ଡାକ୍ତରଖାନା ଆଇସିୟୁରେ ରୋଗୀଙ୍କୁ ଦୁଷ୍କର୍ମ, ଟିବି ଆକ୍ରାନ୍ତ ଯୁବତୀ ଥିଲେ ଅର୍ଦ୍ଧଚେତନ, ଅଭିଯୁକ୍ତ ଅଟକ

ନୂଆଦିଲ୍ଲୀ ୨୯/୧୦: ଦୁଷ୍କର୍ମର ଏକ ଅଭାବନୀୟ ତଥା ଭୟାନକ ମାମଲା ଗୁରୁଗ୍ରାମରୁ ଆସିଛି। ଗୁରୁଗ୍ରାମର ଏକ ଘରୋଇ ହସପିଟାଲରେ ଭର୍ତି ହୋଇଥିବା ୨୧ ବର୍ଷୀୟା ଯୁବତୀଙ୍କ ସହ ଆଇସିୟୁରେ ଦୁଷ୍କର୍ମ କରାଯାଇଛି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଥିଲା। ଅଧାଚେତା ଅବସ୍ଥାରେ ଭେଣ୍ଟିଲେଟରରେ ଥିବା ସମୟରେ ହିଁ ଏଭଳି ଘଟଣା ତାଙ୍କ ସହ ଘଟିଛି। ମଙ୍ଗଳବାର ଯୁବତୀଙ୍କ ଚେତା ଫେରିବାରୁ ଯୁବତୀ ଜଣକ ତାଙ୍କ ବାପାଙ୍କୁ ଘଟଣା ବାବଦରେ କହିଥିବା ପୋଲିସ କହିଛି। ତେବେ ସେ କାଗଜରେ ଲେଖି ନିଜ ଯନ୍ତ୍ରଣା ବାବଦରେ ବାପାଙ୍କୁ ଜଣାଇ ଥିଲେ। ଏହା ପରେ ପରିବାର ଲୋକ ପୋଲିସ ପାଖରେ ମାମଲା ରୁଜୁ କରିଥିଲେ। ଏ ଘଟଣା ଅକ୍ଟୋବର ୨୧-୧୭ ମଧ୍ୟରେ ହୋଇଥିବା ଆଶା କରାଯାଉଛି। କାରଣ ଯୁବତୀଙ୍କୁ ଅକ୍ଟୋବର ୨୧ରେ ହସପିଟାଲରେ ଭର୍ତି କରାଯାଇଥିଲା। ଅବଶ୍ୟ ସେହି ହସପିଟାଲରେ ଏବେ ବି ତାଙ୍କ ଚିକିତ୍ସା ଚାଲିଛି। ପୋଲିସ୍ ଅନୁସାରେ ପୀଡ଼ିତା ମହେନ୍ଦ୍ରଗଡ଼ରେ ରହନ୍ତି। ଶ୍ବାସକ୍ରିୟାରେ ସମସ୍ୟା ହେବାରୁ ତାଙ୍କୁ ହସପିଟାଲ ଅଣାଯାଇଥିଲା। ତାଙ୍କର ଟିବି ଚିକିତ୍ସା ଚାଲିଥିଲା। ଏ ଘଟଣା ପରେ ତାଙ୍କୁ ଆଇସିୟୁର ଏକ ପ୍ରାଇଭେଟ୍ ରୁମରେ ଅଲଗା ରଖାଯାଇଛି। ଗୁରୁଗ୍ରାମର ଆସିଷ୍ଟାଣ୍ଟ ପୋଲିସ କମିଶନର ଉଷା କୁନ୍ଦୁ ମଙ୍ଗଳବାର ପୀଡ଼ିତାଙ୍କ ବାପାଙ୍କୁ ଭେଟିବାକୁ ଯାଇଥିଲେ। ସେତେବେଳେ ତାଙ୍କ ବାପା କହିଥିଲେ ଯେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଛି। ପ୍ରଥମେ ହସିପିଟାଲ ଏହାର ତଦନ୍ତ କରିଥିଲା। ପରେ ପରିବାର ଲୋକ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇ ଥିଲେ। ଏହା ପରେ ଆଇପିସି ଧାରା ୩୭୬ (୨) (ଇ) ଅଧୀନରେ ମାମଲା ରୁଜୁ କରାଯାଇଛି। ଯଦିଓ ଅଭିଯୁକ୍ତର ଚିହ୍ନଟ ସରିଛି ଏବେ ଯାଏଁ ତାଙ୍କୁ ଗିରଫ କରାଯାଇ ନ ଥିବା କହିଛନ୍ତି ଉଷା। ଯୁବତୀ ଅଭିଯୁକ୍ତଙ୍କ ନାଁ ବିକାଶ ବୋଲି କହିଛି। ଏହାକୁ ଆଧାର କରି ସେ ଅଭିଯୁକ୍ତଙ୍କୁ ଧରିଥିବା କହିଛନ୍ତି। ବିକାଶ ଜଣେ ବାହାରର ଷ୍ଟାଫ୍। ପୋଲିସ୍ ମାମଲାର ତଦନ୍ତ ପାଇଁ ସିସିଟିଭି ଫୁଟେଜ ତଦନ୍ତ କରୁଛି। ଯୁବତୀଙ୍କ ବାପା ହସପିଟାଲରେ ରୋଗୀର ସୁରକ୍ଷା ଓ ସିକ୍ୟୁରିଟି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।