ଦାଢି ସାହାଯ୍ୟରେ ୬୩ କିଲୋର ମହିଳାଙ୍କୁ ଉଠାଇ ଗିନିଜ୍‌ ୱାର୍ଲଡ ରେକର୍ଡ କଲେ ବ୍ୟକ୍ତି , ଭାଇରାଲ୍‌ ହେଉଛି ଭିଡିଓ…

ନୂଆଦିଲ୍ଳୀ ୨୨।୧୧ : ଲୋକମାନେ ନିଜର ପରିଚୟ ସୃଷ୍ଟି କରିବା ସହ ପ୍ରସିଦ୍ଧ ହେବାକୁ କଣ ନାଁ କଣ କରି ଦେଉଛନ୍ତି । ସମସ୍ତ ସୀମା ଅତିକ୍ରମ କରି ଅସମ୍ଭବ କାମକୁ ବି ସମ୍ଭବ କରି ଦେଖାଉଛନ୍ତି । ଯେଉଁମାନେ ଏହିପରି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି, ସେମାନେ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଆନ୍ତି ଏବଂ ଆନ୍ତର୍ଜାତୀୟ ସ୍ତରରେ ନିଜର ସ୍ଥାନ ହାସଲ କରି ଥାନ୍ତି । ଯେଉଁଥିରେ ଜଣେ ପୁରୁଷ ନିଜ ଦାଢିରେ ଜଣେ ମହିଳାଙ୍କୁ ଉଠାଉଥିବାର ଦେଖିବାକୁ ମିଳିଛି । ନିକଟରେ ଗିନିଜ ୱାର୍ଲଡ ରେକର୍ଡ ହୋଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଯେଉଁଥିରେ ଜଣେ ବ୍ୟକ୍ତି ୬୩ କିଲୋଗ୍ରାମର ଜଣେ ମହିଳାଙ୍କୁ ତାଙ୍କ ଦାଢିରେ ଉଠାଉଥିବା ଦେଖାଯାଇଛି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଉକ୍ତ ବ୍ୟକ୍ତିଙ୍କ ନାଁ ଏଣ୍ଟାନାସ କଣ୍ଟ୍ରିମାସ । ସେ ତାଙ୍କ ଦାଢି ସାହାଯ୍ୟରେ ୬୩.୮୦ କିଲୋଗ୍ରାମର ମହିଳାଙ୍କୁ ଉଠାଇ ବିଶ୍ୱ ରେକର୍ଡ କରିଛନ୍ତି । View this post on Instagram A post shared by Guinness World Records (@guinnessworldrecords) ଯାହା ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହାକୁ ଦେଖି ଲୋକେ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି । କେହି କେହି ଏଣ୍ଟାନାସଙ୍କ କଷ୍ଟକଥା କହିଥିବା ବେଳେ ଆଉ କେହି କେହି ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ସୂଚନାଯୋଗ୍ୟ, ନିକଟରେ ଗିନିଜ ୱାର୍ଲଡ ରେକର୍ଡସ ଆଉ ଏକ ଭିଡିଓ ସେୟାର କରାଯାଇଥିଲା, ଯେଉଁଥିରେ ଜଣେ ମହିଳା ତାଙ୍କ ବାଇସେପ ମାଧ୍ୟମରେ ସେଓ ଭାଙ୍ଗି ଦେଉଥିଲେ । ଆଉ ଉକ୍ତ ଭିଡିଓଟି ଅପଲୋଡ ହେବାର କିଛି ସମୟ ପରେ ଭାଇରାଲ ହେବାରେ ଲାଗିଥିଲା ।