ଡୁପ୍ଲେସିସ୍‌ ଓ ଋତୁରାଜଙ୍କ ବିସ୍ଫୋରକ ବ୍ୟାଟିଂ, କୋଲକାତାକୁ ୨୨୧ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଲା ଚେନ୍ନାଇ

ମୁମ୍ବାଇ ୨୧।୦୪: ଫାଫ ଡୁପ୍ଲେସିସ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ଋତୁରାଜ ଗାଏକଓ୍ଵାଡଙ୍କ ଅର୍ଦ୍ଧଶତକ ସହାୟତାରେ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଆଇପିଏଲ୍‌ର ୧୫ତମ ମୁକାବିଲାରେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ବିଶାଳ ସ୍କୋର ଛିଡା କରିଛି। ଡୁପ୍ଲେସିସ୍‌ଙ୍କ ଅପରାଜିତ ୯୫ ରନ ଓ ଋତୁରାଜଙ୍କ ୬୪ ରନ ବଳରେ ନିର୍ଦ୍ଧାରିତ ଓଭରରେ ଚେନ୍ନାଇ ୩ ଓ୍ଵିକେଟ୍ ହରାଇ ୨୨୦ ରନର କରିଛି। କୋଲକାତା ନାଇଟ୍‌ ରାଇଡର୍ସଙ୍କ ସମ୍ମୁଖରେ ରହିଛି ୨୨୧ ରନର ବିଶାଳ ବିଜୟ ଲକ୍ଷ୍ୟ। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପରକିଙ୍ଗ୍ସର ଦୁଇ ଓପନର ଫାଫ୍ ଡୁପ୍ଲେସିସ୍ ଓ ଋତୁରାଜ ଗାଏକୋଓ୍ଵାଡ ବିସ୍ଫୋରକ ବ୍ୟାଟିଂ କରି ବିଶାଳ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ। ଦୁଇ ବ୍ୟାଟସମ୍ୟାନ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ୧୨.୧ ଓଭରରେ ୧୧୫ ରନର ଶତକୀୟ ଭାଗିଦାରୀ କରିଥିଲେ। ଗାଏକଓ୍ଵାଡ ୪୨ ବଲ୍‌ରୁ ୬ ଚୌକା ଓ ୪ ଛକା ଜରିଆରେ ୬୪ ରନ କରିଥିଲେ। ପରିଶେଷରେ ବରୁଣ ଚକ୍ରବର୍ତ୍ତୀ ଏହି ଯୋଡିକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ଏହା ପରେ ଫାପ୍ ଏବଂ ମୋଇନ ଅଲ୍ଲୀ ଦ୍ଵିତୀୟ ଓ୍ଵିକେଟ୍‌ରେ  ୫୦ ରନ ଯୋଡିଥିଲେ। ମୋଇନ ୧୨ ବଲ୍‌ରୁ ୨୫ ରନର ଦ୍ରୁତ ବ୍ୟାଟିଂ କରିଥିଲେ। ଧୋନୀ ୮ ବଲ୍‌ରୁ ୧୭ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଡୁପ୍ଲେସିସ୍‌ ୬୦ ବଲ୍‌ରୁ ୯ ଚୌକା ଓ ୪ ଛକା ସହ ୯୫ ରନ ସ୍କୋରରେ ଅପରାଜିତ ରହିଥିଲେ। ତାଙ୍କର ଏହି ବିସ୍ଫୋରକ ଇନିଂସ ବଳରେ ଚେନ୍ନାଇ ୨୦ ଓଭରରେ ୩ ଓ୍ଵିକେଟ୍  ହରାଇ ୨୨୦ ରନ କରିଛି।