ଦୁଇ ନକଲି IAS ଅଫିସର ଗିରଫ, ଠକିଥିଲେ ୧ କୋଟି ୧୭ ଲକ୍ଷ ଟଙ୍କା

ଭୁବନେଶ୍ବର ୩୦।୧୦: ୧ କୋଟି ୧୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଠକ ଗିରଫ ।  ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣୀ ତ୍ରିପାଠୀ ଓ ଅମିତ ସ୍ବାଇଁ ।  ଉଭୟଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଗିରଫ କରିଛି । ଦିଲ୍ଲୀର ଏକ କମ୍ପାନୀ ରାଷ୍ଟ୍ରୀୟ ଷ୍ଟେନଲେସ ଷ୍ଟିଲ ନାମକ ଏକ କମ୍ପାନୀର ମୁଖ୍ୟ ମୁକେଶ ଜୈନ, ୨୦୧୮ରେ ଇଓଡ଼ବ୍ଲୁ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ, ଦିଲ୍ଲୀର ରାଜେଶ ଗେହେଲଟ ନାମକ ଜଣେ ବ୍ୟକ୍ତି ନିଜକୁ ର’ ଅଧିକାରୀ କହି ତାଙ୍କ ସହ ଯୋଗାଯୋଗ କରିଥିଲେ । ଓଡିଶାର ବିଭିନ୍ନ ରାଜନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ଅଛି । ତେଣୁ ଓଡ଼ିଶାରେ ବ୍ୟବସାୟ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ । ଏ ନେଇ ଦିଲ୍ଲୀ ଓଡ଼ିଶା ଭବନରେ ଏକ ବୈଠକ ହୋଇଥିଲା । ଯେଉଁଥିରେ ସୂର୍ଯ୍ୟମଣୀ ତ୍ରିପାଠୀ ଓ ଅମିତ ସ୍ଵାଇଁ ଯୋଗ ଦେଇଥିଲେ । ସୂର୍ଯ୍ୟମଣୀ ନିଜକୁ ଜଣେ ଆଇଏଏସ ପରିଚୟ ଦେଇଥିଲେ । ଓ୍ବାର୍କ ଡିପାର୍ଟମେଣ୍ଟର ଆଡିସନାଲ ସେକ୍ରେଟାରୀ ଅଛନ୍ତି ବୋଲି କହିଥିଲେ । ସେହିପରି ଅମିତ ସ୍ବାଇଁ ନିଜକୁ ପିଡବ୍ଲୁଡି ବିଭାଗର ଆସିଷ୍ଟାଣ୍ଡ ଇଞ୍ଜିନିୟର ପରିଚୟ ଦେଇଥିଲେ । ଓ୍ବାର୍କ ଅର୍ଡର ଦେବାକୁ କହି ଠକିନେଇଥିଲେ ଟଙ୍କା ।  ଆରଟିଆଇ ତଥ୍ୟରୁ ସ୍ପଷ୍ଟ ହୋଇଥିଲା ଯେ, ସୂର୍ଯ୍ୟମଣୀ ଓଡ଼ିଶାର କୌଣସି ଆଇଏଏସ ନୁହଁନ୍ତି କିମ୍ବା ସେ କୌଣସି ପୂର୍ତ୍ତ ବିଭାଗର ଅଧିକାରୀ ନୁହେଁ । ତେଣୁ ଇଓଡ଼ବ୍ଲୁ ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ ମୁକେଶ ଓ ତାଙ୍କ ପୁଅ ଆକାଶ ଜୈନ । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଇଓଡ଼ବ୍ଲୁ । ତଦନ୍ତରୁ ଜଣା ପଡିଲା ସୂର୍ଯ୍ୟମଣୀ ତ୍ରିପାଠୀ, କଟକରେ ଥିବା ଡ଼ାଇରେକଟୋରେଟ୍ ଟେକନିକାଲ ଏଜୁକେସନର ଜଣେ କ୍ଲର୍କ ।  ସେହିଭଳି  ଅମିତ ସ୍ବାଇଁ ସେଭଳି କୌଣସି ଅଧିକାରୀ ନଥିବା ସ୍ପଷ୍ଟ ହୋଇଥିଲା । ଶୁକ୍ରବାର ଉଭୟଙ୍କୁ ଗିରଫ କରିବା ପରେ ଶନିବାର କୋର୍ଟ ଚାଲାଣ କରାଯିବ ।