ଦୁଇ ଭାରୋତ୍ତଳକଙ୍କୁ ଟୋକିଓ ଟିକେଟ

ନୂଆଦିଲ୍ଳୀ: ବୁଧବାର ଦୁଇ ଜଣ ଭାରୋତ୍ତଳନକାରୀ ଟୋକିଓ ପାରାଲିମ୍ପିକ୍ସ ଟିକେଟ ହାସଲ କରିଛନ୍ତି । ପୁରୁଷ ୬୫ କିଗ୍ରା ବର୍ଗରେ ଜୟଦୀପ କୁମାର ଏବଂ ମହିଳା ୫୦ କିଗ୍ରା ଓଜନ ବର୍ଗରେ ସକିନା ଖାତୁନ ଟୋକିଓ ଟିକଟ ହାସଲ କରିଥିବା ନେଇ ପାରାଲିମ୍ପିକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସକିନା ଖାତୁନ ପ୍ରଥମ ମହିଳା ଭାରୋତ୍ତଳକ ଭାବରେ ଟୋକିଓ ଯୋଗ୍ୟତା ଅର୍ଜନ କରିଛନ୍ତି । ଖାତୁନ ଏହା ପୂର୍ବରୁ ୨୦୧୮ ଏସିଆନ ଗେମ୍ସରେ ରୌପ୍ୟ ଏବଂ […] The post ଦୁଇ ଭାରୋତ୍ତଳକଙ୍କୁ ଟୋକିଓ ଟିକେଟ appeared first on Odisha Bhaskar.

ଦୁଇ ଭାରୋତ୍ତଳକଙ୍କୁ ଟୋକିଓ ଟିକେଟ
ନୂଆଦିଲ୍ଳୀ: ବୁଧବାର ଦୁଇ ଜଣ ଭାରୋତ୍ତଳନକାରୀ ଟୋକିଓ ପାରାଲିମ୍ପିକ୍ସ ଟିକେଟ ହାସଲ କରିଛନ୍ତି । ପୁରୁଷ ୬୫ କିଗ୍ରା ବର୍ଗରେ ଜୟଦୀପ କୁମାର ଏବଂ ମହିଳା ୫୦ କିଗ୍ରା ଓଜନ ବର୍ଗରେ ସକିନା ଖାତୁନ ଟୋକିଓ ଟିକଟ ହାସଲ କରିଥିବା ନେଇ ପାରାଲିମ୍ପିକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସକିନା ଖାତୁନ ପ୍ରଥମ ମହିଳା ଭାରୋତ୍ତଳକ ଭାବରେ ଟୋକିଓ ଯୋଗ୍ୟତା ଅର୍ଜନ କରିଛନ୍ତି । ଖାତୁନ ଏହା ପୂର୍ବରୁ ୨୦୧୮ ଏସିଆନ ଗେମ୍ସରେ ରୌପ୍ୟ ଏବଂ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଅପର ପକ୍ଷରେ ପଦକ ହାସଲ ପାଇଁ ଉଭୟ ଖେଳାଳି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଟୋକିଓ ପାରାଲିମ୍ପିକ୍ସ ଆସନ୍ତା ଅଗଷ୍ଟ ୨୪ରୁ ସେପ୍ଟମ୍ବର ୫ ତାରିଖ ଯାଏଁ ଅନୁଷ୍ଠିତ ହେବ । The post ଦୁଇ ଭାରୋତ୍ତଳକଙ୍କୁ ଟୋକିଓ ଟିକେଟ appeared first on Odisha Bhaskar.