‘ତେରୀ ମିଟି ମେଁ ମିଲ୍ ଜାୱା’ ଗୀତ ଗାଇ ମତୁଆଲା କରୁଛନ୍ତି ବାଲୁଚିସ୍ତାନର ଗାୟକ ୱାହାବ ଅଲୀ ବୁଗାଟୀ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ ୧୧/୦୭ : ଅକ୍ଷୟ କୁମାରଙ୍କ ଫିଲ୍ମ 'କେସରୀ'ର ସୁପରହିଟ୍ ଗୀତ 'ତେରୀ ମିଟି ମେଁ ମିଲ୍ ଜାୱା' ବେଶ ଲୋକପ୍ରୀୟ ହୋଇଥିଲା । ଗୀତଟିକୁ ଖୁବ ପସନ୍ଦ କରିଥିଲେ ସିନେପ୍ରେମୀ । ଏବେ ଏହି ଗୀତ ଭାରତ ସୀମା ଅତିକ୍ରମ କରି ବାଲୁଚିସ୍ଥାନରେ ପହଞ୍ଚିଛି । ବାଲୁଚିସ୍ତାନରେ ମଧ୍ୟ ଏହି ଗୀତର ସ୍ବର ଶୁଣିବାକୁ ମିଳିଛି । ମନୋଜ ମୁତସିରଙ୍କ ଦ୍ୱାରା ଲେଖା ହୋଇଥିବା ଏହି ଗୀତଟି ବାଜିବା କ୍ଷଣି  ମନ ଭାବପ୍ରବଣ ହୋଇଯାଏ ଏବଂ ଏହା ହୃଦୟକୁ ଛୁଇଁଯାଏ ବାଲୁଚ ର ଗାୟକ ୱାହାବ ଅଲି ବୁଗାଟୀଙ୍କ ସ୍ୱରରେ ମନୋଜ ମୁତସିରଙ୍କ ଦ୍ୱାରା ଲିଖିତ କେସରୀ ଚଳଚ୍ଚିତ୍ରର 'ତେରୀ ମିଟି' ଗୀତଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ, ବାଲୁଚିସ୍ତାନ ଗାୟକ ୱାହାବ ଅଲୀ ବୁଗାଟୀ ଏହି ଗୀତଟିକୁ ସୁନ୍ଦର ଭାବରେ ଗାଇଛନ୍ତି । ଏହାକୁ ଦେଖିବାପରେ ଲୋକମାନେ ପ୍ରଶଂସା କରିବାରେ ଲାଗିଛନ୍ତି । ଭିଡିଓରେ ୱାହାବ ଅଲି ଅନ୍ୟ ତିନି ଜଣ ସାଥୀଙ୍କ ସହ ମିଶି ଏହି ଗୀତଟିକୁ ଅତି ସୁନ୍ଦର ଭାବରେ ଗାଉଥିବାର ନଜର ଆସିଛନ୍ତି। ଭିଡିଓରେ ବ୍ୟବହୃତ ହୋଇଥିବା ବାଦ୍ୟଯନ୍ତ୍ର ଗୁଡିକ ସହିତ ୱାହାବ ଟିମ୍ କମାଲ କରି ଦେଖାଉଛନ୍ତି । ୨ ମିନିଟ୍ ୨୦ ସେକେଣ୍ଡର ଏହି ଭିଡିଓଟିକୁ ଟ୍ବିଟରରେ ଅନେକ ୟୁଜର୍ସ ସେୟାର କରୁଛନ୍ତି । ଏହି ଭିଡିଓଟିକୁ ବାଲୁଚିର ଫାଜିଲା ନାମକ ଜଣେ ୟୁଜର୍ସ ଟ୍ବିଟରେ ଟ୍ବିଟ କରିଛନ୍ତି । ଭିଡିଓଟି ଅପଲୋଡ ହେବା ପରେ ଖୁବ କମ ସମୟ ମଧ୍ୟରେ ପ୍ରାୟ ୯୦ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି । ଭାରତର ଲୋକମାନେ ମଧ୍ୟ ଏହି ଭିଡିଓଟିକୁ ରିଟ୍ୱିଟ କରିବା ସହ ସେୟାର କରୁଛନ୍ତି। https://twitter.com/IFazilaBaloch/status/1413583026404089861 ସୂଚନାଯୋଗ୍ୟ, ବାଲୁଚିସ୍ତାନର ଗାୟକ ୱାହାବ ଅଲୀ ବୁଗାଟୀ ପୂର୍ବରୁ ମଧ୍ୟ ଏହି ଗୀତ ଗାଇଛନ୍ତି। ଏହି ଗୀତଟି ଧୀରେ ଧୀରେ ପାକିସ୍ତାନର ଅତ୍ୟାଚାର ବିରୋଧରେ ବାଲୁଚ ଆନ୍ଦୋଳନର ପ୍ରତୀକ ପାଲଟିଛି। ତେବେ ବାଲୁଚିସ୍ତାନର ଲୋକମାନେ ଦୀର୍ଘ ଦିନ ଧରି ସ୍ୱାଧୀନତା ଦାବି କରିଆସୁଥିଲେ ମଧ୍ୟ ସେନାର ଶକ୍ତିରେ ପାକିସ୍ତାନ ସେମାନଙ୍କ ସ୍ୱରକୁ ଦମନ କରିଆସୁଛି ।