ଦୀପାବଳି ପୂର୍ବରୁ ନିଜ କର୍ମଚାରୀଙ୍କୁ ରିଲାଏନ୍ସର ଉପହାର: କଟିଥିବା ଦରମା ସହ ମିଳିବ ବୋନସ୍

ନୂଆଦିଲ୍ଲୀ ୨୬/୧୦ : ରିଲାଏନ୍ସ ଇଣ୍ଡଷ୍ଟ୍ରି କର୍ମଚାରୀଙ୍କୁ ଦୀପାବଳି ପୂର୍ବରୁ ବଡ ଉପହାର ମିଳିପାରେ। କମ୍ପାନୀ କର୍ମଚାରୀଙ୍କ ଦରମା ପୁଣି କରୋନା ପୂର୍ବ ସ୍ଥିତିକୁ ଆଣିବା ପାଇଁ ନିଷ୍ପତ୍ତି ନେଇଛି। ଅର୍ଥାତ ଦରମା ଛଟେଇ ଶେଷ କରିବାକୁ ନିଷ୍ପତ୍ତି ନେଇଛି। କେବଳ ସେତିକି ନୁହେଁ କର୍ମଚାରୀଙ୍କୁ ଦୀପାବଳି ବୋନସ ମଧ୍ୟ ଦିଆଯିବ। ରିଲାଏନ୍ସ କର୍ମଚାରୀଙ୍କୁ ଦୀପାବଳି ପୂର୍ବରୁ ମୋଟା ଅଙ୍କର ଦରମା ମିଳିବ ବୋଲି ଅନୁମାନ କରାଯାଉଛି। ତାଛଡା ରିଲାଏନ୍ସ ନିଜର ଏକ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଆସନ୍ତା ବର୍ଷର ଭେରିଏବଲ ପେ ର ୩୦ ପ୍ରତିଶତ ଆଡ଼ଭାନ୍ସ ଦେବାକୁ ମଧ୍ୟ କହିଛି। ଅର୍ଥାତ ଯଦି କୌଣସି କର୍ମଚାରୀ ଚାହାନ୍ତି ତାହେଲେ ଆସନ୍ତା ବର୍ଷର ଭେରିଏବଲ ପେର ୩୦ ପ୍ରତିଶତ ଆଡ଼ଭାନ୍ସ ନେଇପାରିବ। କରୋନା ମହାମାରୀ ସମୟରେ ଅଧିକ ପରିଶ୍ରମ ଓ ଅତିରିକ୍ତ ସମୟ କାମ କରୁଥିବା କର୍ମଚାରୀଙ୍କ ଭଲ ପାଇଁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ତେବେ ଖାସ କଥା ହେଲା ବାର୍ଷିକ ୧୫ ଲକ୍ଷ ଟଙ୍କାରୁ ଅଧିକ ଦରମା ପାଉଥିବା କର୍ମଚାରୀଙ୍କ ଦରମା କାଟ ହୋଇଥିଲା। ସୂଚନାଯୋଗ୍ୟ ଯେ, କରୋନା ସଙ୍କଟ ମଧ୍ୟରେ ଚଳିତ ବର୍ଷ ଏପ୍ରିଲ ମାସରେ ରିଲାଏନ୍ସ କମ୍ପାନୀ ନିଜର ହାଇଡ୍ରୋ କାର୍ବନ୍ ଡିଭିଜନର କର୍ମଚାରୀଙ୍କ ଦରମାରୁ ୧୦ ରୁ ୫୦ ପ୍ରତିଶତ କାଟିଦେଇଥିଲା। ତାଛଡା ବାର୍ଷିକ କ୍ୟାସ୍ ବୋନସ୍ ଓ ପରଫର୍ମାନ୍ସ ଆଧାରିତ ଇନସେଣ୍ଟିଭ୍ ମଧ୍ୟ ଟାଳି ଦେଇଥିଲା। ସାରା ଦେଶରେ ଲକଡାଉନ ଯୋଗୁଁ ରିଲାଏନ୍ସ ହାଇଡ୍ରୋ କାର୍ବନ ରିଫାଇନାରୀ ଓ ପେଟ୍ରୋକେମିକାଲ ବ୍ୟବସାୟକୁ ଅନେକ କ୍ଷତି ହୋଇଥିଲା।