ଡାଇବେଟିସ୍‌ ରୋଗୀଙ୍କ ପାଇଁ

ଆଜିକାଲି ଅସନ୍ତୁଳିତ ଖାଦ୍ୟ ଏବଂ ଜୀବନଶୈଳୀ ଡାଇବେଟିସ ବା ମଧୁମେହ ରୋଗ ସୃଷ୍ଟି କରିବାରେ ଅନେକାଂଶରେ ଦାୟୀ। ଅନେକ ସମୟରେ କେତେକ ଡାଇବେଟିସ ରୋଗୀ ନିଜର ଖାଦ୍ୟପେୟ ଏବଂ ଜୀବନଶୈଳୀ ପ୍ରତି ଯଥେଷ୍ଟ ଧ୍ୟାନ ଦେଇ ନ ଥାନ୍ତି। ଫଳରେ ପରବର୍ତ୍ତୀ ସମୟରେ ଏହି ରୋଗ ଜଟିଳ ସମସ୍ୟା ଧାରଣ କରିଥାଏ। ତେଣୁ ଏହି ରୋଗୀ କେତେକ ବିଷୟ ପ୍ରତି ନଜର ଦେବା ନିହାତି ଜରୁରୀ। ଡାଇବେଟିସ୍‌ ରୋଗୀ ଖାଇବା ପରେ ସାଙ୍ଗେ ସାଙ୍ଗେ ପାଣି ପିଅନ୍ତୁ […] The post ଡାଇବେଟିସ୍‌ ରୋଗୀଙ୍କ ପାଇଁ appeared first on Dharitri Odia News.

ଡାଇବେଟିସ୍‌ ରୋଗୀଙ୍କ ପାଇଁ
ଆଜିକାଲି ଅସନ୍ତୁଳିତ ଖାଦ୍ୟ ଏବଂ ଜୀବନଶୈଳୀ ଡାଇବେଟିସ ବା ମଧୁମେହ ରୋଗ ସୃଷ୍ଟି କରିବାରେ ଅନେକାଂଶରେ ଦାୟୀ। ଅନେକ ସମୟରେ କେତେକ ଡାଇବେଟିସ ରୋଗୀ ନିଜର ଖାଦ୍ୟପେୟ ଏବଂ ଜୀବନଶୈଳୀ ପ୍ରତି ଯଥେଷ୍ଟ ଧ୍ୟାନ ଦେଇ ନ ଥାନ୍ତି। ଫଳରେ ପରବର୍ତ୍ତୀ ସମୟରେ ଏହି ରୋଗ ଜଟିଳ ସମସ୍ୟା ଧାରଣ କରିଥାଏ। ତେଣୁ ଏହି ରୋଗୀ କେତେକ ବିଷୟ ପ୍ରତି ନଜର ଦେବା ନିହାତି ଜରୁରୀ। ଡାଇବେଟିସ୍‌ ରୋଗୀ ଖାଇବା ପରେ ସାଙ୍ଗେ ସାଙ୍ଗେ ପାଣି ପିଅନ୍ତୁ ନାହିଁ। ଏହାଦ୍ୱାରା ମେଦବୃଦ୍ଧି ହୋଇଥାଏ, ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ସେଓ, କମଳା ଆଦି ଏହି ରୋଗୀ ଖାଇଲେ ଭଲ। ହେଲେ ଏପରି ଫଳ ଅଧିକ ପରିମାଣରେ ନ ଖାଇବା ଭଲ। ଡାଇବେଟିସ୍‌ ରୋଗୀ ଦହି ଖାଇବା ପୂର୍ବରୁ ସେଥିରୁ ଲହୁଣି ଅଂଶକୁ ବାହାର କରି ଦିଅନ୍ତୁ। ସବୁବେଳେ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ। ଏହାଦ୍ୱାରା ଅଜୀର୍ଣ୍ଣ ସମସ୍ୟା ସୃଷ୍ଟି ହୋଇଥାଏ, ଯାହା ଡାଇବେଟିସ୍‌ ସମସ୍ୟାକୁ ଆହୁରି ବଢ଼ାଇଦିଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ରୋଗୀ ନିଜର ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମକୁ ସାମିଲ କରିବା ନିହାତି ଜରୁରୀ। ପ୍ରତିଦିନ ସକାଳେ ଅତିକମରେ ଅଧଘଣ୍ଟାଏ ଚାଲନ୍ତୁ। The post ଡାଇବେଟିସ୍‌ ରୋଗୀଙ୍କ ପାଇଁ appeared first on Dharitri Odia News.