ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌, ୭ଦିନ ପାଇଁ ଆଇସୋଲେଟ୍‌ରେ ରହିବେ ବିପ୍ଲବ ଦେବ

ତ୍ରିପୁରା ୦୪।୦୮: କାୟା ମେଲାଉଛି କରୋନା । ଧୀରେ ଧୀରେ ଏହା ଅତିଭୟଙ୍କର ହେବାରେ ଲାଗିଛି । ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଗତକିଛି ଦିନ ହେଲା ରାଜନେତାମାନେ କରୋନାରେ ଆକ୍ରାନ୍ତ ହେବା ଖବର ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି । ଏହାମଧ୍ୟରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ନିଜକୁ ଆଇସୋଲେଟ କରିଛନ୍ତି । ସେ ନିଜର କରୋନା ଟେଷ୍ଟ କରାଇଥିଲେ, କିନ୍ତୁ ତାଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି […]

ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌, ୭ଦିନ ପାଇଁ ଆଇସୋଲେଟ୍‌ରେ ରହିବେ ବିପ୍ଲବ ଦେବ
ତ୍ରିପୁରା ୦୪।୦୮: କାୟା ମେଲାଉଛି କରୋନା । ଧୀରେ ଧୀରେ ଏହା ଅତିଭୟଙ୍କର ହେବାରେ ଲାଗିଛି । ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଗତକିଛି ଦିନ ହେଲା ରାଜନେତାମାନେ କରୋନାରେ ଆକ୍ରାନ୍ତ ହେବା ଖବର ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି । ଏହାମଧ୍ୟରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ନିଜକୁ ଆଇସୋଲେଟ କରିଛନ୍ତି । ସେ ନିଜର କରୋନା ଟେଷ୍ଟ କରାଇଥିଲେ, କିନ୍ତୁ ତାଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି । ରିପୋର୍ଟ ନେଗେଟିଭ୍ ଆସିବା ପରେ ବି ସେ ନିଜକୁ ଆଇସୋଲେଟ କରାଇଛନ୍ତି । ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଆସନ୍ତା ୭ଦିନ ପାଇଁ ନିଜକୁ ଆଇସୋଲେଟ୍‌ କରିବା ପାଇଁ କହିଛନ୍ତି ।    My COVID-19 test results came NEGATIVE. For next 7 days I will follow home quarantine & other guidelines. Also I will work from home.I thank beloved people of Tripura for your wishes and prayers. The fight against COVID-19 will continue and together we shall win.— Biplab Kumar Deb (@BjpBiplab) August 4, 2020 ସୂଚନାନୁସାରେ , ତ୍ରିପୁରା  ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ପରିବାରରୁ ଦୁଇ ଜଣ ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହାକୁ ଦୃଷ୍ଟିରେ ରଖି ବିପ୍ଲବ ଦେବ ନିଜର କରୋନା ଟେଷ୍ଟ କରିଛନ୍ତି । ଏବେ ତାଙ୍କ ରିପୋର୍ଟ ଆସିଛି , ଏବଂ ଏହା ନେଗେଟିଭ୍‌ ବୋଲି ବିପ୍ଲବ ଦେବ ସୂଚନା ଦେଇଛନ୍ତି । ଆସନ୍ତା ୭ଦିନ ସେ ଡାକ୍ତରଙ୍କ ପରାମର୍ଶକ୍ରମେ ନିଜକୁ ଘରେ ଆଇସୋଲେଟ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ଏହି ସମୟରେ ସମସ୍ତ ଡାକ୍ତରୀ ନିୟମ ମାନିବାକୁ କହିଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।   Two of my family members found COVID19 POSITIVE.Other family members found NEGATIVEI have undergone COVID19 test, result is yet to comeI am following self isolation at my residence & all precautionary measures have been takenPraying for the speedy recovery of family members— Biplab Kumar Deb (@BjpBiplab) August 3, 2020 ତ୍ରିପୁରା ମୁଖ୍ୟମନ୍ତ୍ରୀ ବିଶାଳ ଦେବ ନିଜେ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ମୋର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି । କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ , ମୁଁ ଘରେ ନିଜକୁ ଆଇସୋଲେଟ୍‌ କରିଛି । କରୋନା ସଂକ୍ରମଣରୁ ଦୂରେଇ ରଖିବା ପାଇଁ ମୁଁ ସମସ୍ତ ଉପାୟ ଅବଲମ୍ବନ କରୁଛି । ପରିବାର ଲୋକ ଖୁବ୍ ଶୀଘ୍ର କରୋନାରୁ ସୁସ୍ଥ ହେବା ନେଇ ଆଶୁ ଆରୋଗ୍ୟକାମନା କରିଛନ୍ତି ।