ଦୁଇ ଦିନ ପରେ ଲିଟର ପିଛା ୫୦ ଟଙ୍କା ଶସ୍ତା ହୋଇପାରେ ଖାଇବା ତେଲ

ନୂଆଦିଲ୍ଲୀ ୧୪/୦୬ : ଖାଇବା ତେଲ ମହଙ୍ଗା ହେବା ପରେ ଏହା ସହ ଜଡିତ ସମସ୍ତ କାରଣ ସାମ୍ନାକୁ ଆସିବାକୁ ଲାଗିଥିଲା। କିନ୍ତୁ ବର୍ତ୍ତମାନ ଖାଉଟିଙ୍କ ପାଇଁ ଭଲ ଦିନ ଆସୁଛି। ତେଲ ଶସ୍ତା ହେବାର କାରଣ ସାମ୍ନାକୁ ଆସିଛି। ଗତ ଚାରି ଦିନ ଖାଇବା ତେଲ ୧୫ ପ୍ରତିଶତ ହ୍ରାସ ପାଇଥିବା ଏହାର ଏକ କାରଣ। ମଙ୍ଗଳବାର ଦିନ ଆମେରିକାରେ ଏହାର କାରଣ ସ୍ଥିର ହୋଇପାରେ। ଏହା ପରେ ଖାଇବା ତେଲର ଲିଟର ୪୦ ରୁ ୫୦ ଟଙ୍କା ଶସ୍ତା ହେବା ନେଇ ଆଲୋଚନା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଅଖିଳ ଭାରତୀୟ ଖାଦ୍ୟ ତେଲ ବ୍ୟବସାୟୀ ମହାସଂଘର ସଭାପତି ଶଙ୍କର ଠକ୍କର କହିଛନ୍ତି ଯେ, “ଆମେରିକା, ମାଲେସିଆ ଏବଂ ଇଣ୍ଡୋନେସିଆରୁ ବିପୁଳ ପରିମାଣର ତେଲ ଆମଦାନୀ ହେଉଛି। କିନ୍ତୁ କିଛି ସମୟ ପୂର୍ବରୁ, ଆମେରିକାରେ ୪୬ ପ୍ରତିଶତ ବିଶୋଧିତ ତେଲକୁ ବାୟୋ ଇନ୍ଧନରେ ମିଶ୍ରଣ କରିବାକୁ ଅନୁମତି ଦିଆଯାଇଥିଲା। ପୂର୍ବରୁ ଏହା ୧୩ ପ୍ରତିଶତ ପର୍ଯ୍ୟନ୍ତ ମିଶ୍ରିତ ହୋଇଥିଲା। ଇଦ୍ କାରଣରୁ ମାଲେସିଆ ଏବଂ ଇଣ୍ଡୋନେସିଆରେ କମ୍ କାମ ହେତୁ ଉତ୍ପାଦନ ଉପରେ ବହୁତ ପ୍ରଭାବ ପକାଇଥିଲା। କିଛି ଦେଶରେ ପାଣିପାଗ ଯୋଗୁଁ ଫସଲ ମଧ୍ୟ ନଷ୍ଟ ହୋଇଯାଇଥିଲା।“ ଭାରତରେ ତେଲ ମହଙ୍ଗା ହେବାର ଏହା କେତେକ ପ୍ରମୁଖ କାରଣ ଥିଲା। କିନ୍ତୁ ମଙ୍ଗଳବାର ଦିନ ପୁଣି ଥରେ ଆମେରିକାରେ ବାୟୋ ଇନ୍ଧନରେ ଅନ୍ୟାନ୍ୟ ଖାଇବା ତେଲର କେତେ ପ୍ରତିଶତ ମିଶ୍ରିତ ହେବା ଉଚିତ ସେନେଇ ବିଚାର ହେବ ଏବଂ ୪୬ ପ୍ରତିଶତ ବିଶୋଧିତ ତେଲ ମିଶ୍ରଣ ନିଷ୍ପତ୍ତିକୁ ମଧ୍ୟ ପ୍ରତ୍ୟାହାର କରାଯାଇପାରେ । ତାଛଡା ମାଲେସିଆ ଏବଂ ଇଣ୍ଡୋନେସିଆରେ ମଧ୍ୟ ବହୁତ ଉତ୍ପାଦନ ହେଉଛି। ତେଲ ଶସ୍ତା ହେବାର ଆଉ ଏକ କାରଣ ହେଲା, ବର୍ତ୍ତମାନ ନୂଆ ସୋରିଷ ଆସିବ। ସ୍ଥାନୀୟ ତୈଳ ବ୍ୟବସାୟୀ ଲାଲା ଗିରିଧାରୀ ଲାଲ ଗୋୟଲ କୁହନ୍ତି, “ଚଳିତ ବର୍ଷ ରେକର୍ଡ ପରିମାଣ ଅର୍ଥାତ ୮୬ ଲକ୍ଷ ଟନ ସୋରିଷ ଉତ୍ପାଦନ ହୋଇଛି। ଏହା ତୁଳନାରେ ଗତ ବର୍ଷ ବହୁତ କମ ଉତ୍ପାଦନ ହୋଇଥିଲା। ସେଥିପାଇଁ ତେଲ ମହଙ୍ଗା ହୋଇଥିଲା।