ତ୍ରାହି ଅଚ୍ୟୁତ ଆଶ୍ରମରେ ତନାଘନା, ଅଜିତ୍ ସେନାପତି ନିଖୋଜ ମାମଲାର ତଦନ୍ତ କଲା କ୍ରାଇମବ୍ରଞ୍ଜ

ବାଲିପାଟଣା, ୨୮/୦୪: ଏକ ହତ୍ୟା ଅଭିଯୋଗର ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଜ ବାଲିପାଟଣା ଥାନା ତ୍ରାହି ଅଚ୍ୟୁତ ଆଶ୍ରମରେ ଆଜି ପହଞ୍ଚିଥିଲା । ଗତ ୨୦୧୧ ମସିହାରେ ଜଗତସିଂହପୁରର ଅଜିତ୍ ସେନାପତି ତ୍ରାହି ଅଚ୍ୟୁତ ଆଶ୍ରମରୁ ନିଖୋଜ ହୋଇ ଯାଇଥିଲେ । ଏହି ମାମଲାର ତଦନ୍ତ ପାଇଁ କ୍ରାଇମ୍‌ ବ୍ରାଞ୍ଚ ପହଞ୍ଚିଥିବା ଜଣାପଡ଼ିଥିଲା । ସୂଚନା ଥାଉକି, ଅଜିତ୍‌ ସେନାପତି ତ୍ରାହି ଅଚ୍ୟୁତ ଆଶ୍ରମରୁ ନିଖୋଜ ହେବା ପରେ ତାଙ୍କର କୌଣସି ପତ୍ତା ମିଳି ନ ଥିଲା । ୨୦୧୫ ମସିହାରେ ଏ ନେଇ ଆଶ୍ରମ ମୁଖ୍ୟଙ୍କ ନାମରେ ଅଭିଯୋଗ କରିଥିଲେ ନିଖୋଜ ଯୁବକଙ୍କ ବଡଭାଇ ମହେନ୍ଦ୍ର ସେନାପତି । ପରବର୍ତ୍ତି ସମୟରେ ୨୦୨୦ରେ ଏହି ମାମଲା କ୍ରାଇମ୍ ବ୍ରାଞ୍ଜ ହାତକୁ ଯାଇଥିଲା । ବୁଧବାର ଦିନ କ୍ରାଇମ୍ ବ୍ରାଞ୍ଜ ଡିଏସପି ଦେବବ୍ରତ ଚକ୍ର ଆଶ୍ରମ ପରିସରରେ ପହଁଞ୍ଚି ତନା ଘନା କରିଛନ୍ତି । ଆଶ୍ରମର ମୁଖ୍ୟ ସ୍ଵର୍ଗତ ସୁର ବାବାଙ୍କ ଦୁଇ ପୁତ୍ର ଏବଂ ଆଶ୍ରମ କର୍ମଚାରୀଙ୍କୁ ଏ ବାବଦରେ ପଚରା ଉଚରା କରିଛନ୍ତି । ଆଶ୍ରମ ପରିସରର ଶିବ ମନ୍ଦିରରେ ମଧ୍ୟ ତଦନ୍ତ ହୋଇଥିବା ଜଣାପଡ଼ିଛି ।