ଥରେ କୋଭିଡ ପଜିଟିଭ ହେବା ପରେ ଦ୍ୱିତୀୟ ଥର ସଂକ୍ରମଣ ହେବାର ସମ୍ଭାବନା ଖୁବ କମ୍ !

ନୂଆଦିଲ୍ଲୀ ୨୧/୬ : କରୋନା ସଂକଟରେ ଯେତେବେଳେ ସାରା ଦେଶ ଘାଣ୍ଟି ହେଉଛି, ସେତିକିବେଳେ ବ୍ରିଟେନରୁ ଏକ ଭଲ ଖବର ସାମ୍ନାକୁ ଆସିଛି । ପବ୍ଲିକ ହେଲ୍ଥ ଇଂଲଣ୍ଡ ତରଫରୁ ଏକ ଡାଟା ଗୁରୁବାର ପ୍ରକାଶ ପାଇଥିଲା । ଏହି ତଥ୍ୟରେ କୁହାଯାଇଛି ଯେ ଥରେ କରୋନା ସଂକ୍ରମିତ ହେଲେ ପୁନର୍ବାର ସଂକ୍ରମିତ ହେବାର ଆଶଙ୍କା କମ୍ ଥାଏ । ସାମ୍ପ୍ରତିକ ତଥ୍ୟ ଅନୁଯାୟୀ, SARS-CoV-2 ର ପୁନ ସଂକ୍ରମଣ ହେବାର ଆଶଙ୍କା କମ୍ ରହିଛି । ୨୦୨୧ ମେ ୩୦ରେ ସୁଦ୍ଧା, ବ୍ରିଟେନରେ ୧୫,୯୮୩ ଲୋକ ପୁନର୍ବାର କରୋନା ସଂକ୍ରମିତ ହୋଇଥିବାବେଳେ ଇଂଲଣ୍ଡରେ ୪ ନିୟୁତ କରୋନା ସଂକ୍ରମଣ ପଞ୍ଜିକୃତ ହୋଇଛି । ଯଦି ଏହି ଅଙ୍କୁ ଅତି ଗୁରୁତ୍ୱପୂର୍ଣ୍ଣ ଭାବେ ଦେଖାଯାଏ ତାହେଲେ ୦.୪ ପ୍ରତିଶତ ଲୋକଙ୍କ ମଧ୍ୟରେ କେବଳ ଜଣେ କୋଭିଡ ସଂକ୍ରମିତ ବ୍ୟକ୍ତି ପୁନର୍ବାର କରୋନା ସଂକ୍ରମଣର ଶିକାର ହୋଇପାରନ୍ତି । ପବ୍ଲିକ ହେଲ୍ଥ ଇଂଲଣ୍ଡର କୋଭିଡ -19 ରଣନୀତିକ ନିର୍ଦ୍ଦେଶକ ଡଃ ସୁଜନ ହପକିନ୍ସ କହିଛନ୍ତି ଯେ କରୋନା ସଂକ୍ରମଣର ଶିକାର ହୋଇଥିବା ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ, ସଂକ୍ରମିତ ହୋଇଥିବା ଲୋକେ ପୁଣିଥରେ ସଂକ୍ରିମଣର ଶିକାର ହୁଅନ୍ତି କିଁ ନାହିଁ । ତେବେ ସେ କହିଛନ୍ତି ଆମ କରିଥିବା ସର୍ଭେରୁ ଜଣାପଡିଛି ତାଥା ସାମ୍ପ୍ରତିକ ତଥ୍ୟ କହୁଛି ଯେ ପୁନର୍ବାର କରୋନା ସଂକ୍ରମିତ ହେବାର ଆଶଙ୍କା ବହୁତ କମ୍ ଅଟେ । ସେ ଆହୁରି କହିଛନ୍ତି ଯେ, ଏଠାରେ କହିବା ଭୁଲ ହେବ ଯେ, ଜଣେ ବ୍ୟକ୍ତି ଟିକାର ୨ଟି ଡୋଜ୍ ନେବା ପରେ ସଂକ୍ରମିତ ହେଉନାହାଁନ୍ତି ବୋଲି । ତାଙ୍କ ମତରେ ଯେଉଁମାନେ କୋଭିଡ ପଜିଟିଭ ହେଉଛନ୍ତି ତାଙ୍କଠାରେ ବିଶେଷ କିଛି ଲକ୍ଷଣ ଦେଖାଯାଉନି । ତେବେ ଆମେ ରିସର୍ଚ୍ଚ କରୁଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।