ତ୍ରୁଟିପୂର୍ଣ୍ଣ ଚିକିତ୍ସାକୁ ନେଇ ଯୁବକ ମୃତ, କ୍ଷତି ପୂରଣ ଦାବିରେ ରାଜପଥ ଅବରୋଧ କଲେ ଗ୍ରାମବାସୀ

ଆଠଗଡ଼, ୧୮/୦୩: କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଏକଡାଳ ସ୍ଥିତ ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସାରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ଏଥି ପାଇଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ତାଙ୍କର ପରିବାର ଲୋକ ଅଭିଯୋଗ ଆଣିଥିବା ଜଣାପଡ଼ିଛି । ଗତକାଲି ଉକ୍ତ ନର୍ସିଂ ହୋମକୁ ଅସ୍ତ୍ର ପ୍ରଚାର ନିମନ୍ତେ କାଠଖଣ୍ଟ ଗ୍ରାମର ନିରାକାର ରାଉତଙ୍କୁ ଅଣାଯାଇଥିଲା । ଅସ୍ତ୍ରୋପଚାର ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ମେଡିକାଲକୁ ନିଆଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । କ୍ଷତି ପୂରଣ ସହ ଘରୋଇ ନର୍ସିଂହୋମର ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ବାଗଧରିଆ ଛକରେ ଶବକୁ ରଖି ସେମାନେ ୬୫ନଂ ରାଜ୍ୟ ରାଜପଥ କଟକ ନରସିଂହପୁର ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ କାନପୁର ଥାନା ଅଧିକାରୀ ଏବଂ ନରସିଂହପୁର ଅତିରିକ୍ତ ତହସିଲଦାର ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି । ଅନ୍ୟପଟେ ଉକ୍ତ ନର୍ସିଂହୋମ୍‌ରୁ ସମ୍ପୃକ୍ତ ଡାକ୍ତର ଫେରାର ହୋଇଯାଇଥିବା ବେଳେ ନର୍ସିଂହୋମ୍‌ର ଆମ୍ବଲାନ୍ସ୍ ଛାଡି ଡ୍ରାଇଭର ଫେରାର ହୋଇଯାଇଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବା ଦେଖିବାକୁ ମିଳିଛି ।