସହ ବିସିସିଆଇ ଆସିବ ବୋଲି ସୂତ୍ରରୁ ଜଣାପଡ଼ିଛି। ଯଦି ଟି୨୦ ବିଶ୍ୱକପ୍‌ ଭାରତରେ ଆୟୋଜନ ହୋଇନପାରେ, ତେବେ ଏହି ଇଭେଣ୍ଟ ୟୁଏଇରେ ଅନୁଷ୍ଠିତ ହେବ। The post ଟି୨୦ ବିଶ୍ୱକପ୍‌: ୨୮ ସୁଦ୍ଧା ନିଷ୍ପତ୍ତି appeared first on Dharitri Odia News.