ଡାଇଗ୍ନୋଷ୍ଟିକ ସେଣ୍ଟରକୁ ୧ ଲକ୍ଷ ଜରିମାନା

କେନ୍ଦୁଝର, ୩।୫: କେନ୍ଦୁଝରଗଡ଼ ପୌରାଞ୍ଚଳରେ କୋଭିଡ୍‌ ଆଇନ ଉଲ୍ଲଂଘନ ଅଭିଯୋଗରେ ଜିଲା ପ୍ରଶାସନ ପକ୍ଷରୁ ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ସାଇଦେବ ଡାଇଗ୍ନୋଷ୍ଟିକ ସେଣ୍ଟର ମାଲିକଙ୍କଠାରୁ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। କରୋନା ସଂକ୍ରମଣ ପାଇଁ କଟକଣା ଲାଗୁ କରାଯାଇଥିବା ବେଳେ ଉକ୍ତ ସେଣ୍ଟରରେ ପ୍ରବଳ ଭିଡ଼ ସହ ସାମାଜିକ ଦୂରତ୍ୱ ରକ୍ଷା ହୋଇ ନ ଥିବାରୁ ଏଭଳି ଜରିମାନା କରାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। The post ଡାଇଗ୍ନୋଷ୍ଟିକ ସେଣ୍ଟରକୁ ୧ ଲକ୍ଷ ଜରିମାନା appeared first on Dharitri Odia News.