ତୃତୀୟ ସ୍ଥାନରେ ଭାରତ : ଗୋଟିଏ ଦିନରେ ୨୪ ହଜାର ନୂଆ ମାମଲା ସହ ୬ ଲକ୍ଷ ୯୭ ହଜାରରେ ପହଞ୍ଚିଲା ସଂକ୍ରମଣ ସଂଖ୍ୟା

ନୂଆଦିଲ୍ଲୀ ୦୬/୦୭ : କରୋନା ଭାଇରସ ଦିନକୁ ଦିନ ଉଗ୍ର ରୂପ ନେଲଣି | ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୯୭ ହଜାର ୪୧୩ ରେ ପହଞ୍ଚିଛି | ଏହାସହ ସଂକ୍ରମଣରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିଛି | ୨୪ ଘଣ୍ଟାରେ ୨୪ ହଜାର ୨୪୮ ନୂଆ ମାମଲା ସାମ୍ନାକୁ ଆସିଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ୨୪ ଘଣ୍ଟାରେ ୪୨୫ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ବର୍ତ୍ତମାନ ୨ ଲକ୍ଷ […]

ତୃତୀୟ ସ୍ଥାନରେ ଭାରତ : ଗୋଟିଏ ଦିନରେ ୨୪ ହଜାର ନୂଆ ମାମଲା ସହ ୬ ଲକ୍ଷ ୯୭ ହଜାରରେ ପହଞ୍ଚିଲା ସଂକ୍ରମଣ ସଂଖ୍ୟା
ନୂଆଦିଲ୍ଲୀ ୦୬/୦୭ : କରୋନା ଭାଇରସ ଦିନକୁ ଦିନ ଉଗ୍ର ରୂପ ନେଲଣି | ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୯୭ ହଜାର ୪୧୩ ରେ ପହଞ୍ଚିଛି | ଏହାସହ ସଂକ୍ରମଣରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିଛି | ୨୪ ଘଣ୍ଟାରେ ୨୪ ହଜାର ୨୪୮ ନୂଆ ମାମଲା ସାମ୍ନାକୁ ଆସିଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ୨୪ ଘଣ୍ଟାରେ ୪୨୫ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ବର୍ତ୍ତମାନ ୨ ଲକ୍ଷ ୫୩ ହଜାର ୨୮୭ ଆକ୍ଟିଭ ମାମଲା ରହିଛି | ସଂକ୍ରମଣ ଯୋଗୁଁ ଏବେ ୟୁଦ୍ଧ ୧୯ ହଜାର ୬୯୩ ଜଣ ପ୍ରାଣ ହରାଇ ସାରିଛନ୍ତି | ତେବେ ମହାମାରୀରେ ଏବେ ସୁଦ୍ଧା ୪ ଲକ୍ଷ ୨୪ ହଜାର ୪୩୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି | କରୋନା ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | ମହାରାଷ୍ଟ୍ରରେ ୮୬ ହଜାରରୁ ଅଧିକ ସଂକ୍ରମିତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି | ଦ୍ୱିତୀୟ ସ୍ଥାନରେ ଅଛି ତାମିଲନାଡୁ, ତୃତୀୟ ସ୍ଥାନରେ ନୂଆଦିଲ୍ଲୀ, ଚତୁର୍ଥ ସ୍ଥାନରେ ଗୁଜରାଟ ଓ ପଞ୍ଚମ ସ୍ଥାନରେ ଉତ୍ତର ପ୍ରଦେଶ ରହିଛି | ଏହି ୫ଟି ରାଜ୍ୟରେ ସବୁଠାରୁ ଅଧିକ ଆକ୍ଟିଭ ମାମଲା ରହିଛି | ମହାରାଷ୍ଟ୍ରରେ ରବିବାର ଦିନ ୬ ହଜାର ୫୫୫ ନୂଆ ମାମଲା ସାମ୍ନାକୁ ଆସିବା ସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୬ ହଜାର ୬୧୯ରେ ପହଞ୍ଚିଛି | ରାଜ୍ୟରେ ୧୫୧ ଜଣଙ୍କ ମୃତ୍ୟୁ ହେବା ସହ ଏବେ ସୁଦ୍ଧା ମହାରାଷ୍ଟ୍ରରେ ମୃତକ ସଂଖ୍ୟା ୮ ହଜାର ୮୨୨ରେ ପହଞ୍ଚିଛି | ଦୁନିଆରେ ସବୁଠାରୁ ଅଧିକ ସଂକ୍ରମଣ ମାମଲାରେ ଭାରତ ଋଷକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଞ୍ଚିଛି | ଭାରତ ଆଗରେ ବର୍ତ୍ତମାନ ବ୍ରାଜିଲ ଓ ଆମେରିକା ଅଛନ୍ତି | କରୋନା ପ୍ରଭାବିତ ତାଲିକାରେ ସବୁଠାରୁ ଆଗରେ ରହିଛି ଆମେରିକା | ଆମେରିକାରେ ଏ ପର୍ଯ୍ୟନ୍ତ ୨୯ ଲକ୍ଷ ୮୧ ହଜାର ମାମଲା ରହିଛି | ଆମେରିକାରେ ଲକ୍ଷେ ୩୨ ହଜାରରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଛି | ଏହା ମଧ୍ୟରେ ଏକ ଭଲ ଖବର ମଧ୍ୟ ରହିଛି | ଦେଶରେ ସୁସ୍ଥ ହାର ମଧ୍ୟ ୬୦ ପ୍ରତିଶତରୁ ଅଧିକ ରହିଛି | ୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ରିକଭରୀ ରେଟ ୭୫ ପ୍ରତିଶତରୁ ଅଧିକ ରହିଛି | ୪ ରାଜ୍ୟରେ ୮୦ ପ୍ରତିଶତ ରିକଭରୀ ରେଟ ରହିଛି | ସବୁଠାରୁ ଆଗରେ ରହିଛି ଚଣ୍ଡୀଗଡ଼ | ଏଠାରେ ୮୬.୦୬ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି |