ଥାନାରେ ବିସ୍ଫୋରଣ ପରେ ପଶିଲା ଚେତା; କ୍ରାଇମବ୍ରାଞ୍ଚ ଜାରି କଲା ଏସଓପି

ଭୁବନେଶ୍ୱର: ବଳଙ୍ଗା ଥାନା ବିସ୍ଫୋରଣ ଘଟଣା ପରେ କ୍ରାଇମବ୍ରାଞ୍ଚ ତରଫରୁ ଜାରିହୋଇଛି ହୋଇଛି ଏସଓପି । ଥାନାରେ ଥିବା ମାଲଖାନାରେ ଜବତ ହୋଇଥିବା ବିସ୍ଫୋରକ, କ୍ଷତିକାରକ ତଥା ଜ୍ୱଳନଶୀଳ ସାମଗ୍ରୀ କିପରି ସୁରକ୍ଷିତ ଭାବରେ ରଖାଯିବ ସେନେଇ ଗୁରୁବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଏସଓପି । ଏସଓପି ଅନୁଯାୟୀ ଥାନାରେ ଥିବା ମାଲଖାନାରେ ବିସ୍ଫୋରକ, କ୍ଷତିକାରକ ତଥା ଜ୍ୱଳନଶୀଳ ସାମଗ୍ରୀକୁ ଖାମଖିଆଲି ଭାବରେ ନରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରଖିବା ଜରୁରୀ ଥିଲେ ବୋମା […] The post ଥାନାରେ ବିସ୍ଫୋରଣ ପରେ ପଶିଲା ଚେତା; କ୍ରାଇମବ୍ରାଞ୍ଚ ଜାରି କଲା ଏସଓପି appeared first on Odisha Bhaskar.

ଥାନାରେ ବିସ୍ଫୋରଣ ପରେ ପଶିଲା ଚେତା; କ୍ରାଇମବ୍ରାଞ୍ଚ ଜାରି କଲା ଏସଓପି
ଭୁବନେଶ୍ୱର: ବଳଙ୍ଗା ଥାନା ବିସ୍ଫୋରଣ ଘଟଣା ପରେ କ୍ରାଇମବ୍ରାଞ୍ଚ ତରଫରୁ ଜାରିହୋଇଛି ହୋଇଛି ଏସଓପି । ଥାନାରେ ଥିବା ମାଲଖାନାରେ ଜବତ ହୋଇଥିବା ବିସ୍ଫୋରକ, କ୍ଷତିକାରକ ତଥା ଜ୍ୱଳନଶୀଳ ସାମଗ୍ରୀ କିପରି ସୁରକ୍ଷିତ ଭାବରେ ରଖାଯିବ ସେନେଇ ଗୁରୁବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଏସଓପି । ଏସଓପି ଅନୁଯାୟୀ ଥାନାରେ ଥିବା ମାଲଖାନାରେ ବିସ୍ଫୋରକ, କ୍ଷତିକାରକ ତଥା ଜ୍ୱଳନଶୀଳ ସାମଗ୍ରୀକୁ ଖାମଖିଆଲି ଭାବରେ ନରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରଖିବା ଜରୁରୀ ଥିଲେ ବୋମା ନିଷ୍କ୍ରିୟକାରୀ ବିଶେଷଜ୍ଞ ପରାମର୍ଶ ନେବାକୁ କୁହାଯାଇଛି । ଏସଓପିରେ ଆହୁରି ମଧ୍ୟ କୁହାଯାଇଛି ଯେ ଜବତ ହୋଇଥିବା ସାମଗ୍ରୀକୁ ମାଲଖାନାରେ ରଖିବା ପୂର୍ବରୁ ଆବଶ୍ୟକ ସୁରକ୍ଷା ଯାଞ୍ଚ ପର୍ଯ୍ୟନ୍ତ ବାହାରେ ରଖାଯିବ । ଯଦି କୌଣସି ପରିସ୍ଥିତିରେ ଏହା ମାଲଖାନାରେ ରଖିବା ସୁରକ୍ଷିତ ନୁହେଁ ତେବେ ଏଗୁଡ଼ିକୁ ବେମା ନିଷ୍କ୍ରିୟକାରୀଙ୍କ ସହାୟତାରେ ନିଷ୍କ୍ରିୟ କରାଯିବ । ପୋଲିସ ଏବଂ ଥାନାକୁ ଆସୁଥିବା ଭିଜିଟର୍ସଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ଏସଓପିରେ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଅକ୍ଟୋବର ୫ ମଧ୍ୟରେ ସବୁ ମାଲଖାନା ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୁରକ୍ଷିତ ଅଛିକି ନାହିଁ ଦେଖିବାକୁ ଏସଡିପିଓମାନଙ୍କୁ ପରିଦର୍ଶନ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । The post ଥାନାରେ ବିସ୍ଫୋରଣ ପରେ ପଶିଲା ଚେତା; କ୍ରାଇମବ୍ରାଞ୍ଚ ଜାରି କଲା ଏସଓପି appeared first on Odisha Bhaskar.